Posted inଜାତୀୟ

ଭାଜପା ନେତାଙ୍କ ପରଲୋକକୁ ନେଇ ବିବାଦୀୟ ବୟାନ ଦେଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ,୨୬।୮: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ଭୋପାଳଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ଅବସରରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଜ୍ଞା କଂଗ୍ରେସ ଉପରେ ଆଣିଥିବା ଗମ୍ଭୀର ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ହେଉଛି। ପ୍ରଜ୍ଞା କହିଛନ୍ତି, କଂଗ୍ରେସ ‘ମାରକ ଶକ୍ତି’ ପ୍ରୟୋଗ କରୁଥିବାରୁ ଭାଜପା ନେତାଙ୍କର ମୃତ୍ୟୁ ହେଉଛି। ସୂଚନାଯୋଗ୍ୟ, ଚଳିତ ଅଗଷ୍ଟରେ ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ପରଲୋକକୁ ନେଇ ପ୍ରଜ୍ଞା ଏମିତି ବୟାନ ଦେଇଛନ୍ତି।


All Right Reserved By Dharitri.Com

ସିଏଏ-ଏନ୍‌ଆର୍‌ସି ଯୋଗୁ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଭାରତୀୟତା: ନନ୍ଦିତା

ଜୟପୁର,୨୩।୧: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦିତା ରାଜସ୍ତାନ ଜୟପୁରରେ ଏକ ଗଣମାଧ୍ୟମ...

ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ନିକଟକୁ ଶରଣାର୍ଥୀଙ୍କ ତାଲିକା ପଠାଇଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ,୧୩।୧: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି। ଉତ୍ତର...

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

କୋମାରେ ଅଜିତ୍‌ ଯୋଗୀ: ଜାରି ରହିଛି ମ୍ୟୁଜିକ ଥେରାପି

ରାୟପୁର,୧୨।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ ଦୀର୍ଘ ୭୦ ଘଣ୍ଟା ଧରି କୋମାରେ ରହିଛନ୍ତି। ରାୟପୁରସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି...

ବାହୁବଳୀ ବିଧାୟକଙ୍କ ଶୁଟର ପୁଅ ଆବ୍ବାସଙ୍କ ଘରେ ଚଢ଼ାଉ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମଉର ବାହୁବଳୀ ବିଧାୟକ ମୁଖ୍‌ତାର ଅନସାରୀଙ୍କ ପୁଅ ଆବ୍ବାସ ଅନସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି। ଆବ୍ବାସଙ୍କ ଘରୁ କୋଟି କୋଟି...

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ...

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କୁ ସମର୍ଥନ କଲା ଶିବସେନା

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା...

ଓ୍ବାୟନଡ଼ାରୁ ରାହୁଲ ଏବଂ ବାରାଣସୀରୁ ମୋଦି ବିଜୟୀ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନଡ଼ା ଲୋକସଭା ଆସନରୁ...

Leave a comment

Your email address will not be published. Required fields are marked *