ଟ୍ରକ ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ୨ ଆହତ

ଆର୍‌.ଉଦୟଗିରି,୨୬।୮(ଡି.ଏନ୍‌.ଏ.) : ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଟ୍ରକ୍‌ ଧକ୍କାରେ ଜଣେ ବାଇକଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ଜାମସାହି ଗ୍ରାମର ବନ୍ଧୁ ମାଝି କୌଣସି କାମରେ ନୂଆଗଡ଼ ବ୍ଲକ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଆର୍‌.ଉଦୟଗିରି ଗ୍ରାମ ନିକଟସ୍ଥ ବାଦପୁର ଛକରେ ପାଇପ ଧରି ଆସୁଥିବା ଏକ ଟ୍ରକର ଉକ୍ତ ବାଇକ ସହ ଧକ୍କା ହୋଇଥିଲା। ଏଥିରେ ବାଇକଚାଳକ ବନ୍ଧୁ ମାଝି ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟ୍ରକ ଡ୍ରାଇଭର ଏବଂ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ସବ୍‌କଲେକ୍ଟର ରଜନୀକାନ୍ତ ସ୍ବାଇଁ, ବିଡିଓ ପ୍ରଦୀପ କୁମାର ନାୟକ, ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ ଥାନାଧିକାରିଣୀ ମମତା ନାୟକ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି। ପରିବାର ଲୋକ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ୭ ଦିନ ମଧ୍ୟରେ ଗାଡ଼ିମାଲିକଙ୍କୁ ଡାକି ଆଲୋଚନା କରାଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଛନ୍ତି। ପୋଲିସ କେସ୍‌ ନଂ ୯୨୧/୧୯ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି।


All Right Reserved By

ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା...

ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ, ଭାରତର ପ୍ରଥମ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାର କଲେ ଶୁଭାରମ୍ଭ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ। ଦିନିକିଆ ବ୍ରହ୍ମପୁର ଗସ୍ତରେ...

ଦରଦି ଚେହେରା ଜଗନ୍ନାଥ ବେହେରା: ଅନ୍ୟ ପାଇଁ ଲେଖୁଛନ୍ତି ଅଭିଯୋଗପତ୍ର

ବଅଁରପାଳ, ୨୮।୮-ପେଶାରେ ବ୍ୟବସାୟୀ ହେଲେ ବି ଗରିବ, ଅସହାୟ ମଣିଷଙ୍କ ପ୍ରତି ତାଙ୍କ ମଧ୍ୟରେ ଅଛି ଦରଦି ଭାବ। ଥାନା, କୋର୍ଟ, ବ୍ଲକ, ତହସିଲ ସମେତ...

ଗଛରେ ପିଟିହେଲା ବସ୍‌, ୩୫ ଆହତ

ଯୋଡ଼ା,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍‌ ହାଟିଂଠାରେ ଏକ ବସ୍‌ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା...

ଜିରିତାଳ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର

ବାହାନଗା,୧୦।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରୁ ମଙ୍ଗଳବାର ଏକ ବଜ୍ରକପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା...

ବ୍ୟାଙ୍କ ମ୍ୟାନେଜର କହି ବୃଦ୍ଧଙ୍କଠାରୁ ଟଙ୍କା ଲୁଟ

ଦିଗପହଣ୍ଡି,୨୫ା୭(ଡି.ଏନ.ଏ.)-ଦିଗପହଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନିକଟରୁ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟାରେ ଲୁଟେରା ଅଭିନବ ଉପାୟରେ ଜଣେ ବୃଦ୍ଧଙ୍କଠାରୁ ଟଙ୍କା ଲୁଟି ଫେରାର୍‌...

ଦିନରେ ଗରମ, ଅପରାହ୍ନରେ ଝଡ଼ତୋଫାନ

ଭଞ୍ଜନଗର,୧।୬(ଡି.ଏନ.ଏ.)-ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୨ ଡ଼ିଗ୍ରୀ ଥିଲା। ପ୍ରବଳ ଗରମ ଯୋଗୁ ମଧ୍ୟାହ୍ନରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡ଼ିଥିଲା। ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଥିବାବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *