Posted inUncategorized

ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍‌ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଭାଜପା ପକ୍ଷରୁ ୨ ଘଣ୍ଟିଆ ରାସ୍ତାରୋକୋ ଲାଗି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ରାସ୍ତା ଶୋଚନୀୟ ଯୋଗୁ ଯାତ୍ରୀମାନେ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହେଉଛନ୍ତି। ଏଥି ସହିତ ଯାନବାହନଗୁଡିକ ରାସ୍ତାରେ ଫସି ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସର୍ଭିସ ରୋଡଗୁଡିକର ତୁରନ୍ତ ମରାମତି କରାଯାଇ ଯାତାୟାତରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଭାଜପା ପକ୍ଷରୁ ୨ ଘଣ୍ଟିଆ ରାସ୍ତାରୋକୋ କରାଯିବ ବୋଲି ଜିଲା ଏସ୍‌ସି ମୋର୍ଚ୍ଚା ସଭାପତି ହେମନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏହି ବନ୍ଦ ପାଳନରେ କିଷାନ ମୋର୍ଚ୍ଚା ଜିଲା ସଭାପତି ଶ୍ରୀଧର ସାହୁ, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ସୁମତି ଜେନା, ଭାଜପାର ବରିଷ୍ଠ ନେତା ପ୍ରେମାନନ୍ଦ ମିଶ୍ର, ନାରିନେତ୍ରୀ ଇଲାରାଣୀ ଖଣ୍ଟିଆ, ଯୁବମୋର୍ଚ୍ଚା ଅରୁଣ ଉଦୟ ନାୟକ, ଜିଲା ସମ୍ପାଦିକା ଅସୀମା ମିଶ୍ରଙ୍କ ସହିତ ଭାଜପାର ବହୁ କର୍ମୀ ସାମିଲ ରହିବେ ବୋଲି ଜଣାପଡିଛି।


All Right Reserved By Dharitri.Com

Posted inUncategorized View All

ଡକାୟତି ଯୋଜନା : ୨ ଗିରଫ

ପୁରୁଣା ଭୁବନେଶ୍ୱର,୫ା୮(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ...

ହାତରେ ମୋ’ ମୁଠା ମୁଠା ଶରଧାବାଲି…

ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଶରଧାବାଲି କୁହାଯାଏ। ଶରଧାବାଲିର ଧୂଳିକୁ ବ୍ରଜଧୂଳି ସହିତ ତୁଳନା କରାଯାଇଛି। ବାହୁଡ଼ା ଦିନ ତିନିଠାକୁର ଧାଡ଼ିପହଣ୍ଡିରେ ଶରଧାବାଲି ଦେଇ...

ବିଶ୍ୱ ଭିନ୍ନକ୍ଷମ ଟି୨୦ ସିରିଜ୍‌ ଚାମ୍ପିୟନ ଭାରତ

ମୁମ୍ବାଇ,୧୪।୮(ପିଟି): ବିଶ୍ୱ ଶାରୀରିକ ଭିନ୍ନକ୍ଷମ ଟି୨୦ ସିରିଜ୍‌ର ପ୍ରଥମ ସଂସ୍କରଣରେ ଫେଭରାଇଟ୍‌ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୩୬...

ଅଯୋଧ୍ୟା ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଧମକ, ଜେଡ୍‌ ସୁରକ୍ଷା ଯୋଗାଇ ଦିଆଗଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍‌ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ (ପିଏଫ୍‌ଆଇ)...

ପିତୃହନ୍ତା ପୁତ୍ରଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର,୨୭। ୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ପିତୃହନ୍ତା...

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ ଅଟକ

ଶ୍ରୀନଗର, ୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସେଠାକୁ ଦଳୀୟ ଗସ୍ତରେ ଯାଇଥିବା...

Leave a comment

Your email address will not be published. Required fields are marked *