Posted inଜାତୀୟ

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି ସେହି ଉତ୍ସାହ ଦେଖିବାକୁ ମିଳିଥିଲା ୧୦୩ ବର୍ଷୀୟ ଭୋଟର ଶ୍ୟାମ ସରନ ନେଗିଙ୍କ ନିକଟରେ। ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ରବିବାର ଅନୁଷ୍ଠିତ ହୋଇଥିବା ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନରେ ନେଗି ନିଜର ମତ ସାବ୍ୟସ୍ତ କରିଛନ୍ତି। ହିମାଚଳ ପ୍ରଦେଶର କଳ୍ପା ଗାଁର ବାସିନ୍ଦା ହେଉଛନ୍ତି ନେଗି। ଏହା ତାଙ୍କର ୩୨ ତମ ମତଦାନ। ଏହି ଶତାୟୁଙ୍କ ଭୋଟଦାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଡାକ୍ତରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ରବିବାର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟର ମତଦାନ ଚାଲିଥିବା ବେଳେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୩ ତାରିଖରେ ଫଳାଫଳ ଘୋଷଣା ହେବ।


All Right Reserved By

ମାଲେସିଆରେ ଜାକିର୍‌ଙ୍କ ଧାର୍ମିକ ଉପଦେଶ ଦେବା ଉପରେ କଟକଣା

କୁଆଲାମ୍ପୁର,୨୦।୮: ବିବାଦୀୟ ଇସଲାମିକ୍‌ ଧର୍ମ ଉପଦେଶକ ଜାକିର୍‌ ନାଇକ୍‌ଙ୍କ ଉପରେ ମାଲେସିଆରେ କଟକଣା ଜାରି ହୋଇଛି। ଏଣିକି ସେ ଧାର୍ମିକ ଉପଦେଶ ଦେଇପାରିବେ ନାହିଁ। ଦେଶର...

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ...

୪୦ ବୁଥ୍‌ରେ ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ,୨୭ା୪(ପି.ଟି.): ମୁମ୍ବାଇ ଲୋକ ସଭା ନିର୍ବାଚନ ମଣ୍ଡଳୀର ୪୦ଟି ବୁଥ୍‌ରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସଶକ୍ତୀକରଣ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ...

ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ ବାଂଲାଦେଶ ସୀମାରେ ମିଠା ଅଦଳବଦଳ କଲେ ସେନା

ଫୁଲବାରି,୧୨।୮: ସାରା ବିଶ୍ୱରେ ସୋମବାର ପାଳନ କରାଯାଉଛି ‘ଇଦ୍‌-ଉଲ୍‌-ଜୁହା’। ଏହି ଅବସରରେ ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରିଠାରେ ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌) ଯବାନମାନେ ପରସ୍ପର...

ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ

ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି।...

ପଶ୍ଚିମବଙ୍ଗ ରାଜନୈତିକ ହିଂସା: ୪୨ ବର୍ଷରେ ନେଲାଣି ୨୮ ହଜାରରୁ ଅଧିକ ଜୀବନ

କୋଲକାତା,୧୫।୫: ପଶ୍ଚିମବଙ୍ଗରେ ୧୯୭୭ଠାରୁ ବର୍ତ୍ତମାନ ସୁଦ୍ଧା ଘଟିଥିବା ରାଜନୈତିକ ହିଂସା ୨୮ ହଜାରରୁ ଅଧିକ ଜୀବନ ନେଇଛି। ୨୦୧୬ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ହଜାର...

ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍‌ପିଏଫ୍‌ ୫୩ ବାଟାଲିୟନ୍‌...

ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉ: ହେମା

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ଶୁକ୍ରବାର ଉପସ୍ଥାପିତ ହେବ। ହେଲେ ଗୁରୁବାର ମଥୁରାର ଭାଜପା ଏମ୍‌ପି ତଥା ବଲିଉଡ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *