ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା ତାଲା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ତେଣୁ ସ୍କୁଲ ଆସିଥିବା ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ବିଦ୍ୟାଳୟର ଫାଟକ ସମ୍ମୁଖରେ ଛିଡ଼ା ହୋଇଛନ୍ତି।
ସୂଚନାଯୋଗ୍ୟ, ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ସମୁଦାୟ ୧୧୯ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ତେବେ ଦୁଇ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ଯାଇଥିବାରୁ ସ୍କୁଲରେ ଶିକ୍ଷକ ଅଭାବ ଦେଖାଦେଇଛି। ତେବେ ବିଦ୍ୟାଳୟରେ ଜଣେହେଲେ ବିଜ୍ଞାନ ଶିକ୍ଷକ ନାହାନ୍ତି। ତୁରନ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଲେଣି। ମାତ୍ର କୌଣସି ସୁଫଳ ନ ମିଳିବାରୁ ତାଲା ବନ୍ଦ ଆନ୍ଦୋଳନ ମାଧ୍ୟମରେ ଏହାର ପ୍ରତିବାଦ କରାଯାଉଥିବା ଅଭିଭାବକମାନେ କହିଛନ୍ତି।


All Right Reserved By Dharitri.Com

ତ୍ରିରଙ୍ଗା ଯୁବକ ସଂଘ କାର୍ଯ୍ୟକର୍ତ୍ତା ମନୋନୀତ

ହିଞ୍ଜିଳିକାଟୁ,୪ା୬(ଡ଼ି.ଏନ୍‌.ଏ)-ହିଞ୍ଜିଳିକାଟୁ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ତ୍ରିରଙ୍ଗା ଯୁବକ ସଂଘ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସନ୍ଧ୍ୟାରେ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି...

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗ୍ରାମର ଦୁଇଜଣ ଚାଷୀଙ୍କ ଧାନଖଳାରେ ନିଆଁ ଲଗାଇ ଦେଇଛନ୍ତି।...

ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ...

ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ...

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୦।୧୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦନଗର ଇଟ୍ଟାପାଳ ଗଁାର ସମୀର ସେନାପତି(୨୪)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ୪ ଦିନ...

ମହୁମାଛି ଆକ୍ରମଣରେ ୩୦ ଗୁରୁତର

ବଇଣ୍ଡା,୧୩।୧୦(ଡି.ଏନ.ଏ.): କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ବଡ଼ଡଙ୍ଗିଆଣୀ ଗ୍ରାମରେ ରବିବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ବଡ଼ଡଙ୍ଗିଆଣୀ ଗ୍ରାମର ଦୁଃଶନ୍ତ ସାହୁ, ଗୁଦୁ ସାହୁ, ମହେଶ୍ୱର ସାହୁ,...

ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ...

ବର୍ଷାରେ ଭିଜୁଛି ଶହ ଶହ ଧାନ ବସ୍ତା

ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖଟଖଟିଆ ଧାନ ମଣ୍ଡିରେ ଦୀର୍ଘ ୬ ଦିନ ହେଲା ୨୦ରୁ ୨୫ ଚାଷୀ ଟୋକନ ପାଇ ଧାନ ବିକ୍ରି...

Leave a comment

Your email address will not be published. Required fields are marked *