ନିଦ୍ରାହୀନତା ଜିନ୍‌ ଓ ହୃଦ୍‌ରୋଗ

ନିଦ୍ରାହୀନତା (ଇନ୍‌ସୋମିନିଆ) ଜିନ୍‌ ଯୋଗୁ ହୃଦ୍‌ରୋଗ ହେବାର ଆଶଙ୍କା ରହିଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ‘ନିଦ୍ରାହୀନତା ଜିନ୍‌ ଓ ହୃଦ୍‌ରୋଗ’ ଶୀର୍ଷକ ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଗବେଷଣା କରିଥିଲେ। ଏପରି ନିଦ୍ରାହୀନତା ସହ ସଂପୃକ୍ତ ବ୍ୟକ୍ତି ଭବିଷ୍ୟତରେ କେବଳ ହୃଦ୍‌ରୋଗ ନୁହେଁ, ଷ୍ଟ୍ରୋକ୍‌ ପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନିଦ୍ରାଜନିତ ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଲେ ତାହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ନିଦ୍ରା ନ ଯାଆନ୍ତି ତେବେ ତାହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡ଼ିଥାଏ। ଫଳତଃ ପରବର୍ତ୍ତୀ ସମୟରେ ହୃଦ୍‌ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ବିଶ୍ୱରେ ପ୍ରାୟ ୧.୬ ମିଲିୟନ ବ୍ୟକ୍ତି ନିଦ୍ରାହୀନତା ସମସ୍ୟା ସହ ଜଡ଼ିତ। ତେବେ ଏପରି ସମସ୍ୟାଠାରୁ ଦୂରେଇ ରହିବାକୁ ହେଲେ ପ୍ରତିଦିନ ଆମେ ଆବଶ୍ୟକ ମୁତାବକ ଶୋଇବା ଆବଶ୍ୟକ।


All Right Reserved By Dharitri.Com

ହୃଦ୍‌ରୋଗ ଜନିତ ସମସ୍ୟା ଦୂର କରେ ମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍‌ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

ବାସ୍ତୁ ଅନୁଯାୟୀ ଘରର ରଙ୍ଗ

ବାସ୍ତୁଶାସ୍ତ୍ର ଅନୁଯାୟୀ ଦିଗ ଓ ଘର ମାଲିକଙ୍କ ଜନ୍ମତିଥି ଅନୁସାରେ ଘରକୁ ରଙ୍ଗ କରାଯିବା ଉଚିତ। କାରଣ ପ୍ରତ୍ୟେକ ଦିଗ ପାଇଁ ଏକ ରଙ୍ଗ ଥାଏ।...

ଓଜନ କମାଇବାକୁ ଚାହୁଁଥିଲେ…

ଲଣ୍ଡନ: ବ୍ରିଟେନ୍‌ର ବ୍ରିଘମ୍‌ ୟଙ୍ଗ୍‌ ୟୁନିଭର୍‌ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଓଜନ କମାଇବା ପାଇଁ ବ୍ୟାୟାମ ଜରୁରୀ। ତେଣୁ ବିଶେଷଜ୍ଞମାନେ ୧୨୦ ଛାତ୍ରୀଛାତ୍ରଙ୍କୁ...

ମୁଡ ଅଫ୍‌ ଥିଲେ

ପ୍ରିୟଜନଙ୍କ ସହ ମନାନ୍ତର ହେଉ ବା କୌଣସି କାର୍ଯ୍ୟରେ ଅସଫଳତା, ଏମିତି ବିଭିନ୍ନ କାରଣ ହେତୁ ଆମର ମୁଡ ଅଫ୍‌ ହେଇଯାଏ। ମୁଡ ଅଫ୍‌ ହେବା...

ମୌସୁମୀର ମଜା ନେବା ପୂର୍ବରୁ ଜାଣନ୍ତୁ, ଏହା ଜନିତ ସ୍ବାସ୍ଥ୍ୟ ସମସ୍ୟା: ଏଥିରୁ ବଞ୍ଚତ୍ବାର ୫ଟି ଉପାୟ

ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ...

ଖାଇବା ବିଶୃଙ୍ଖଳା

”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର...

କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍‌

ହର୍ବାଲ ସିଗାରେଟ୍‌: ଇ-ସିଗାରେଟ୍‌ କୌଣସି ଗୁଣରେ ସାଧାରଣ ସିଗାରେଟ୍‌ଠାରୁ କମ୍‌ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା...

କର୍ମଜୀବୀ ମହିଳା ଓ ପରିଚ୍ଛନ୍ନତା

ସୌନ୍ଦର୍ଯ୍ୟ ସହ ପରିଚ୍ଛନ୍ନତା ଓତପ୍ରୋତ ଭାବେ ଜଡ଼ିତ ା ପ୍ରତ୍ୟେକ ସୁନ୍ଦରୀ ନାରୀ ପରିଷ୍କାର ପରିଚ୍ଛନ୍ନ ନ ରହିପାରନ୍ତି, କିନ୍ତୁ ପ୍ରତ୍ୟେକ ପରିଚ୍ଛନ୍ନ ନାରୀ ସୁନ୍ଦରୀ...

Leave a comment

Your email address will not be published. Required fields are marked *