Posted inRasifala

ରାଶିଫଳ: ସୋମବାର, ମେ ୨୦ ତାରିଖ- Daily Horoscope

ମେଷ
ଆଜି କର୍ମାଧିପ ଶନି ଏକାଧିକ ଗ୍ରହମାନଙ୍କ ଦୃଷ୍ଟିରେ ରହି ବହୁମୁଖୀ କାମରେ ନିଯୁକ୍ତ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।ବନ୍ଧୁ ମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭଭ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ। ସନ୍ତାନଙ୍କ ଅଶାଦତି ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି।
ବୃଷ
ବୃଷ
ଆଜି ହଠାତ୍‌ ଏକାଧିକ ବ୍ୟକ୍ତି ମାନଙ୍କ ବିରୁଦ୍ଧାମତ୍କ ସ୍ବର କର୍ମ କ୍ଷେତ୍ରକୁ ସମସ୍ୟା ବହୁଳ କରିଦେଇପାରେ। ଫଳତଃ ପୂର୍ବ ଯୋଜନା ଭଣ୍ଡୁର ହୋଇଯିବା ଆଶଙ୍କାରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ଅର୍ଥନୈତିକ କାର୍ଯ୍ୟକ୍ରମ, ସଭାସମିତି, କଳା କାରିଗରୀ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ।

ମିଥୁନ
ମିଥୁନ

ବିଭିନ୍ନ ଦିଗରୁ ସାହାଯ୍ୟ ପାଇଲେ ମଧ୍ୟ ଆଜିର କାମ ଗୁଡିକ ସକାଶେ ହନ୍ତସନ୍ତ ହେବାକୁ ପଡିବ। ପରିସ୍ଥିତିରେ ପଡି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ସକାଶେ ବହୁତ ଅର୍ଥବ୍ୟୟର ସମ୍ଭାବନା ରହିଛି। ତଥାପି ପୁନର୍ବସୁ ନକ୍ଷତ୍ରର ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।

କର୍କଟ
କର୍କଟ

ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଏକାଧିକ ଗ୍ରହ କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନ ହେତୁକ ଗୈାରବ ବୃଦ୍ଧିର ପ୍ରତୀକ ହେବ। ତଥାପି ପାରିବାରିକ କ୍ଷେତ୍ର, ଆନୁଷ୍ଠାନିକ କାମ ସକାଶେ ପ୍ରତିକୁଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ଦେଖା ଦେଇପାରେ। ପରିବହନ, ଯାନବାହନ, ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ହିଁ କାର୍ଯ୍ୟ ସାଧିତ ହେବ।

ସି˚ହ
ସି˚ହ

ରବି ସ୍ବନକ୍ଷତ୍ରରେ ଅବସ୍ଥାନ କରି ଆରୋଗ୍ୟତା,ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ,ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି କରିବେ। ଆଇନ ଓ ଆଧ୍ୟାତ୍ମିକତାର ଗ୍ରହ ଶନି ରାଜନୀତି, ଅଦାଲତ, ଗଣତନ୍ତ୍ରକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ସାହିତ୍ୟ,କଳା, କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା

ବୁଧଗ୍ରହ ଚନ୍ଦ୍ରଙ୍କ ନକ୍ଷତ୍ରରେ ରହିଥିବାରୁ ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରିବେ। ଜମିଜମା,ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା କ୍ଷେତ୍ରରେ ସଂକଟ ଜନକ ସ୍ଥିତି ସୃଷ୍ଟି ହେବ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ଆବଶ୍ୟକୀୟ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

ତୁଳା
ତୁଳା

ରାହୁଙ୍କ ନକ୍ଷତ୍ରରେ ଶୁକ୍ର ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା ସୃଷ୍ଟିକରି କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଶନିଙ୍କ ଶନୈଃ ଶନୈଃ ଗତି ପାରିବାରିକ, ଅର୍ଥସମ୍ପର୍କ, ଯାନ୍ତ୍ରିକ ଜିନିଷର କାରବାର କ୍ଷେତ୍ରକୁ କାଳକ୍ଷେପଣ ନୀତିରେ ବିଳମ୍ବିତ କରାଇବ।

ବିଛା
ବିଛା

ଆଜି ରାଶ୍ୟାଧିପ ମଙ୍ଗଳ ମିତ୍ର ଚନ୍ଦ୍ରଙ୍କ ନକ୍ଷତ୍ରରେ ରହି କେନ୍ଦ୍ରସ୍ଥ ହେତୁ ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ବୈଷୟିକ ସୁଖ,ସମୃଦ୍ଧି ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ସକାଶେ ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢିପାରେ। ବିକା କ୍ଷେତ୍ରରେ ସୁଫଳ ପାଇବେ।

ଧନୁ
ଧନୁ

ବୃହସ୍ପତି ଅଶ୍ଳେଷା ନକ୍ଷତ୍ରରେ ରହି ଚନ୍ଦ୍ରଙ୍କ ତୃତୀୟସ୍ଥ ହେତୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଆତ୍ମୀୟ ସ୍ବଜନମାନଙ୍କ ନିକଟରୁ ସହାନୁଭୂତି ମଧ୍ୟ ପାଇବେ ନାହିଁ । ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟରେ ଉନ୍ନତି ହେବ।

ମକର
ମକର

ଶନିଶ୍ଚରଙ୍କ ଶୁଭତ୍ୱ କାରଣରୁ ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମାନ କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ଭୁଲ୍‌ବୁଝାମଣା ହେତୁ ସ୍ତ୍ରୀଙ୍କ ସୁସମ୍ପର୍କ ରହିବ ନାହିଁ ।

କୁମ୍ଭ
କୁମ୍ଭ

ଆପଣଙ୍କ ଭାଗ୍ୟାଧିପତି ଶୁକ୍ର କୋଣ ସ୍ଥାନରେ ରହି ଏକାଦଶ ସ୍ଥାନକୁ ଦେଖୁଥିବାରୁ ବିଭିନ୍ନ ଦିଗରୁ ଉପକୃତ ହେବେ। ମନୋରଞ୍ଜନ କାମ ପ୍ରତି ରୁଚି ବଳିବ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କାମଟି କରାଇ ନେବେ।

ମୀନମୀନ

ଆଜି ଚନ୍ଦ୍ରଙ୍କ ସହ ସମାଗମସ୍ଥ ଗ୍ରହମାନେ ଶନିଙ୍କ ଦୃଷ୍ଟିରେ ସମସ୍ୟା ସୃଷ୍ଟି କଲେହେଁ କାର୍ଯ୍ୟରେ ସଫଳତା ପ୍ରଦାନ କରିବେ। ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇ ନ ପାରନ୍ତି କିନ୍ତୁ ପ୍ରାପ୍ତି ନିଶ୍ଚିତ ଅଟେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିବେ।


All Right Reserved By

Posted inRasifala

ରାଶିଫଳ: ଶନିବାର , ଜୁନ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖ ଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭକରି ଖୁସିହେବେ। ଅଫିସରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ...

ରାଶିଫଳ: ସୋମବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ,ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ...

ରାଶିଫଳ: ବୁଧବାର, ମେ ୨୯ ତାରିଖ – Daily Horoscope

ମେଷ ବାରମ୍ବାର ସମସ୍ୟା ବିଜଡିତ ରହିବା କାରଣରୁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ପାରିବେ ନାହିଁ।  ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ରହିବ, ପ୍ରଶାସନିକ...

ରାଶିଫଳ: ସୋମବାର, ଜୁନ ୧୦ ତାରିଖ – Daily Horoscope

ମେଷ ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥସମ୍ପର୍କୀୟ ଚିନ୍ତା, ବିଳାସବ୍ୟସନ ଦିଗରେ ମନକୁ ନିମଜ୍ଜିତ କରାଇବ। ତୃତୀୟସ୍ଥ ରାହୁ ସହ ମଙ୍ଗଳଙ୍କ ଭ୍ରାତୃ, ନିକଟ ସମ୍ପର୍କୀୟମାନଙ୍କ...

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥତିର ସାମନା କରିବାକୁ ପଡିପାରେ। ବନ୍ଧୁ ଓ ପରିବାର କ୍ଷେତ୍ରରେ ମଧ୍ୟ ପ୍ରତିକୂଳତାର ଝଲକ ଦେଖିବାକୁ ମିଳିବ। ଯେଉଁଥିପାଇଁ ଚିନ୍ତିତ...

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିପାଇଁ ଆଜି କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣ ଚନ୍ଦ୍ର ହେତୁ ଯାତ୍ରାରେ ସଫଳତା, କାର୍ଯ୍ୟସିଦ୍ଧି ସଙ୍ଗକୁ ସତ୍‌କାର୍ଯ୍ୟରେ ଅର୍ଥ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟରେ...

ରାଶିଫଳ: ଶୁକ୍ରବାର, ଜୁଲାଇ ୫ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା,...

ରାଶିଫଳ: ଶନିବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପାରିବାରିକ ସମସ୍ୟା ସମ୍ପର୍କରେ ଏଣୁତେଣୁ କେତେ ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା କାରଣରୁ ମନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *