ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସହିତ ବିଭିନ୍ନ ପାରସ୍ପରିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ଆଲୋଚନା କରିଥିବା ବହିର୍ବ୍ୟାପାର ମୁଖପାତ୍ର ରବୀଶ କୁମାର ଟୁଇଟ୍‌ କରିଛନ୍ତି। ଏହା ପୂର୍ବରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ମୋଦି ବାହାରିନ ରାଜଧାନୀ ମାନାମରେ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେ ବାହାରିନ ରାଜା ହମାଦ ବିନ୍‌ ଇସା ଅଲ୍‌ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବାହାରିନରେ ତାଙ୍କୁ ‘କିଙ୍ଗ୍‌ ହମାଦ୍‌ ଅର୍ଡର ଅଫ୍‌ ଦି ରେନେସାଁ’ ସମ୍ମାନ ପ୍ରଦାନ କରାଯାଇଥିଲା। ବାହାରିନ୍‌ ଷ୍ଟାଡିୟମ୍‌ରେ ମୋଦି ସେଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିଥିଲେ।


All Right Reserved By Dharitri.Com

ପାକିସ୍ତାନ ହାତ ଛାଡ଼ିଲା ରୁଷିଆ: ଭାରତ ନେଇଛି ସାମ୍ବିଧାନିକ ନିଷ୍ପତ୍ତି

ମସ୍କୋ, ୧୦।୮: ଭାରତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାର ବିରୋଧ କରିବା ଜାରି ରଖିଛି। ତେବେ ରୁଷିଆର ମନ୍ତବ୍ୟ ପାକିସ୍ତାନକୁ ଝଟ୍‌କା...

ଜାହାଜରେ ଫସିଲେ ସୋନାଲୀ: ଭାରତ ସରକାରଙ୍କୁ ସାହାଯ୍ୟ ଲୋଡିଲେ

ଟୋକିଓ,୧୪।୨: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନାଭାଇରସ୍‌ ଏବେ ପୂରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ଏଯାଏଁ ଚାଇନାରେ ୧୪୮୦ ଜଣଙ୍କ...

କରୋନା ଭାଇରସ୍‌: ମଣିଷଠାରୁ ବ୍ୟାପୁଛି ଗୃହପାଳିତ ପ୍ରାଣୀଙ୍କୁ!

ହଂକଂ,୨୯।୨: ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ମଣିଷ ଶରୀରରୁ ମଣିଷକୁ ବ୍ୟାପୁଥିବା ସମସ୍ତେ ଜାଣିଛନ୍ତି। ହେଲେ ହଂକଂରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କୁ...

ଲକ୍‌ଡାଉନରେ କୋହଳ ଯୋଗୁ କିଛି ଦେଶରେ ଚିନ୍ତା ବଢାଇଲାଣି ଦ୍ରୁତ ସଂକ୍ରମଣ!

ରୋମ,୪।୫: ଲକ୍‌ଡାଉନରେ କୋହଳ ପରେ ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରକୁ ବାହାରିବାର ଫଳ ଏବେ ସମସ୍ତଙ୍କୁ ଏକ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପୂର୍ବତନ ସେନା ଅଧିକାରୀ

ଓ୍ବାଶିଂଟନ,୨୪।୬: ଆସନ୍ତା ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏବେ ଏହି ଦୌଡ଼ରେ ଜଣେ ପୂର୍ବତନ ସେନା ଅଧିକାରୀ ସାମିଲ ହୋଇଥିବା କୁହାଯାଉଛି। ଡେମୋକ୍ରାଟିକ୍‌...

ପ୍ରତିଦିନ କରୋନା ଯାଞ୍ଚ କରାଇବେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୫: କରୋନା ଭାଇରସ୍‌ ମହାସଙ୍କଟ ଦେଇ ଗତି କରୁଛି ଆମେରିକା। ସାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହେଉଛି ଆମେରିକାରେ। ଏଠାରେ ଦିନକୁ...

ନ୍ୟୁଜିଲାଣ୍ଡ ହ୍ବାଇଟ୍‌ ଆଇଲାଣ୍ଡରେ ଜ୍ୱାଳାମୁଖୀ ବିସ୍ଫୋରଣ, ବହୁ ପର୍ଯ୍ୟଟକ ଆହତ

ଓ୍ବେଲିଂଟନ୍‌,୯।୧୨: ନ୍ୟୁଜିଲାଣ୍ଡର ସମ୍ବେଦନଶୀଳ ହ୍ବାଇଟ ଆଇଲାଣ୍ଡରେ ସୋମବାର ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆଖପାଖ ଅଞ୍ଚଳ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ବିସ୍ଫୋରଣ ସମୟରେ ଆଖ...

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ...

Leave a comment

Your email address will not be published. Required fields are marked *