କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ ପୋଲିସ ମୁଖ୍ୟାଳୟସ୍ଥିତ ତାଙ୍କ ଅଫିସକୁ ଯାଇ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଧାନୀରେ ଅସଜଡା ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏଥିପାଇଁ ସେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟ ବୁଲି ଦେଖିବା ସହ ଟ୍ରାଫିକ ପୋଲିସଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସାଗରିକା କହିଛନ୍ତି, ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ପରିବର୍ତ୍ତନ କରାଯିବ। ଟ୍ରାଫିକ ସମସ୍ୟା ଦୂର ହେବାସହ ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅନେକ ସମୟରେ ରାଜଧାନୀର ବିଭିନ୍ନ ଛକରେ ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଟ୍ରାଫିକ ଡିସିପି ସାଗରିକା ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଯେଉଁମାନେ ଏଭଳି ଆଚରଣ କରିବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଅଟୋ ଡ୍ରାଇଭରମାନେ ମନଇଚ୍ଛା ରାସ୍ତାରେ ଗାଡି ରଖି ଲୋକଙ୍କୁ ଉଠାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଜାମ୍‌ ସମସ୍ୟା ହଟାଇବାକୁ ଏୟାରପୋର୍ଟରୁ ନନ୍ଦନକାନନ ରାସ୍ତାକୁ ଜିରୋ ଟଲେରାନ୍ସ ଜୋନ୍‌ରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ସେପ୍ଟେମ୍ବରରୁ ସରକାରଙ୍କ ନୂଆ ଆଇନ ଲାଗୁହେବା ପରେ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା କହିଛନ୍ତି।
୧୯୮୮ ଅକ୍ଟୋବର ୮ରେ ଜନ୍ମ ଗ୍ରହଣ କରିଥିବା ସାଗରିକାଙ୍କ ପୈତୃକ ଘର ଅନୁଗୋଳରେ ହୋଇଥିବାବେଳେ ପିଲାଦିନ କୋରାପୁଟରେ କଟିଥିଲା। ବାପା ନାଲ୍‌କୋ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ୧୦ମ ପାସ୍‌ କରିବା ପରେ ବିଶାଖାପାଟଣାରୁ ଯୁକ୍ତ ୨ ଓ ଭୁବନେଶ୍ୱର ସିଇଟି କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଆଇପିଏସ୍‌ ପାଇବା ପରେ ପ୍ରଥମେ କୋରାପୁଟ ଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ଗଞ୍ଜେଇ ମାଫିଆ, ମୋଷ୍ଟ ଓ୍ବାଣ୍ଟେଡ୍‌ ତଥା ପେସାଦାର ଅପରାଧୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଆଣ୍ଟି ରୋମିଓ ସ୍କ୍ବାଡ୍‌ ଗଠନ କରି ଝିଅମାନଙ୍କୁ ସୁରକ୍ଷା ଦେଇଥିଲେ।


All Right Reserved By Dharitri.Com

୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ କୃଷି ବିଭାଗ ପକ୍ଷରୁ ୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଯାବତ ନକଲି କୀଟନାଶକ ପ୍ରସ୍ତୁତ କାରୀ...

ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ତରତୁଆର ଜଣେ ପ୍ରସୂତି ମହିଳାଙ୍କର ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ ହୋଇଥିଲା। ତେବେ କ୍ଷତକୁ...

କମିଲା ବସ୍‌ ଭଡ଼ା: କିଲୋମିଟର ପିଛା ୧ ଓ ୨ ପଇସା

ଭୁବନେଶ୍ୱର,୨।୨(ବ୍ୟୁରୋ): ତୈଳ ଦର ହ୍ରାସ ପାଇବା ଯୋଗୁ ରାଜ୍ୟରେ ବସ୍‌ ଭଡା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

ମାର୍ଚ୍ଚ ୩୧ ପରେ ବନ୍ଦ ହେବ ବିଏସ୍‌-୪ ଯାନ ବିକ୍ରି

କଟକ ଅଫିସ୍‌,୧୪।୨: ଭାରତ ଷ୍ଟେଜ୍‌(ବିଏସ୍‌) ୪ ଯାନଗୁଡ଼ିକ ଆସନ୍ତା ମାର୍ଚ୍ଚ ୩୧ ପରଠୁ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ଗୁରୁବାର ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)...

ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ରିପୋର୍ଟ-ହେମନ୍ତ କୁମାର ନାୟକ ପୁରୀ ଅଫିସ, ୩୧।୫: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ପ୍ରାୟ ଅଳ୍ପବହୁତେ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି।...

ଓଭରବ୍ରିଜ୍‌ ତଳୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଖାରବେଳ ନଗର ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢାଉ କରି ଓଭରବ୍ରିଜ୍‌ ତଳୁ ୫.୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ...

ଛତିଶଗଡ଼ ଓଡ଼ିଆ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ିବ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାସହ ଛତିଶଗଡ଼ରେ...

Leave a comment

Your email address will not be published. Required fields are marked *