ଟାଏକୋଣ୍ଡୋ ବେଲ୍ଟ ପରୀକ୍ଷା; ୧୨୦ ପ୍ରତିଯୋଗୀ ଭାଗ ନେଲେ

ଜୁନାଗଡ,୨୬।୮ (ସ୍ବ.ପ୍ର.) କଳାହାଣ୍ଡି ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲା ଟାଏକୋଣ୍ଡୋ ତାଲିମ କେନ୍ଦ୍ର ଜୁନାଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେ.କେ. ଡ୍ୟାନ୍ସ ସ୍କୁଲ ସିବାମ୍ବିକା ନନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଜୁନାଗଡ କଳା ବିକାଶ କେନ୍ଦ୍ର ମୁଖ୍ୟ ମାନସ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆନ୍ତଜାର୍ତିକ ଖ୍ୟାତି ସମ୍ପନ୍ନ ସ୍ବୟଂଶିବ ସାହୁ ପ୍ରାରମ୍ଭରେ ନିଜ କଳା ପ୍ରଦର୍ଶନ କରିବା ପରେ ରାଜ୍ୟ ଟାଏକୋଣ୍ଡୋ ସଂଘ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜଙ୍କ ତତ୍ୱାବଧାନରେ ବେଲ୍ଟ ପରୀକ୍ଷା ଆରମ୍ଭ ହୋଇଥିଲା। କଳାହାଣ୍ଡି ଟାଏକୋଣ୍ଡୋ ସଂଘ ସମ୍ପାଦକ ବବୃବାହାନ ବୁଦ୍ଧିଆ ଏହାକୁ ସହଯୋଗ କରିଥିଲେ। ଦ୍ୱିତୀୟ ଅଧିବେସନରେ ଜିଲା ସଭାପତି ସନ୍ଦିପ ସାହୁଙ୍କ ସଭାପତିତ୍ୱରେ ବେଲ୍ଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୌର ପରିଷଦ ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ଉପସ୍ଥିତ ରହି ବେଲ୍ଟ ପ୍ରଦାନ କରିଥିଲେ। ଏହି ପରୀକ୍ଷାରେ କଲମପୁର, ଜୁନାଗଡ, ଭବନୀପାଟଣା, ଥୁ.ରାମପୁର, ମ.ରାମପୁର, ଧର୍ମଗଡ, ନର୍ଲା, କେସିଙ୍ଗା ଓ ଗୋଲାମୁଣ୍ଡାର ପ୍ରାୟ ୧୨୦ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ପାରଦର୍ଶିତା ଅନୁଯାୟୀ ବେଲ୍ଟ ସଂଗ୍ରହ କରିଥିଲେ।


All Right Reserved By Dharitri.Com

କେନାଲ ବୁଡ଼ି ଜଣେ ମୃତ

ପରଜଙ୍ଗ, ୮।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗ୍ରାମର ଜଣେ ବୃଦ୍ଧ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବସନ୍ତ ବେହେରା (୫୯)।...

୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ...

ଡାକ୍ତରଖାନାରେ ଦଲାଲି, ଔଷଧ ଦୋକାନୀ ଗିରଫ

ଆସିକା,୨୭ା୯(ଡି.ଏନ୍‌.ଏ.): ଆସିକା ସବଡିଭିଜିନାଲ୍‌ ହସପିଟାଲକୁ ଆସୁଥିବା ରୋଗୀଙ୍କୁ ଭୂଆଁ ବୁଲାଇ ନିଜ ଔଷଧ ଦୋକାନକୁ ନେଉଥିବା ଏବଂ ମନଇଛା ଔଷଧ ଦେଇ ଲୁଟୁଥିବା ଅଭିଯୋଗରେ ପୋଲିସ...

ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା

ସଜନାଗଡ଼,୨।୬:(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ...

ଅବେବସ୍‌ତା ଘେରରେ ବଡ଼ଛତ୍ରଙ୍ଗ ହାଇସ୍କୁଲ: ୧୦ ଶ୍ରେଣୀକେ ୩୦୧ ଛାତ୍ରୀଛାତ୍ର, ୭ ଶିକ୍ଷକ

ଭବାନୀପାଟଣା, ୨୯ା୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଛାତ୍ରୀଛାତ୍ରକୁଁ ଗୁଣାତ୍ମକ ଶିକ୍ଷା ଦେବାର ଲାଗି ଅନେକ ଯୋଜନା କାଯ୍‌କାରି କରି କୋଟି କୋଟି ଟଁକା...

ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ...

ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ...

ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା...

Leave a comment

Your email address will not be published. Required fields are marked *