କମୁନି ହାତୀପଲ ଉତ୍ପାତ

ପରଜଙ୍ଗ, ୨୬।୮(ଡି.ଏନ.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର ରାତିରେ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମରେ ପଶି ହିଂସ୍ର ଦନ୍ତା ଦୌରାତ୍ମ୍ୟ କରିଥିଲା। ହାତୀ ଗର୍ଜନରେ ଅଞ୍ଚଳ ଥରହର ହୋଇଯାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରାତି କଟାଇଥିଲେ।
ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦନ୍ତା ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ବିଳମ୍ବିତ ରାତିରେ ଗ୍ରାମରେ ପଶି ପୁରୁଷୋତ୍ତମ ବାରିକଙ୍କ ଘର ଭାଙ୍ଗି ଦେଇଥିଲା। ପରିବାର ସଦସ୍ୟ ଶୋଇଥିବାବେଳେ ଦନ୍ତା ଚାଳ ଘର ଭାଙ୍ଗି ଦେଇଥିଲା। ଫଳରେ ସମସ୍ତେ ଚାପି ହୋଇ ରହିଯାଇଥିଲେ। ହାତୀ ବିଭିନ୍ନ ଆସବାବପତ୍ର ନଷ୍ଟ କରିଦେଇଛି। ହାତୀ ପଳାଇଯିବା ପରେ ପଡ଼ୋଶୀ ଉଠି ପୁରୁଷୋତ୍ତମ ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ। ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସେହିପରି ରତ୍ନାକର ଭୂତିଆ, ବସନ୍ତ ନାଏକଙ୍କ ଘର ମଧ୍ୟ ଦନ୍ତା ଭାଙ୍ଗିଦେଇଛି।
ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତ କୁହନ୍ତି, ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ହାତୀ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ରବିବାର ଭୋର୍‌ରୁ ହାତୀପଲ ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ପାର ହୋଇ ବାରବାଙ୍ଗ ଜଙ୍ଗଲକୁ ଚାଲିଯାଇଛନ୍ତି। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଘଉଡ଼ାଇବାକୁ କାମାକ୍ଷାନଗର, ଦଦରାଘାଟି ସେକ୍ସନରୁ ହାତୀ ସ୍କ୍ବାଡ୍‌ଙ୍କୁ ଡକାଯାଇଛି। ହାତୀ ଗତିବିଧି ଉପରେ ନଜର ରଖାଯାଇଛି।


All Right Reserved By Dharitri.Com

ଫେରାର ଅଭିଯୁକ୍ତ ଗିରଫ

ଯୋଡ଼ା, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ଜେଏମ୍‌ଏଫସି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପୋଲିସ କବଳରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ...

ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବାକୁ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ଯୁବକ

ରାଇସୁଆଁ,୧୨ା୪(ଡି.ଏନ୍‌.ଏ.): ସରକାରୀସ୍ତରରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାସ୍କ ପିନ୍ଧିଲେ ଏହି ସଂକ୍ରମଣକୁ ରୋକିହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।...

କୋରାପୁଟ ଜିଲାର ୬୩ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା

ଜୟପୁର, ୧୯।୨(ଡି.ଏନ.ଏ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୋରାପୁଟ ଜିଲାରେ ୬୩ଟି କେନ୍ଦ୍ର ପରୀକ୍ଷା ଚାଲିଛି। ସେହିପରି ଜୟପୁର...

ଦୁର୍ଘଟଣା: ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ

ଯୋଡ଼ା,୨୫ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କରଣସାହିଠାରେ ଗୁରୁବାର ରାତିରେ ଏକ ବୋଲେରୋ ଦୁର୍ଘଟଣାରେ ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ...

ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିଲା ପ୍ରଥମ ବିମାନ

ଝାରସୁଗୁଡ଼ା ଅଫିସ/ଲଖନପୁର,୩୧।୧(ଡି.ଏନ୍‌.ଏ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଏଲାୟନ୍ସ ଏୟାର୍‌ ଏଟିଆର୍‌ ୭୨ ବିମାନ ଭାୟା ଭୁବନେଶ୍ବର ଦେଇ ବାରାଣସୀକୁ ପ୍ରଥମ...

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି।...

ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍‌ସିବି ପଠାଗଲା

ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଫେରୁଥିବା ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ୍‌

ଶେରଗଡ଼,୩୧ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଢ଼ିଙ୍କିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ସୌମ୍ୟରଞ୍ଜନ ଗୌଡ଼ କାମସାରି ଶନିବାର ରାତି ପ୍ରାୟ ୯ଟାରେ...

Leave a comment

Your email address will not be published. Required fields are marked *