ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ ଦିଆଯାଇଥିଲା। ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୧୬୬.୧୭୩ କି.ମି. ରାସ୍ତା ବୋଲି ଜଣାଯାଇଛି। ତେବେ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ୨୦୧୭ ଅଗଷ୍ଟରେ କେନ୍ଦୁଝର ଜିଲାରେ ତିନୋଟି ସ୍ଥାନ ଆନନ୍ଦପୁର ଉପକଣ୍ଠ ହସନପୁର, କେନ୍ଦୁଝର ଉପକଣ୍ଠ ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ଓ ବନାଯୋଡିଠାରେ ତିନୋଟି ଟୋଲଗେଟ ସ୍ଥାପନ କରାଯାଇ ଟୋଲ ଆଦାୟ ଆରମ୍ଭ କରାଯାଇଥିଲା। ଏହି ଟୋଲ ଆଦାୟ ପାଇଁ ସାଇ ମା’ ତାରିଣୀ ଟୋଲୱେଜ ଲିମିଟେଡ ନାମକ କମ୍ପାନୀ ୨୪ବର୍ଷ ପର୍ଯ୍ୟନ୍ତ ଟୋଲ ଆଦାୟ କରିବାର ଚୁକ୍ତିନାମା କରିଛି।
ତିନୋଟି ଯାକ ଟୋଲଗେଟରେ ବିଭିନ୍ନ ଗାଡି ନିମନ୍ତେ ଭିନ୍ନ ଭିନ୍ନ ଦରରେ ଟୋଲ ଆଦାୟ କରାଯାଉଛି। ତେବେ ରାସ୍ତା ସମ୍ପୂର୍ଣ୍ଣ କରା ନ ଯାଇ ଟୋଲ ଆଦାୟ କରାଯାଉଥିବାରୁ ଜିଲାର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାକୁ ଲାଗିଛି। ଏହାକୁ ନେଇ ଅନେକ ଫୋରମରେ ଆଲୋଚନା, ବିତର୍କ ପ୍ରଭୃତି ହେଉଥିବାବେଳେ ଅତୀତରେ ଟୋଲଗେଟକୁ ବିରୋଧ କରି ଆନ୍ଦୋଳନମାନ ହୋଇଛି। ତେବେ ଟୋଲ ଆଦାୟକୁ ବନ୍ଦ କରାଯାଇପାରିନାହିଁ। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ସହ ଯୋଗାଯୋଗ କରିବାରୁ ଚୁକ୍ତିନାମା ଅନୁଯାୟୀ ଧାରା ୧୪ର ୩.୨ ଉପଧାରା ଅନୁସାରେ ୭୫ ପ୍ରତିଶତ ରାସ୍ତା ସମ୍ପୂର୍ଣ୍ଣ ହୋଇଥିଲେ ଟୋଲ ଆଦାୟ କରିବାର ନିୟମ ରହିଛି କିନ୍ତୁ ଅନ୍ୟପକ୍ଷେ ବାକିଥିବା କାର୍ଯ୍ୟ ୯୦ଦିନ ମଧ୍ୟରେ ଶେଷ କରିବାର ନିୟମ ଥିଲେ ବି ଇତିମଧ୍ୟରେ ଦୁଇବର୍ଷ ବିତିଗଲାଣି ବର୍ତ୍ତମାନ ସୁଦ୍ଧା ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି। ରାସ୍ତା କାର୍ଯ୍ୟ ବିଓଟି ସ୍କିମରେ ତିଆରି ହେଉଛି। ଇତିମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୨୦ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନେଇଥିବା ଠିକା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଟୋଲଗେଟ ଉଚ୍ଛେଦ ପାଇଁ ବିଭିନ୍ନ ରାଜନୈତିକ ଦଳ,ବ୍ୟକ୍ତିବିଶେଷ ଓ ବିଭିନ୍ନ ଫୋରମ ପକ୍ଷରୁ ଅନେକ ସମୟରେ ଦାବି ହେଉଥିଲେ ବି ପ୍ରଶାସନ କିମ୍ବା ସରକାର ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଟୋଲଗେଟ ଉଚ୍ଛେଦକୁ ନେଇ ପ୍ରଶାସନର ଭୂମିକା ସ୍ପଷ୍ଟ ହେଉ ନ ଥିବା ମଧ୍ୟ ଅନେକ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହେଉଛି। ଦୁଇଟି ଟୋଲଗେଟ ଦୂରତା ୬୦କି.ମି. ହେବାର ଥିଲେ ବି ଖଣ୍ଟଘର ଓ ବନାଯୋଡି ଟୋଲଗେଟ ମଧ୍ୟରେ ଦୂରତା ୬୦କି.ମି.ରୁ କମ୍‌ ହୋଇଥିବାବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏହାର ଠିିକ୍‌ ଉତ୍ତର ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ପ୍ରଶାସନ ଦେଇପାରୁନାହାନ୍ତି। ଏହାର ନିୟମକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଟୋଲଗେଟକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବିସ୍ଫୋରଣମୁଖୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


All Right Reserved By Dharitri.Com

କୃଷ୍ଣ ବଗର୍ତ୍ତି ହତ୍ୟା ଘଟଣା ଆଉ ଜଣେ ଗିରଫ

ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ...

ବାଲି ବୋଝେଇ ୫ ହାଇୱା ଜବତ

ରଣପୁର,୨୫।୮(ସ୍ବ.ପ୍ର.)-ରଣପୁର ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଓ ବାଲି ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି । ତେବେ ତହସିଲ ଓ ପୋଲିସ ପକ୍ଷରୁ...

ଦୁର୍ନୀତିଖୋରଙ୍କୁ ଚପଲରେ ପିଟ: ପଞ୍ଚାୟତିରାଜ ମନ୍ତ୍ରୀ

ମାହାଙ୍ଗା,୧୭-୯(ସ୍ବ.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଶୂନ ସହିଷ୍ଣୁତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି। ଏପରିକିି ମାହାଙ୍ଗାରେ ଦୁର୍ନୀତିକୁ...

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

ବଡ଼ବିଲ କେଜେଏସ୍‌ ପିଲେଟ ପ୍ଲାଣ୍ଟରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଡ଼ବିଲ,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ କେଜେଏସ୍‌(କମଲଜିତ ସିଂହ ଆହଲୁୱାଲିଆ)ଙ୍କ ଶ୍ରୀଜଗନ୍ନାଥ ଷ୍ଟିଲ୍‌ସ ଆଣ୍ଡ ପାୱାର ଲିମିଟେଡ୍‌ ପିଲେଟ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଶ୍ରମିକମାନେ...

ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ...

ଜଟଣୀ ଆଇଓସିଏଲ୍‌ ଟର୍ମିନାଲରେ ମକ୍‌ଡ୍ରିଲ୍‌ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ

ଜଟଣୀ, ୩୧ା୭ (ଡି.ଏନ.ଏ.): ପାରାଦୀପରେ ଏଲ୍‌ପିଜି ଇମ୍‌ପୋର୍ଟ ଟର୍ମିନାଲ,ଖୋର୍ଦ୍ଧାରେ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ, ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ସ୍ଥାପନ...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ, ୮।୯-ବାଲେଶ୍ୱର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଅଡର ବଜାର ଅଞ୍ଚଳରେ ଚଢାଉ କରି ୪୦ ଗ୍ରାମ୍‌ ବ୍ରାଉନସୁଗାର ଜବତ...

Leave a comment

Your email address will not be published. Required fields are marked *