ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ନ ଥିଲା ପରି ଚାଲିଛି। କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ବି ଏହାର ପ୍ରତିକାର ହେଉ ନାହିଁ ା ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଜେ.ଏସ୍‌. ଜାମଡ଼ିହା, ଚକ୍ରଧରପୁର, କୁଳିଅଳମ ଓ ଦେବଳା ଆଦି ପଞ୍ଚାୟତ ଅନ୍ତର୍ଗତ ୨୫ଟି ରାଜସ୍ବ ଗ୍ରାମର ଲୋକେ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରୁଛନ୍ତି।
ଆରମ୍ଭରୁ ଏହି ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଭିତ୍ତିଭୂମି ବିକାଶର ଅଭାବ ଓ ସ୍ବାସ୍ଥ୍ୟସେବା ପ୍ରତି ଅବହେଳା କରାଯାଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରି ପ୍ରତିକାର ଦାବି କରି ଆସୁଛନ୍ତି। ଏହି ଉପାନ୍ତ ଅଞ୍ଚଳକୁ କେହି ଡ଼ାକ୍ତର ଆସିବାକୁ ଚାହଁୁ ନ ଥିବା ବେଳେ କେହି ଆସିଲେ ଅଳ୍ପ ଦିନ ରହି ଏଠାରୁ ଖସିବାକୁ ବାଟ ଖୋଜିଥାନ୍ତି। ବର୍ତ୍ତମାନ ଜଣେ ଆୟୁଷ ଡ଼ାକ୍ତରଙ୍କ ସମେତ ୨ ଜଣ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ କାର୍ଯ୍ୟ କରୁଛନ୍ତି। କିନ୍ତୁ ରୋଗୀମାନେ ଡ଼ାକ୍ତରଖାନା ଉପର ଭରସା ରଖି ନ ପାରି ଉଦଳା ଓ ପୋଡ଼ାଡ଼ିହା ଡ଼ାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା କହିଛନ୍ତି। ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଔଷଧ ଦିଆଯିବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏଠାରେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କୁହାଯାଉଛି। ଡାକ୍ତରଖାନାରେ ପାଚରି ନ ଥିବାରୁ ଏହା ପରିସର ବୁଲା ଗୋରୁଙ୍କ ଚାରଣଭୂଇଁ ପାଲଟୁଛି। ଡ଼ାକ୍ତରଖାନାରେ ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା ନ ହେବା ଏକ ବିଡମ୍ବନା। ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାରୁ ପାଣି ଅଣାଯାଇ ଏକ ଟାଙ୍କିରେ ଗଚ୍ଛିତ ରଖାଯାଇ ବ୍ୟବହାର କରାଯାଉଛି ା କର୍ମଚାରୀଙ୍କ ଲାଗି ନିର୍ମିତ କ୍ୱାର୍ଟର୍ସ ନିମ୍ନମାନର ହୋଇଥିବାରୁ ସେଠାରେ କେହି ରହୁ ନ ଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳରେ ଥରେ ବିଜୁଳି କଟିଲେ କେବେ ଆସିବ ତା’ର କିଛି ଠିକଣା ରହୁ ନାହିଁ ା ଏଥିଲାଗି ସ୍ବାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହେଉଛି। ଏ ସମ୍ପର୍କରେ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ. ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଡାକ୍ତରଖାନା ସମସ୍ୟାର ପ୍ରତିକାର ଲାଗି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।


All Right Reserved By

ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି...

ଡାକ୍ତରଖାନା ଓ ଆରଟିଓ ଅଫିସରୁ ୪ ଦଲାଲ ଗିରଫ

ବାରିପଦା ଅଫିସ,୨୭ା୯- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ରାଇରଙ୍ଗପୁରସ୍ଥିତ ଅତିରିକ୍ତ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ...

ହୋଇପାରୁନି ବନ୍ୟା ପାଣି ନିଷ୍କାସନ: ୧୦୦ ପରିବାର ଜଳବନ୍ଦୀ

ବସ୍ତା, ୨୮।୮(ସ୍ବ.ପ୍ର.) – ଗତ କିଛି ଦିନ ଧରି ଉପରମୁଣ୍ଡରେ ଏବଂ ସ୍ଥାନୀୟ ଅଞ୍ଚଳରେ ବର୍ଷା ଯୋଗୁ ବସ୍ତା ବ୍ଲକ ଦେଇ ପ୍ରବାହିତ ନଦୀ ଜଳକା...

ନିଃସ୍ବାର୍ଥପର ସେବା ଈଶ୍ବର ପ୍ରାପ୍ତିର ମାଧ୍ୟମ

ବିଜେପୁର,୮।୧୦(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲିରେ ସାତଦିନ ଧରି ଚାଲିଥିବା ଶାରଦୀୟ ସେବା ଶିବିର ଉଦଯାପିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା...

ଚାଷୀ ସମାବେଶରେ ମନ୍ତ୍ରୀ, ବିଧାୟକ:  ଚାଷ ପ୍ରତି ଆଗ୍ରହ ରଖିଲେ ବିକାଶ ହେବ

ଛତ୍ରପୁର,୧୨ା୯(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୁଧବାର ଚାଷୀ ସମାବେଶ ଆୟୋଜନ ହୋଇଥିଲା। ଶ୍ରମିକ ନେତା ରାଜେନ୍ଦ୍ର ଦାଶ ସ୍ବାଗତ ସମ୍ଭାଷଣ ଦେଇଥିବା...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ଖୋର୍ଦ୍ଧା ଅଫିସ, ୧୨।୧୦: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତମାନେ ମାସର...

କରଞ୍ଜିଆରେ ହାତୀ ଉପଦ୍ରବ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଠାକୁରମୁଣ୍ଡା,୫ା୯(ଡ଼ି.ଏନ୍‌.ଏ.)- କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ଦୀର୍ଘ ଏକ ମାସ ହେଲା ଝାଡ଼ଖଣ୍ଡ ହାତୀ ଏହି ଅଞ୍ଚଳରେ ରହି ବିଭିନ୍ନ ଗ୍ରାମରେ ପଶି ବ୍ୟାପକ...

ଆବାସ ଯୋଜନାରୁ ବଁଚିତ୍‌ ଜଗଦିଶ

ଖଡିଆଳ, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କୁସମାଲ ଗଁ। ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପରକୁତ ହିତାଧିକାରୀ ଯୋଜନାରୁ ବଁଚିତ୍‌ ହେଉଥିବାର ଅଭିଯୋଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *