Posted inଜାତୀୟ

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ କାମ କରୁଥିବା ଭେଙ୍କଟେସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଭେଙ୍ଗଟେସଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଗୋଟିଏ ପଟେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ମତଦାନ ଚାଲିଥିବା ବେଳେ ଅନ୍ୟପଟେ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ ରାଜନୀତି ପାଣିପାଗକୁ ଉଷ୍ମ କରିଦେଇଛି।


All Right Reserved By Dharitri.Com

ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧିକୁ ସମର୍ଥନ କଲା କଂଗ୍ରେସ: କରୋନା ଲଢ଼େଇର ରୋଡ୍‌ମ୍ୟାପ୍‌ ସମ୍ପର୍କରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩...

ବନ୍ଦ ଘରୁ ମିଳିଲା ୫ଜଣଙ୍କର ଗଳିତ ମୃତଦେହ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଭଜନପୁରା ଅଞ୍ଚଳରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ବୁରାରି ଗଣଆତ୍ମହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଉତ୍ତର-ପୂର୍ବ...

ଗୁଜରାଟ ସୀମାରୁ ପାକିସ୍ତାନ ନାଗରିକ ଗିରଫ

କଚ୍ଛ,୨।୫: ଗୁଜରାଟର କଚ୍ଛରେ ଥିବା ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ଗୁରୁବାର ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍‌ଏଫ୍‌ ଯବାନ ଗିରଫ କରିଛନ୍ତି। ୭୯ ବାଟାଲିୟନର ୧୧୨୩ ନମ୍ବର...

ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି

ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍‌...

ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ...

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା...

ଭାଜପାରେ ଯୋଗଦେଲେ ୫୦ ଟିଡିପି ନେତା

ହାଇଦ୍ରାବାଦ,୨୦ା୮: ତେଲେଙ୍ଗାନାରେ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୫୦ରୁ ଊର୍ଦ୍ଧ୍ୱ ନେତା ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ ଓ...

ଆରେ ଗଛକଟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ମେଟ୍ରୋ ଶେଡ୍‌ ପ୍ରକଳ୍ପ ବନ୍ଦ ହେବନି

ନୂଆଦିଲ୍ଲୀ,୨୨ା୧୦(ପି.ଟି.): ମୁମ୍ବାଇର ଆରେ କଲୋନିରେ ମେଟ୍ରୋ ଶେଡ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଉକ୍ତ କଲୋନିରେ ଗଛକଟାକୁ...

Leave a comment

Your email address will not be published. Required fields are marked *