ଖଳନାୟକ ନୁହେଁ; ଆଣ୍ଟିହିରୋ ପୀୟୂଷ ତ୍ରିପାଠୀ

ଓଡ଼ିଶା ଯାତ୍ରା ଜଗତରେ ଏବେ ଯେଉଁ କେତେଜଣ ଯୁବପ୍ରତିଭା ନେଗେଟିଭ୍‌ ଭୂମିକାକୁ ଏକ ନୂଆଟ୍ରେଣ୍ଡ ଦେବା ଆରମ୍ଭ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଯୁବ ଖଳନାୟକ ପୀୟୂଷ ତ୍ରିପାଠୀ। ପୀୟୂଷଙ୍କ ଅଭିନୀତ ‘ମୁଁ କେନ୍ଦ୍ରାପଡ଼ାର ବାବା’, ‘ରାଧା ପିନ୍ଧିଦେଲା ମୀରା ସିନ୍ଦୂର’, ‘କଉଡ଼ିଖେଳ (ଦ୍ୱିତୀୟଭାଗ)’ ଆଦି ନାଟକକୁ ଏହାର ଗୋଟିଏ ଗୋଟିଏ ଉଦାହରଣ ଭାବରେ ନିଆଯାଇପାରେ। ମଞ୍ଚରେ ଗର୍ଜନ ତର୍ଜନ ନାହିଁ, ଚେହେରାରେ ବୀଭତ୍ସତା ନାହିଁ; ମାତ୍ର ଅଭିନୟରେ ରହିଛି ପ୍ରଚୁର ଖଳନାୟକୀ। ହସିହସି ସଂଳାପ କୁହାଯାଉଥିବ ସତ; ହେଲେ ସେଇଥିରେ ଦର୍ଶକଙ୍କ ରକ୍ତ ତାତୁଥିବ ଆଉ ଛାତି ଥରୁଥିବ। ଖଳନାୟକର ଏହି ନୂଆ ଟ୍ରେଣ୍ଡକୁ ଦର୍ଶକ ବି ବେଶ୍‌ ପସନ୍ଦ କରୁଛନ୍ତି। ସେଥିଲାଗି, ସେମାନଙ୍କୁ ‘ଖଳନାୟକ’ ବୋଲି ନ କହି କେହିକେହି ‘ଆଣ୍ଟିହିରୋ’ ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି। ନେଗେଟିଭ ଭୂମିକାରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୀୟୂଷଙ୍କ କ୍ୟାରିୟର ଯେ, ଆରମ୍ଭ ହୋଇଥିଲା ନାୟକ (ହିରୋ) ଭାବରେ ହୁଏତ ଏକଥା ଖୁବ୍‌ କମ୍‌ ଦର୍ଶକ ଜାଣିଥିବେ। କଟକ ଲିଙ୍କରୋଡ଼ ଖପୁରିଆର ଏହି କଳାପ୍ରେମୀ ଯୁବକଜଣକ ଯାତ୍ରାପ୍ରତି ଆକର୍ଷିତ ହୋଇ ପ୍ରଥମେ ଯୋଗ ଦେଇଥିଲେ ବିଶ୍ୱଜନନୀ ଗଣନାଟ୍ୟରେ। ସେଠାରେ ତାଙ୍କର ନାଟକ ଥିଲା ‘ଶାଗୁଣା ଯାଉଛି ଶ୍ୱଶୁର ଘର’ ଏବଂ ‘ମୋ ସ୍ବାମୀ ନାହାନ୍ତି ଘରେ’। ଏଥିରେ ସେ ନାୟକ ଭାବରେ ଅଭିନୟ କରିଥିଲେ। ପରବର୍ଷ ସେ ଯୋଗଦେଲେ କୋଣାର୍କ ଗଣନାଟ୍ୟରେ। ସେଇଠି ବଦଳିଗଲା ତାଙ୍କ ଅଭିନୟର ଧାରା। କୋଣାର୍କରେ ତାଙ୍କର ବିଶିଷ୍ଟ ଅଭିନେତା ଦୈତ୍ୟାରୀ ପଣ୍ଡାଙ୍କ ସହ ସାକ୍ଷାତ ହେଲା। ସେ ପୂର୍ବରୁ ଦୈତ୍ୟାରୀ ପଣ୍ଡାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ହିଁ ତାଙ୍କୁ ଖଳଚରିତ୍ରରେ ଅଭିନୟ କରିବାକୁ କହିଲେ। ଖାଲି କହିଲେନି, ହାତ ଧରି ଯେମିତି ପିଲାକୁ ଖଡ଼ି ମଡ଼ାଯାଏ ସେମିତି ଅଭିନୟ ଶିଖେଇଲେ। ପୀୟୂଷ କହନ୍ତି : ‘ମୁଁ ଆଜି ଯାହା ହୋଇଛି ଦଇତାରୀନନାଙ୍କ ପାଇଁ ହୋଇଛି। ସେ ମୋ ଅଭିନୟ ଜୀବନର ବାପା। ସେ ମୋ ଗୁରୁ। ସେ ମୋର ଆଦର୍ଶ। ସେ ମୋର ସବୁକିଛି।’ ଇତିମଧ୍ୟରେ ଯାତ୍ରା ଜଗତରେ ପାଞ୍ଚବର୍ଷ ଅତିବାହିତ କରିସାରିଥିବା ପୀୟୂଷ ବିଶ୍ୱଜନନୀ, କୋଣାର୍କ, ଇନ୍ଦ୍ରଭୁବନ, ରଙ୍ଗମହଲ ଆଦିରେ ନିଜର ଅଭିନୟ ପ୍ରଦର୍ଶନ କରି ସମ୍ପ୍ରତି ପାର୍ବତୀରେ ଅଭିନୟ କରୁଥିବା ବେଳେ ଆସନ୍ତା ସିଜନ୍‌ରେ ସେ ଯାତ୍ରା ସୂର୍ଯ୍ୟମନ୍ଦିରରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେ। ବର୍ତ୍ତମାନର ଯୁବପିଢ଼ି ‘ଫିଟ୍‌ ଆଣ୍ଡ ଫାଇନ୍‌’ ଉପରେ ଗୁରୁତ୍ୱ ଦେଉଥିବାରୁ ସେ ନିଜର ବଡ଼ି ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାତ୍ରାକୁ ନେଇ ଅନେକ କ୍ଷୋଭ ରହିଛି ପୀୟୂଷଙ୍କ ମନରେ। ସେ କହନ୍ତି, ଯାତ୍ରା ପ୍ରତି ସରକାରଙ୍କର ନଜର ନାହିଁ। ପୁଣି ଯାତ୍ରାରେ ଅନେକ ରାବଣ ରହିଛନ୍ତି ଯେଉଁମାନେ ସବୁବେଳେ ଗୋଡ଼ଟଣା ନୀତି ଅବଲମ୍ବନ କରୁଛନ୍ତି। ଫଳରେ ପ୍ରତିଭାବାନ ଯୁବକମାନେ ଆଗକୁ ଆସିପାରୁ ନାହାନ୍ତି। ସେଥିଲାଗି ଯାତ୍ରାକୁ ନେଇ କୌଣସି ସ୍ବପ୍ନ ଦେଖି ହେଉନାହିଁ। ଓଡ଼ିଶାରେ ଯାତ୍ରାର ଏକ ବଡ଼ ପରମ୍ପରା ରହିଛି। ହେଲେ ପ୍ରଥମେ ଏସବୁରୁ ଯାତ୍ରା ମୁକ୍ତ ହେବା ଦରକାର। ବାପା ନଗେନ୍ଦ୍ରନାଥ ତ୍ରିପାଠୀ, ମା’ ଉଷାରାଣୀ ତ୍ରିପାଠୀ, ପତ୍ନୀ ରିଙ୍କି ତଥା ଏକମାତ୍ର ପୁତ୍ର ଆୟୁଷକୁ ନେଇ ସୁଖର ଜୀବନ ବିତାଉଥିବା ପୀୟୂଷଙ୍କର ଗୋଟିଏ ସ୍ବପ୍ନ ହେଉଛି, ତାଙ୍କ ଗୁରୁ ଦଇତାରୀ ପଣ୍ଡା ‘କଂସେଇଖାନା’ରେ ଯେଭଳି ଏକ ମାଇଚିଆ ଚରିତ୍ରରେ ଆସିଥିଲେ ସେ ବି ସେମିତି ଏକ ଚରିତ୍ରରେ ଅଭିନୟ କରନ୍ତେ। ସେ କେବଳ ସମୟ ଆଉ ସୁଯୋଗର ଅପେକ୍ଷାରେ ଅଛନ୍ତି।


All Right Reserved By

ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ...

ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ସେଲ୍‌ଫି ପାଇଁ

ସେଲ୍‌ଫି ପାଇଁ ନିକଟରେ ‘ଭାରତ’ର ନାୟିକା କ୍ୟାଟ୍ରିନା କୈଫଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଥରେ ସେ ଏହାର ପ୍ରମୋ ପାଇଁ ଏକ ପ୍ରେକ୍ଷାଳୟକୁ ଯାଇଥିଲେ। ସେଠାରେ...

ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ...

ଯୁଦ୍ଧପ୍ରିୟ ନୁହେଁ, ଦେଶଭକ୍ତ

ଲସ୍‌ ଆଞ୍ଜେଲ୍ସ୍‌ : ମୁଁ ଯୁଦ୍ଧପ୍ରିୟ ନୁହେଁ, ବରଂ ଜଣେ ସଚ୍ଚୋଟ ଦେଶଭକ୍ତ ବୋଲି ଆମେରିକାର ଲସ୍‌ ଆଞ୍ଜେଲ୍ସ୍‌ରେ ଭାରତୀୟ ସିନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା...

ଲଞ୍ଚ ହେଲା ପିଏମ୍‌ଙ୍କ ବାୟୋପିକ୍‌ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’

ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି...

ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *