ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନାଳରେ ନବଜାତ ଶିଶୁକନ୍ୟା ପଡିଥିବାର ଖବର ପାଇବା ପରେ ପୋଲିସ କର୍ମଚାରୀ ରୁଷି ପାଲ୍‌ ତୁରନ୍ତ ସେଠାକୁ ଯାଇ ଉଦ୍ଧାର କରିଥିଲେ। କାଦୁଅ ଏବଂ କଣ୍ଟାବାଡ ଯାଗାରୁ ଶିଶୁଟିକୁ ଉଦ୍ଧାର କରିବା ତାଙ୍କ ପକ୍ଷେ ସେତେଟା ସହଜ ନ ଥିଲା। କିନ୍ତୁ ପୋଲିସ୍‌ କର୍ମଚାରୀ ଜଣଙ୍କ ଏହାକୁ ଭ୍ରୁକ୍ଷେପ ନ କରି ତୁରନ୍ତ ଶିଶୁକନ୍ୟାଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ସୋସିଆଲେ ମିଡିଆରେ ରୁଷିଙ୍କ ଏଭଳି କାର୍ଯ୍ୟ ଭାଇରାଲ ହେବା ପରେ ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି।


All Right Reserved By Dharitri.Com

‘ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରିବନି ଭାଜପା’

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ ହେଁ ଆବଶ୍ୟକ ସଂଖ୍ୟା ଭାଜପା ପାଖରେ ନାହିଁ ବୋଲି ଏନ୍‌ସିପି ମୁଖ୍ୟ...

ଗୁଜରାଟ ଉପକୂଳରେ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେଶନ ଜାରି

ଗାନ୍ଧିନଗର,୫।୧୦: ଗୁଜରାଟ କଚ୍ଛ ଅଞ୍ଚଳରେ ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ପାକିସ୍ତାନ ମତ୍ସଜୀବୀଙ୍କ ଦୁଇଟି ଡଙ୍ଗା ମିଳିବା ପରେ ସର୍ଚ୍ଚ ଅପରେଶନ...

ଲୋକଙ୍କ ଅର୍ଥରେ ଆତ୍ମପ୍ରଚାର ମନା

ନୂଆଦିଲ୍ଲୀ, ୨୦।୧: (ଆଇଏଏନ୍‌ଏସ୍‌): ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ...

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା...

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ...

୧୨ ବର୍ଷରେ ୭୦ରୁ ଊର୍ଦ୍ଧ୍ୱ ମେଡାଲ : ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ, ଚିତ୍ରାଙ୍କନ, ବକ୍ତୃତା,...

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ...

ବନ୍ଦ ଘରୁ ମିଳିଲା ୫ଜଣଙ୍କର ଗଳିତ ମୃତଦେହ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଭଜନପୁରା ଅଞ୍ଚଳରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ବୁରାରି ଗଣଆତ୍ମହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଉତ୍ତର-ପୂର୍ବ...

Leave a comment

Your email address will not be published. Required fields are marked *