ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ। ରାଜସ୍ଥାନର ବିକାନେର୍‌ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍‌ ଗିଳିଦେଇଥିଲେ। ଚୋର ପେଟରୁ ଚେନ୍‌ କାଢିବା ପାଇଁ ଏକ ମଜାଦାର ଉପାୟ ଅବଲମ୍ବନ କରିଥିଲା ପୋଲିସ। ପ୍ରଥମେ ଚୋରକୁ ହସ୍ପିଟାଲ ନେଇ ପହଞ୍ଚିଥିଲା ପୋଲିସ। ସେଠାରେ ଅଲଟ୍ରାସାଉଣ୍ଡ ପରେ ଚୋର ପେଟରେ ଚେନ୍‌ ଥିବାର ଜଣାପଡିଥିଲା। କୌଣସି ଅପରେଶନ ନ କରି ତାଙ୍କୁ ପୋଟାସିୟମରେ ଭରପୂର ଖାଦ୍ୟ ଖାଇବାକୁ ଦେବାକୁ ଡାକ୍ତର ପୋଲିସକୁ କହିଥିଲେ। ଫଳରେ ପୋଲିସ ଚୋରକୁ ପ୍ରଚୁର କଦଳୀ ଖୁଆଇଲେ। ପରଦିନ ସକାଳେ ଚୋର ଶୌଚାଳୟ ଯିବାବେଳେ ଚେନ୍‌ଟି ବାହାରକୁ ଆସିଥିଲା। ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଦୁଇଜଣ ଚୋର ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟି ନେଇଥିଲେ। ସିସି ଟିଭି ଫୁଟେଜରୁ ପୋଲିସ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲା। ପୋଲିସକୁ ଦେଖିବା ମାତ୍ରେ ଚୋର ସୁନା ଚେନ୍‌ଟିକୁ ଗିଳି ଦେଇଥିଲା।


All Right Reserved By Dharitri.Com

ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍‌ଡିଏମ୍‌ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍‌ଡିଏମ୍‌ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍‌ଡିଏମ୍‌ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ...

ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା, ଫିରୋଜାବାଦରେ ଇଣ୍ଟରନେଟ ସେବା ବନ୍ଦ

ଆଗ୍ରା,୨୬।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଲାଗିରହିଥିବା ହିଂସା ଥମିବାର ନା ନେଉନି। ଏନେଇ ପଶ୍ଚିମ ଉତ୍ତରପ୍ରଦେଶର ୩ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି...

ଭିକ୍କି କୌଶଲ- ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି...

ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩...

ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀ ପଦ ଯାଚିଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୮।୭: ସଂଖ୍ୟା ଗରିଷ୍ଠତାକୁ ନେଇ ଏବେ ଅଡୁଆରେ ପଡିଛି କର୍ନାଟକର କୁମାରସ୍ବାମୀ ସରକାର। ଇତି ମଧ୍ୟରେ ବିଧାୟକଙ୍କୁ ମନାଇବାକୁ ଯାଇ କେତେଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ କୁମାରସ୍ବାମୀ...

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ...

ପ୍ରଥମ ଥର ପାଇଁ ମୁମ୍ବାଇ ଆସି ଫଶିଗଲେ ବିଦେଶିନୀ

ମୁମ୍ବାଇ,୨୮।୬: ମାୟାନଗରୀ ମୁମ୍ବାଇରେ ଶୁକ୍ରବାର ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଗୋଟିଏ ଦିନର ବର୍ଷାରେ ଲୋକେ ବେହାଲ ହୋଇପଡ଼ିଥିବା...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ୫୭ପ୍ରାର୍ଥୀଙ୍କ ତାଲିକା, ୪ମହିଳାଙ୍କୁ ବି ମିଳିଲା ଟିକେଟ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶୁକ୍ରବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ...

Leave a comment

Your email address will not be published. Required fields are marked *