Posted inଫୁରସତ

ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍‌

ପୋଷା ପ୍ରାଣୀଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି। ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ। ଅନେକେ ତ ନିଜ ପୋଷା ବିଲେଇକୁ ବିଭିନ୍ନ ବେଶରେ ସଜେଇ ମଧ୍ୟ ଥାଆନ୍ତି। ଯାହାଫଳରେ ସେମାନେ ଆହୁରି ସୁନ୍ଦର ଲାଗନ୍ତି। ଜାପାନର ଫଟୋଗ୍ରାଫର୍‌ ର୍ୟୋ ୟାମାଜାକି ଓ ତାଙ୍କ ସ୍ତ୍ରୀ ହିରୋମୀ କ୍ୟାମ୍‌ ବି ଘରେ ବିଲେଇ ରଖିଥିଲେ। ଆଉ ସେମାନେ ଏହି ଦମ୍ପତିଙ୍କର ବହୁତ ପ୍ରିୟ। ତେବେ ଉକ୍ତ ଦମ୍ପତି ନିଜ ପୋଷା ବିଲେଇଙ୍କୁ ସଜେଇବା ପାଇଁ ଏକ ଭିନ୍ନ ଉପାୟ ଆପଣେଇଛନ୍ତି। ବିଲେଇ ଶରୀରରୁ ଛିଣ୍ଡି ଏଠିସେଠି ପଡୁଥିବା ଲୋମକୁ ସଂଗ୍ରହ କରି ସେଥିରେ ସେମାନେ ତିଆରି କରିଛନ୍ତି ଭାଇକିଂ ହେଲମେଟ୍‌, ପାଇଲଟ୍‌ଙ୍କ ହ୍ୟାଟ୍‌, ଡକ୍‌ କ୍ୟାପ୍‌, ଡିଟେକ୍ଟିଭ୍‌ କ୍ୟାପ୍‌ ଆଦି ଭଳି ବିଭିନ୍ନ ପ୍ରକାରର ଆକର୍ଷକ ଛୋଟ ଛୋଟ ଟୋପି। ଏସବୁକୁ ପିନ୍ଧି ତାଙ୍କ ପୋଷା ବିଲେଇ ଲାଗନ୍ତି ବହୁତ କ୍ୟୁଟ୍‌। ସେସବୁର ଫଟୋ ଉଠାଇ ସେମାନେ ସୋସିଆଲ୍‌ ମିଡିଆରେ ବି ପୋଷ୍ଟ କରିଛନ୍ତି, ଯାହାକୁ ସମସ୍ତେ ବେଶ୍‌ ପସନ୍ଦ କରୁଛନ୍ତି।


All Right Reserved By Dharitri.Com

ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ

ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ମହାକାଶକୁ ରକେଟ୍‌ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି...

ଗଙ୍ଗା ଯମୁନା ପାଣିରେ ବ୍ୟାକ୍ଟେରିୟୋଫଗେସ: ମାରାତ୍ମକ ରୋଗ ଉପଶମ କରିପାରିବ

ହିସାର: ଶରୀରରେ ଯେତେବେଳେ ଆଣ୍ଟିବାୟୋଟିକ୍ସ ବିରୋଧରେ ବ୍ୟାକ୍ଟେରିଆ ଲଢିବା ଆରମ୍ଭ କରନ୍ତି ତାହା ଆଉ କାମ କରେନାହିଁ। ଏହାଫଳରେ ରୋଗ ଉପଶମ ହୋଇନଥାଏ। କିନ୍ତୁ ଏବେ...

କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଏ ବର

ଆଧୁନିକ ଯୁଗରେ ବିବାହ କରିବାକୁ ବରମାନେ ଏବେ ଦାମୀ ଗାଡ଼ିରେ ଯାଉଥିବା ଦେଖାଯାଏ। ହେଲେ ଏବେବି ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପରେ...

ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ

ଅନ୍ୟ ପୋକଙ୍କ ପରି ପିମ୍ପୁଡ଼ିର ଛଅଟି ଗୋଡ଼ । ପ୍ରତି ଗୋଡ଼ରେ ରହିଛି ଛଅଟି ଗଣ୍ଠି । କ୍ଷୁଦ୍ର ଓ ପତଳା ଦିଶୁଥିଲେ ବି ପିମ୍ପୁଡ଼ିମାନଙ୍କର...

ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ...

ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଓଲଟା ଟ୍ରେନ୍‌ ଚଳାଇଲେ ଲୋକୋ ପାଇଲଟ

ମୁମ୍ବାଇ,୭।୨: ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ ଓଲଟା ଟ୍ରେନ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲୋକୋ ପାଇଲଟ...

୯ ମହଲାରୁ ଖସି ବି ଆରାମରେ ଉଠି ଦୌଡ଼ିଲେ ମହିଳା: ଭିଡ଼ିଓ ଭାଇରାଲ

ମସ୍କୋ, ୨୬।୧: ରୁଷିଆରେ ଜଣେ ମହିଳା ଏକ ବିଲ୍ଡିଂର ୯ ମହଲାରୁ ଅସାବଧାନତା ଯୋଗୁ ଖସିପଡ଼ିଥିଲେ। ତେବେ ତାଙ୍କରର କୌଣସି କ୍ଷତି ହୋଇ ନ ଥିବା...

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି...

Leave a comment

Your email address will not be published. Required fields are marked *