ଦୁର୍ଘଟଣାଗ୍ରସ୍ତ ବିମାନର ଡେଣା ଉପରେ ରହି ଭିଡିଓ ଶୁଟ୍‌ କଲେ ପାଇଲଟ୍‌

କାଲିଫର୍ନିଆ,୨୫।୮: ଆମେରିକାର ଉତ୍ତର କାଲିଫର୍ନିଆରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିମାନର ପାଇଲଟ୍‌ ତା’ର ଡେଣା ଉପରେ ରହି ଭିଡିଓ ପ୍ରସ୍ତୁତ କରୁଥିବା ନଜର ଆସିଛି। ସୂଚନାଯୋଗ୍ୟ, ଆମେରିକାର ବିଇ-୩୬ ନାମକ ଏବ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ଏଥିରେ ଥିବା ପାଇଲଟ ଓ ତାଙ୍କ ସହଯୋଗୀ ବଞ୍ଚିଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହି ଛୋଟ ବିମାନଟିର ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାର ମାତ୍ର ୨ ମିନିଟ୍‌ ମଧ୍ୟରେ ବିମାନଟି ନିକଟରେ ଥିବା ସମୁଦ୍ର ମଧ୍ୟକୁ ଖସିବା ଆରମ୍ଭ କରିଥିଲା। ଆଉ ଏହି ୨ ମିନିଟ୍‌ ମଧ୍ୟରେ ଏଥିରେ ଥିବା ପାଇଲଟ ଡେଭିଡ ଲେଶ ଓ ତାଙ୍କ ସହଯୋଗୀ ବିମାନରୁ ବାହାରକୁ ବାହାରି ଆସିଥିଲେ। ପରେ ବିମାନଟି ପାଣିରେ ବୁଡିଯିବାରୁ ଏହାର ଡେଣା ଉପରେ ଠିଆହୋଇ ଡେଭିଡ୍‌ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ସତ କିନ୍ତୁ ସମୁଦ୍ରର ପାଣି ବହୁତ ଥଣ୍ଡା ଥିବାରୁ ଏମାନେ ପାଣିରେ ପହଁରିବାରେ ବହୁ କଷ୍ଟ ଅନୁଭବ କରିଥିଲେ। ସୌଭାଗ୍ୟବଶତଃ ତୁରନ୍ତ ଖବର ପାଇ ନିକଟରେ ଥିବା କୋଷ୍ଟଗାର୍ଡ ଟିମ୍‌ ଏମାନଙ୍କୁ ଉଦ୍ଧାର କରିଥିଲେ।


All Right Reserved By Dharitri.Com

ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା...

୨୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୧।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଅୟାରଲାଣ୍ଡ୍‌, ଡେନମାର୍କ,...

ଜମ୍ମୁ-କଶ୍ମୀର ସମସ୍ୟାରେ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଉଦ୍ୟମ: ଧର୍ମକୁ ନେଇ ଦେଲେ ବିବାଦୀୟ ମନ୍ତବ୍ୟ

ଓ୍ବାଶିଂଟନ,୨୧।୮: ଜମ୍ମୁ-କଶ୍ମୀର ସମସ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟସ୍ଥତା କରିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏହି ସମସ୍ୟା ନେଇ ସେ...

ଏସିଆ ବାହାରେ ପ୍ରଥମ କରୋନା ମୃତ୍ୟୁ

ପ୍ୟାରିସ୍‌,୧୬ା୨(ଏଏଫ୍‌ପି): ଏସିଆ ମହାଦେଶ ବାହାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ଫ୍ରାନ୍ସରେ ଘଟିଛି। ଚାଇନାରୁ ଯାଇଥିବା ଜଣେ ୮୦ ବର୍ଷୀୟ ପର୍ଯ୍ୟଟକ ସେଠାରେ ଚିକିତ୍ସାଧୀନ...

ଆଫଗାନିସ୍ତାନ ବିସ୍ଫୋରଣ: ଜଣେ ଶିଶୁଙ୍କ ସମେତ ୨ ମୃତ

ହେରାତ,୧୮।୫: ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଥିବା ଏକ ରାସ୍ତା କଡ଼ରେ ଶନିବାର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ...

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି...

ଇରାନର ବୁଡି ଯାଇଥିବା କାର୍ଗୋ ଜାହାଜରୁ ଉଦ୍ଧାର ହେଲେ ୨ ଭାରତୀୟ

ଅଜରବୈଜାନ,୨୭।୭: ଇରାନର ଅଜରବୈଜାନ ନିକଟରେ ଏହାର ଏକ ମାଲବାହୀ ଜାହଜ ‘ଶାବହାଂଗ’ ବୁଡିଯାଇଛି। ଏଥିରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର...

କରୋନା ମୃତକଙ୍କ ଶେଷ ଦର୍ଶନ ପାଇଁ ଡରୁଛନ୍ତି ପରିବାର ଲୋକେ!

ରୋମ,୨୩।୩: କରୋନା ଭାଇରସ। ଏତିକି ଶୁଣିଲେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଭୟ। କାରଣ ଏବେ କରୋନା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।...

Leave a comment

Your email address will not be published. Required fields are marked *