ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୮ରୁ ବର୍ଷା ପରିମାଣ ବଢ଼ିବ

ଭୁବନେଶ୍ୱର, ୨୫।୮(ବ୍ୟୁରୋ)/ ତାଳଚେର ଅଫିସ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଛି। ଏହା ପ୍ରଭାବରେ ଉପକୂଳ ଓ ପଶ୍ଚିମ ଓଡିଶାର କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ରବିବାର ମଧ୍ୟ କେତେକ ଜିଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୮ରେ ଆଉଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଶନିବାର ଟିଟିଲାଗଡ଼ରେ ସର୍ବାଧିକ ୬୨ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୧୭.୭, ଗୋପାଳପୁରରେ ୧୩.୨, ପାରାଦୀପରେ ୧୨.୮, ତାଳଚେରରେ ୧୦, ଅନୁଗୋଳ ୭, କୋରାପୁଟ ୬, ଝାରସୁଗୁଡ଼ା ୫, ମାଲକାନଗିରି ୪, ଭୁବନେଶ୍ୱରରେ ୩, ବାଲେଶ୍ୱର, ଚାନ୍ଦବାଲି ଓ ଦାରିଙ୍ଗବାଡ଼ିରେ ୨ ମିମି ଲେଖାଏ ରେକର୍ଡ କରାଯାଇଛି। ଲଘୁଚାପ ପ୍ରଭାବରେ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ପୁରୀ ଆଦି ଜିଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ଘଣ୍ଟା ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହାପରେ ବର୍ଷା ପରିମାଣ କମିବ। କିନ୍ତୁ ୨୮ ତାରିଖ ବେଳକୁ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉକ୍ତଦିନ ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ଅନ୍ୟପକ୍ଷରେ ବଜ୍ରପାତ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଶନିବାର ଅନୁଗୋଳ ଜିଲାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଅନୁଗୋଳ ସହର ଉପକଣ୍ଠ ବେନ୍ତପୁର ଗ୍ରାମର ଗିରିଶ ବେହେରା(୪୫) ଓ ଖଣ୍ଡହତା ଗ୍ରାମର ପ୍ରତାପ ବେହେରା(୪୦) ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।


All Right Reserved By Dharitri.Com

ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍‌ରେ ଲୁଟେରା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ମା’ ଜଗଜ୍ଜନନୀଙ୍କୁ ଦର୍ଶନ କରିବା ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି। ଆଉ ସେପଟେ ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍‌ କରୁଛନ୍ତି ଲୁଟେରା। ସମସ୍ତ ପୂଜା...

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୩ା୧୦:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ...

ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ...

ଆଜି ୭ ଜିଲାକୁ ୟେଲୋ ଓ୍ବାର୍ନିଂ: ଦୁଇଦିନ ପ୍ରବଳ କୁହୁଡ଼ି

ଭୁବନେଶ୍ୱର,୧୬।୧୨(ବ୍ୟୁରୋ) : ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଉ ନ ଥିବାବେଳେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ...

ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ

ରାୟଗଡ଼ା ଅଫିସ, ୨୩।୫- ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା...

ପ୍ରଥମ ଦିନରେ ୨୭ଜଣଙ୍କୁ ଧରିଲା ଡ୍ରୋନ୍‌

ଭୁବନେଶ୍ୱର, ୨୮-୮(ବ୍ୟୁରୋ):ରାଜଧାନୀର ରବୀନ୍ଦ୍ର ମଣ୍ଡପ-ବିମାନବନ୍ଦର ରାସ୍ତାକୁ କମିଶନରେଟ ପୋଲିସ ‘ନୋ ଓଭରଟେକିଂ ଜୋନ୍‌’ ଭାବେ ଘୋଷଣା କରିବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପ୍ରଥମଥର...

କାଳୀପୂଜା ପ୍ରସ୍ତୁତି ବୈଠକ: ପ୍ଲାଷ୍ଟିକମୁକ୍ତ ପୂଜା ମଣ୍ଡପ ନିଷ୍ପତ୍ତି

ଯାଜପୁର ରୋଡ, ୧୭।୧୦(ନି.ପ୍ର.): ଯାଜପୁର ରୋଡ ସହରରେ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବୁଧବାର ଜିଲା ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

Leave a comment

Your email address will not be published. Required fields are marked *