୩ରେ ଗଣପର୍ବ ନୂଆଁଖାଇ: ଧାର୍ଯ୍ୟ ହେଲା ଲଗ୍ନ, ଇଷ୍ଟଦେବୀ ସମଲେଇଙ୍କୁ ଲଗ୍ନପତ୍ର ଅର୍ପଣ

ସମ୍ବଲପୁର, ୨୫।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀ ସମଲେଇଙ୍କଠାରେ ନୂଆଁଖାଇ ପାଳିତ ହେବ। ସେଦିନ ପୂର୍ବାହ୍ନ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ମୀନ ନବାଂଶେ ଦେବୀଙ୍କଠାରେ ଭୋଗ ଲାଗିବ। ଶନିବାର ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରଠାରେ ପଣ୍ଡିତମାନେ ସର୍ବସମ୍ମତି ମତେ ଏହି ଲଗ୍ନ ସ୍ଥିର କରିଛନ୍ତି। ପରମ୍ପରାନୁସାରେ ଭାଦ୍ରବ କୃଷ୍ଣପକ୍ଷ ନବମୀ ତିଥିରେ ଝୁଲଣ ମଣ୍ଡପ ସମ୍ମୁଖରେ ସହର ତଥା ବିଭିନ୍ନ ଅଞ୍ଚଳର ପଣ୍ଡିତମାନେ ସମବେତ ହୋଇଥିଲେ। ଏହି ଅବସରରେ ବିଷ୍ଣୁ ସହସ୍ରନାମ ପାଠ କରାଯାଇଥିଲା। ବିଶ୍ୱଂ ବିଷ୍ଣୁ ବଶଟ୍‌କାରୋ, ଭୁତ ଭବ ଭବତ ପ୍ରଭୁ…. ମନ୍ତ୍ରରେ ମୁଖରିତ ହେବା ସହ ହରିବୋଲ ଓ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର। ଏହାପରେ ପଣ୍ଡିତମାନେ ଠାକୁରଙ୍କଠାରୁ ଲଗ୍ନ ଧାର୍ଯ୍ୟ କରିବା ପାଇଁ ଆଜ୍ଞା ମାଗିଥିଲେ। ସମସ୍ତ ପଣ୍ଡିତମାନଙ୍କ ଲଗ୍ନକୁ ଏକତ୍ରିତ କରାଯାଇଥିଲା। ଏହାପରେ ରାଶି, ନକ୍ଷତ୍ରକୁ ଗଣନା କରାଯାଇ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଲଗ୍ନ ବାହାରିଥିଲା। ଲଗ୍ନପତ୍ର ବ୍ରହ୍ମପୁରା ଠାକୁର ଓ ଝୁଲଣ ମଣ୍ଡପରେ ଉପବିଷ୍ଟ ରାଧାକୃଷ୍ଣଠାରେ ଉଚ୍ଚାରଣ କରାଯାଇଥିଲା। ଏହାପରେ ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ କମିଟି, ପଣ୍ଡିତମାନେ ଶୋଭାଯାତ୍ରା ବାହାରି ସମଲେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲେ। ଦୁଲଦୁଲି ବାଦ୍ୟରେ ଶୋଭାଯାତ୍ରା ପଥ ଦୁଲୁକି ଉଠିଥିଲା। ସେଠାରେ ମନ୍ଦିର ପୂଜକମାନେ ପଣ୍ଡିତମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ବିଧି ଅନୁସାରେ ବ୍ରହ୍ମପୁରା ମନ୍ଦିର ପୂଜକ ସନ୍ତୋଷ କୁମାର ପଣ୍ଡା ସମଲେଇଙ୍କଠାରେ ଲଗ୍ନପତ୍ର, ନାରୀକେଳ ଓ ପୁଷ୍ପ ପ୍ରଦାନ କରିଥିଲେ। ଟ୍ରଷ୍ଟବୋର୍ଡ ସଭାପତି ସରୋଜ କୁମାର ଦଳପତଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶ୍ରୀ ଶ୍ରୀ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରା, ପଣ୍ଡିତ ଅମରନାଥ ମିଶ୍ର, ପଣ୍ଡିତ ଜିତେନ୍ଦ୍ର କୁମାର ନନ୍ଦ, ପଣ୍ଡିତ ଅମରେନ୍ଦ୍ର ପୂଜାରୀ, ପଣ୍ଡିତ ସୁରେଶଚନ୍ଦ୍ର ଦେବତା, ଶୈଳେନ୍ଦ୍ର ପୂଜାରୀ, ମନବୋଧ ପାଢ଼ୀ, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ଶଶାଙ୍କ ଶେଖର ମିଶ୍ର, ଭଗବାନ ବଡପଣ୍ଡା, ପଣ୍ଡିତ ଡ. ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର କରଶର୍ମା ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟ ବୋର୍ଡ ସଭ୍ୟ ସୁଶାନ୍ତ କୁମାର ପୁରୋହିତ, ଅଭିଷେକ ମିଶ୍ର, ସଞ୍ଜୟ କୁମାର ସାହୁ, ପ୍ରାଣରଞ୍ଜନ ପଣ୍ଡା, ଶୁଭେନ୍ଦୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


All Right Reserved By

ହାତୀଙ୍କ ସୁରକ୍ଷା ପାଇଁ ‘ଗଜବନ୍ଧୁ’ ଯୋଜନା: ଚଳପ୍ରଚଳ ରାସ୍ତାରେ ସିସିଟିଭି, ୬୫ ସ୍ଥାନରେ ଲାଗିବ ସ୍ପିଡ୍‌ ବ୍ରେକର୍‌

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଗତ କିଛି ଦିନ ଧରି ରାଜ୍ୟରେ ହାତୀମାନଙ୍କ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହାତୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର...

ଶହେବର୍ଷ ପରେ…ସୋରଡା ରଥଯାତ୍ରାରେ ଛେରାପହଁରା କଲେ ରାଜବଂଶୀ

ସୋରଡା,୪ା୭(ଡି.ଏନ୍‌.ଏ.)- ଦୀର୍ଘ ଶହେବର୍ଷ ପରେ ସୋରଡା ରଥଯାତ୍ରାରେ ରାଜବଂଶୀ ଛେରାପହଁରା କରିଛନ୍ତି। ଡ. ଦେବବତ୍ତ ସିଂଦେଓ ଯୋଗଦେଇ ରଥାରୁଢ ଠାକୁରଙ୍କ ନିକଟରେ ଛେରାପହଁରା ନୀତି ସମ୍ପନ୍ନ...

ଅଟୋ ସହ ବାର୍‌ହା ଧକ୍କା, ୬ ଆହତ

ବେଗୁନିଆପଡା,୯ା୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ବୁରୁଝରିଠାରୁ ସୁମଣ୍ଡଳ ରାସ୍ତା ମଝିରେ ସୋମବାର ଅଟୋ ସହ ଏକ ବାର୍‌ହାର ଧକ୍କା ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ...

ଅବକାରୀ ଭ୍ୟାନ୍‌କୁ ଧକ୍କା ଲଗାଇ ଖସିଗଲେ ମଦ ବେପାରୀ, ଡ୍ରାଇଭର

ଭଦ୍ରକ ଅଫିସ, ୧୬।୭ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ଭୋର ସମୟରେ ଚଢ଼ାଉ କରି ୧୬ ନମ୍ବର ଜାତୀୟ...

୬ ଇଞ୍ଚ ଦବିଲା ଆପ୍ରୋଚ ରୋଡ୍‌ : ରାଜଧାନୀରେ ପୁଣି ଫ୍ଲାଏଓଭର ଆତଙ୍କ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ...

ପୁଣି ଜନବସତିରେ ପଶିଲା ନରହନ୍ତା ହାତୀ

ପରଜଙ୍ଗ, ୨୫।୮(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ ତାଣ୍ଡବ ସୃଷ୍ଟି କରିଥିବା ନରହନ୍ତା ଦନ୍ତାର ହିଂସ୍ର ଆଚରଣ ବଢ଼ିବାରେ...

୧ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷକ

ନୟାଗଡ଼ ଅଫିସ,୧୪।୮-ଜଣେ ଶିକ୍ଷକଙ୍କ ଏମଏସ୍‌ପି (ବର୍ଦ୍ଧିତ ଦରମା) ମଞ୍ଜୁର କରାଇଦେବା ପାଇଁ ଅନ୍ୟ ଜଣେ ଶିକ୍ଷକ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *