Posted inଖେଳ

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୫।୮ (ସ୍ପୋଟର୍‌ସ ବ୍ୟୁରୋ)- ସୁଇଜରଲାଣ୍ଡସ୍ଥିତ ବାସେଲଠାରେ ଅନୁଷ୍ଠିତ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ବ୍ୟାଡ୍‌ମିଣ୍ଟନର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ପ୍ରମୋଦ ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌-୩) ସେମିଫାଇନାଲରେ ପ୍ରମୋଦ ୨୧-୧୮, ୨୧-୧୬ ସିଧାସଳଖ ଗେମ୍‌ରେ ନିଜ ଦେଶର ମନୋଜ ସରକାରଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ପ୍ରମୋଦଙ୍କ ମୁକାବିଲା ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ସହ ହେବ। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରମୋଦ ୨୧-୧୬, ୨୧-୧୨ ସିଧାସଳଖ ଗେମ୍‌ରେ ସାଥୀ ଖେଳାଳି ବିକ୍ରମ କୁମାରଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ପ୍ରମୋଦଙ୍କୁ ୨୮ ମିନିଟ୍‌ ସମୟ ଲାଗିଥିଲା। ଅପରପକ୍ଷରେ ପୁରୁଷ ଡବଲ୍ସ (ଏସ୍‌ଏଲ୍‌ ୩-୪)ରେ ପ୍ରମୋଦ ଓ ତାଙ୍କ ଯୋଡ଼ିଦାର ମନୋଜ ସରକାର ଫାଇନାଲରେ ପହଞ୍ଚତ୍ଛନ୍ତି। ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୫, ୨୧-୧୫ରେ ଭାରତ-ଥାଇଲାଣ୍ଡ ଯୋଡ଼ି ବିକ୍ରମ କୁମାର ଓ ଚଓ୍ବରତ୍‌ କିଟିଚୋକ୍ୱାତାନାଙ୍କୁ ହରାଇଛନ୍ତି। ପ୍ରମୋଦ-ମନୋଜ ଯୋଡ଼ି ଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ନୀତେଶ-ତରୁଣଙ୍କୁ ଭେଟିବେ। ପୂର୍ବରୁ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୫, ୨୧-୧୫ ସିଧାସଳଖ ଗେମ୍‌ରେ ଜର୍ମାନୀର ନିକୋଲାସ ପୋଟ୍‌ ଓ ପାସଲ ଓ୍ବଲଟରଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଟି ବିଭାଗର ଫାଇନାଲରେ ପ୍ରବେଶ ସହ ପ୍ରମୋଦ ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨ଟି ପଦକ ନିଶ୍ଚିତ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌...

ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀଙ୍କୁ ବ୍ରୋଞ୍ଜ

କଟକ ଅଫିସ,୩୧ା୭-ଇଟାଲୀର ଟୋରିନୋ ସହରରେ ଚାଲିଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ...

ରାଜେଶ ମହାନ୍ତିଙ୍କୁ ୧୦ ଉଇକେଟ ସଫଳତା

ଭୁବନେଶ୍ୱର,୧୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଛତିଶଗଡ଼ ବିପକ୍ଷରେ ଖେଳାଯାଇଥିବା ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଦଳ ଏକ ଇନିଂସ ଓ ୩ ରନ୍‌ରେ ଜିତି ନେଇଛି। ବିଜୟୀ ଦଳ...

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ

ନୂଆଦିଲ୍ଲୀ,୪ା୬ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମଗ୍ର ଘରୋଇ ସିଜନ ପାଇଁ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି। ସୂଚନା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମରେ...

ସଙ୍କଟରେ ୩ ବିଶ୍ୱ ରେକର୍ଡ

ଲିଡ୍ସ,୫।୭- ଏଠାରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ୩ ବିଶ୍ୱ ରେକର୍ଡ ଅଧିକାରୀ...

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି...

ଧାଓ୍ବନଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂରା ଫର୍ମରେ ଥିବା ଧାଓ୍ବନଙ୍କ ଏହା କ୍ରମାଗତ...

ଡୋପ୍‌ ଜାଲରେ ଟପ୍‌ ଭାରୋତ୍ତୋଳକ

ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍‌ ରୌପ୍ୟ ପଦକ...

Leave a comment

Your email address will not be published. Required fields are marked *