Posted inଖେଳ

ଦୁଲୀପ ଟ୍ରଫି : କଲ୍‌ସୀଙ୍କ ଶତକ, ନାୟାର ୯୯

ବେଙ୍ଗାଲୁରୁ,୨୪।୮(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ରେଡ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରେଡ୍‌ ପ୍ରଥମ ଇନିଂସରେ କରୁନ ନାୟାର ଓ ଅଙ୍କିତ୍‌ କଲ୍‌ସୀଙ୍କ ଦୃଢ଼ ବ୍ୟାଟିଂ ବଳରେ ୧୨୪ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଛି। ନାୟାର ୯୯ ରନର କରି ଆଉଟ ହେବାସହ ଶତକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ତେବେ କଲ୍‌ସୀ ୧୦୬ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ବ୍ଲୁ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୪ ଓଭରରେ ୩ ଉଇକେଟ ହରାଇ ୭୪ ରନ ସଂଗ୍ରହ କରିଛି। ଫଳରେ ବ୍ଲୁ ୭ ଉଇକେଟ ବାକି ରଖି ୨୧୧ ରନ ପଛରେ ପଡିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଙ୍କିତ୍‌ ବାଓ୍ବନେ ୧୫ ଓ ଅନମୋଲପ୍ରୀତ ସିଂ ୬ ରନ କରି ଅପରାଜିତ ରହିଛନ୍ତି। ଇନିଂସ ଆରମ୍ଭରୁ ବ୍ଲୁ ଝଟ୍‌କା ଖାଇଥିଲା। ଓପନର ସ୍ନେଲ ପଟେଲ ଖାତା ଖୋଲିବା ପୂର୍ବରୁ ଜୟଦେବ ଉନାଡ଼କଟ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ଯୁବ ପ୍ରତିଭାସମ୍ପର୍ଣ୍ଣ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶୁବମନ ଗିଲ ୯ ରନ କରିଥିବା ବେଳେ ଏଲ୍‌ବିଡବ୍ଲ୍ୟ ହୋଇ ଉନାଡ଼କଟଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ ୩୭ ରନ କରିଥିବା ବେଳେ ଆଭେସ ଖାଁଙ୍କ ବଲ୍‌ରେ ନାୟାରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ରେଡ୍‌ ତରଫରୁ ଉନାଡକଟ ୨, ଆଭେସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମ ଦିବସର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୬୩/୨ରୁ ଖେଳ ଆରମ୍ଭ କରି ରେଡ୍‌ ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ନାୟାର ୯୨ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୭ ରନ କରି ୯୯ ରନ କରିଥିବା ବେଳେ ସୌରଭ କୁମାରଙ୍କ ବଲ୍‌ରେ ଉଇକେଟକିପର ସ୍ନେଲ ପଟେଲଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍‌ ହୋଇ ୧ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ସେ ୨୧୬ଟି ବଲର ସମ୍ମୁଖୀନ ହୋଇ ୯ଟି ଚୌକା ମାରିଥିଲେ। ସେହିପରି ୪୮ରନରୁ ଖେଳ ଆରମ୍ଭ କରି କଲସୀ ୧୦୬ ରନର ଶତକୀୟ ପାଳିଖେଳି ଜଲାଜ ସାକ୍‌ସେନାଙ୍କ ବଲ୍‌ରେ ଋତୁରାଜ ଗାଏକ୍ୱାଡଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। କଲ୍‌ସୀ ୩୪୫ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ମାରିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୫୦ ରନର ଶତକୀୟ ପାଳି ଖେଳି ଦିଓ୍ବେସ ପଠାନିଆ ବଲ୍‌ରେ ରିକି ଭୁଇଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ତେବେ ବାକି ବ୍ୟାଟ୍ସମ୍ୟାନ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ହରପ୍ରୀତ ସିଂ ୨, ଉନାଡ଼କଟ ୧, ଅକ୍ଷୟ ଓ୍ବାଖରେ ୨, ବରୁନ ଆରୋନ ୨, ଅକ୍ଷର ପଟେଲ ବିନୋ ସ୍କୋରରେ ଆଉଟ ହୋଇଥିବା ବେଳେ ଆଭେସ ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ବ୍ଲୁ ତରଫରୁ ପଠାନିଆ ସର୍ବାଧିକ ୪, ସାକ୍‌ସେନା ୩, ଅନିକେତ ଚୌଥୁରୀ ୨ ଓ ସୌରଭ କୁମାର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ: ୧୨୪ ଓଭରରେ ୨୮୫ ଅଲଆଉଟ୍‌
(କଲ୍‌ସୀ-୧୦୬, ନାୟାର- ୯୯, କିଷନ- ୫୦, ପଠାନିଆ- ୪/୫୫, ସାକ୍‌ସେନା- ୩/୫୭, ଚୌଧୁରୀ- ୨/୬୯)।
ଇଣ୍ଡିଆ ବ୍ଲ ୁ: ୨୪ଓଭରରେ ୭୪/୩ (ଋତୁରାଜ- ୩୭, ବାଓ୍ବନେ- ୧୫*, ଅନମୋଲପ୍ରୀତ- ୬*, ଉନାଡ଼କଟ- ୨/୧୮, ଆଭେସ- ୧/୧୭ )।


All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ...

ପ୍ରମୋଦ, ପଞ୍ଚାନନଙ୍କୁ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର, ୧୪ା୩(କ୍ରୀଡ଼ା ପ୍ରତିନିଧି)- ତାରକା ପାରା ସ୍ପୋଟର୍‌ସ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଆଥଲେଟିକ୍‌ କୋଚ୍‌ ପଞ୍ଚାନନ ଗନ୍ତାୟତ...

ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ମୋବାଇଲ ମସଜିଦ୍‌

ଟୋକିଓ:ଏଥର ଟୋକିଓ ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ନମାଜ ପଢିବାକୁ ମୋବାଇଲ ମସଜିଦ ବ୍ୟବସ୍ଥା କରାଯାଉଛି। ଏହି ମସଜିଦ ଷ୍ଟାଡିୟମ ବାହାରେ ରଖାଯିବ। ସେଥିରେ ହାତ...

କେପିଏଲ ମ୍ୟାଚ୍‌ ଫିକ୍ସି: ବେଙ୍ଗାଲୁରୁ ପୋଲିସକୁ ସହାୟତା କରିବ ଆଇସିସି

ବାଙ୍ଗଲୋର,୦୧।୧୨- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୋଲିସକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସମସ୍ତ...

ଚାପର ମୁକାବିଲା କରିବାରେ ରୋହିତ ସିଦ୍ଧହସ୍ତ: ଲକ୍ଷ୍ମଣ

ନୂଆଦିଲ୍ଲୀ,୨୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଓପନର ରୋହିତ ଶର୍ମା ନିଜକୁ ଜଣେ ସଫଳ ଅଧିନାୟକ ଭାବେ ଗଢି ତୋଳିଛନ୍ତି। ଚାପକୁ ମୁକାବିଲା କରିବାରରେ...

ପ୍ରୋ କବାଡ଼ି ଲିଗ୍‌: ଦିଲ୍ଲୀ- ବେଙ୍ଗାଲୁରୁ ମ୍ୟାଚ ଟାଇ

ଜୟପୁର,୨୪।୯(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ସୋମବାର ବେଙ୍ଗାଲୁରୁ ବୁଲ୍ସ ଓ ଦବଙ୍ଗ ଦିଲ୍ଲୀ ପରସ୍ପରକୁ ଭେଟିଥିଲେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି...

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ...

ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ମନ୍ତ୍ର ଶିଖିଥିଲେ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍‌ନେସ୍‌ ଲାଗି ମଧ୍ୟ  ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *