ମୋରମ ଗାଡ଼ିଆରେ ବୁଡ଼ି ନାବାଳକ ମୃତ

ସଜନାଗଡ଼,୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ବାଘମରା ଗ୍ରାମର ଶମ୍ବୁ ସିଂଙ୍କ ୭ ବର୍ଷର ପୁଅ ଅଜୟ (୭) ମୋରମ ଗାଡିଆରେ ବୁଡି ପ୍ରାଣ ହରାଇଛନ୍ତି। ସେ ପ୍ରତିଦିନ ଭଳି ଶନିବାର ସ୍କୁଲ ଯାଇଥିଲେ। ସେ ସ୍କୁଲ ସାରି ଘରକୁ ଫେରୁଥିଲା ବେଳେ ସାଙ୍ଗମାନଙ୍କ ସହିତ ଏକ ମୋରମ ଖଣି ଗାଡ଼ିଆକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯିବା ସହ କଇଁ ନଟାରେ ଛନ୍ଦିହୋଇପଡିଥିଲେ। ଫଳରେ ସେ ଆଉ ବାହାରି ପାରି ନ ଥିଲେ। ବହୁ ସମୟ ପରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ମା’ବାପାଙ୍କୁ ଖବର ଦେଇଥିଲେ। ଏକ ମୋଟରସାଇକେଲରେ ତାଙ୍କୁ ନୀଳଗିରି ମେଡ଼ିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୀଳଗିରି ପୋଲିସ ମେଡ଼ିକାଲରେ ପହଞ୍ଚତ୍ ଶବ ବ୍ୟବଚ୍ଛେଦ କରାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଜୟ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ।


All Right Reserved By Dharitri.Com

ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ

ଜୟପୁର,୮ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍‌...

ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ...

ପଦଯାତ୍ରାରେ ରାଜଧାନୀ ବାହାରିଲେ ସେବାୟତ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ

ବାରିପଦା ଅଫିସ,୨୯।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ସହିତ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା, ସେବାୟତମାନେ...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଫେରାର୍‌

ନୂଆଗାଁ,୨୮।୪(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର ଲୋଧାରାମ ଅଞ୍ଚଳର ଜନୈକ ଯୁବତୀଙ୍କୁ ସେହି ପଞ୍ଚାୟତର ରାଜେଶ ନାଏକ(୩୦) ନାମକ ଜଣେ...

ତହସିଲଦାର ସଫା କଲେ କାର୍ଯ୍ୟାଳୟ ପରିସର

ଶେରଗଡ଼,୯।୭(ଡି.ଏନ.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲ କାର୍ଯ୍ୟାଳୟ ପରିସରକୁ ମଙ୍ଗଳବାର କର୍ମଚାରୀମାନେ ମିଶି ସଫା କରିଛନ୍ତି। ଏହାକୁ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ସଫା...

କମ୍ପାନୀ ନେଉନି, ରାସ୍ତାକଡ଼ରେ ଶୁଖୁଛି ଆଖୁ

ରସୁଲପୁର, ୧।୪ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ, ସାମନ୍ତରାପୁର, ମଙ୍ଗରାଜପୁର, ଝାଲପଡ଼ା, ଅତଲାପୁର, ବ୍ରହ୍ମବରଦା, ମହେଶ୍ୱରପୁର, ବରୁଆଁ ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ...

ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ...

ବୀରବଳଭଦ୍ରପୁର ଗୋପୀନାଥ ଦେବ ମନ୍ଦିରରୁ ଚୋରି ମୂର୍ତ୍ତି ଫୋପାଡିଲେ, ଅଳଙ୍କାର ନେଇଗଲେ

ପୁରୀ ଅଫିସ, ୧୩।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ବୀରବଳଭଦ୍ରପୁର ଗ୍ରାମର ଗୋପୀନାଥ ଦେବଙ୍କ ମନ୍ଦିରରୁ ଶନିବାର ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି...

Leave a comment

Your email address will not be published. Required fields are marked *