Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ଥା ମଧ୍ୟ ଖୋଜିବାରେ ଲାଗି ପଡିବେ। ଏଣେ ନିଜର ସ୍ବାସ୍ଥ୍ୟ ଭଲ ନ ରହୁଥିବାରୁ ମଧ୍ୟ ବ୍ୟସ୍ତତା ବଢିଯିବ। ସମ୍ପତିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ଟଣାଓଟରା ଦେଖା ଦେଇପାରେ। ପରିସ୍ଥିତିବଶତଃ କାମ ଚାପାରେ ନିଜକୁ ଆଡଜଷ୍ଟ କରିବାକୁ ବାଧ୍ୟ ହେବେ।
ବୃଷ
ବୃଷ
ପରିସ୍ଥିତିକୁ ଦେଖି ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝତ୍ବେ। ଅସୁବିଧାକୁ ଜଣାଇଲେ ମଧ୍ୟ ଉପରିସ୍ଥ କର୍ମଚାରୀମାନେ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୈାଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ଆନୁସଙ୍ଗିକ ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟର ସଫଳତା ଅବଶ୍ୟ ପାଇବେ। କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ସମାଲୋଚିତ ହେବେ। ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ସମସ୍ୟା ଦୂରେଇଯିବ।
କର୍କଟ
କର୍କଟ
କେତେକ ଅସଜଡା କାମକୁ ନେଇ ମାନସିକ ସ୍ଥିତି କ୍ରମଶଃ ଜଟିଳ ହୋଇ ପଡିବ। ଆଦୌ ଭଲ ସମ୍ପର୍କ ନଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ପରିବାରର ଅଭାବନୀୟ ପରିସ୍ଥିତିକୁ କେନ୍ଦ୍ର କରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ଅସ୍ଥିରତା ଦୂର କରିବା ବିଷୟରେ ପ୍ରିୟବନ୍ଧୁଙ୍କ ସାନ୍ତ୍ୱନାବାଣି ମନରେ ଆଶ୍ୱସ୍ତି ଭରିପାରେ। ପରିସ୍ଥିତି ବଶତଃ ମନ ନ ଥିଲେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
କନ୍ୟା
ବହୁତ ଦିନରୁ ରହି ଯାଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ଅତି ନିକଟରେ ରହୁଥିବା ଲୋକଟି ଆପଣଙ୍କ ସକାଶେ ବହୁତ ଉପକାରରେ ଆସିବ। ବାଣିଜ୍ୟ, ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ।
ତୁଳା
ତୁଳା
ପ୍ରତ୍ୟେକ ପ୍ରକାରର ପରିସ୍ଥିତି ପ୍ରତି ସତର୍କ ରହି କାମ ନକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଅବଶ୍ୟ ଆଜି ଆକସ୍ମିକ ଭାବରେ କୌଣସି ଯୁବକ ବ୍ୟଚ୍ଛିଠାରୁ ଯଥେଷ୍ଟ ସହାୟତା ପାଇବେ। ଆଜିର ସକାଳୁଆ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। ଆଶା କରୁଥିବା ସ୍ଥାନରୁ ବନ୍ଧୁ ମାନଙ୍କ ସାହଯ୍ୟରୁ ଦ୍ରବ୍ୟଲାଭ ହେତୁ ଖୁସୀ ହେବେ।
ବିଛା
ବିଛା
ଆବଶ୍ୟକତାକୁ ଉପଲବ୍ଧତ୍କରି ବନ୍ଧୁ ମାନେ ସହେଯାଗର ହାତ ବଢାଇବେ। ଫଳତଃ ସ୍ଥଗିତ ରହିଯାଇଥିବା କାର୍ଯ୍ୟ ସାଧିତ ହେବ ଏବଂ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ଯାତ୍ରା ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। କଳା, ସାହିତ୍ୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିଭିନ୍ନ ପ୍ରକାରର ସମସ୍ୟା ଭିତର ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିନ୍ଦ୍‌ପାରେ। ପଡୋଶୀମାନେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ କରିବା ଭଲହେବ।
ମକର
ମକର
କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ମାତ୍ର ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଫେରନ୍ତା ବାଟରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ରୋଗ, ଋଣ ଓ ଶତ୍ରୁତା ହେତୁକ ଦୁଃଚିନ୍ତାରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଭୁଲ୍‌ ବୁଝାମଣା କାରଣରୁ ବାଦବିବାଦ, ଧନହାନୀ ଓ ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ନିର୍ମାଣ, ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅଟକି ରହିଯାଇଥିବା କାମରେ ଦିନସାରା ବ୍ୟସ୍ତ ରହିବାକୁ ପଡିପାରେ।
ମୀନମୀନ
ଶାରୀରିକ ଅସୁସ୍ଥତା ଲାଗି ରହିବା କାରଣରୁ କେତେକ କାମ ଅଟକି ରହିଯିବ। ପିଲାମାନଙ୍କ କାଯର୍‌ୟକଳାପ ନାପସନ୍ଦ କରିପାରନ୍ତି, କିନ୍ତୁ କିଛି କରି ପାରିବେ ନାହିଁ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସାଂଗଠନିକ ସ୍ତରରେ ସହକର୍ମୀ ମାନଙ୍କର ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ। ନିଜର ଇଚ୍ଛା ଅନୁଯାୟୀ କାମ ହାସଲ କରି ଦିନଟିକୁ ଆନନ୍ଦର ସହ ବିତାଇବେ।

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନରେ ଷଡଗ୍ରହକୂଟ ଉଦ୍ୟମକୁ ଭଣ୍ଡୁର କରିପାରେ। ଭାଇ, ବନ୍ଧୁ, ପାଖ ପଡୋଶୀଙ୍କ ସହ ଯୁକ୍ତିତର୍କରୁ ଅନର୍ଥ ଘଟିବାର ସମ୍ଭାବନା ରହିଛି। ତଥାପି ସାମ୍ବାଦିକତା,...

ରାଶିଫଳ: ସୋମବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ କଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ,ଛୋଟ ଦୋକାନରୁ ସୁଫଳ ମିଳିବ। ଅଫିସ୍‌...

ରାଶିଫଳ: ଶନିବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମଗୁଡ଼ିକ ଅଟକିବ ନାହିଁ । ସହକର୍ମୀ କିମ୍ବା ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ।...

ରାଶିଫଳ: ବୁଧବାର, ଜୁନ ୧୯ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ପାପଯୁକ୍ତ କାରଣରୁ କୌଣସି କାର୍ଯ୍ୟରେ ସଫଳତା ପାଇବା କଷ୍ଟକର ହୋଇପାରେ। ତଥାପି ଆର୍ଥିକ ଏବଂ ସାମାଜିକ ସ୍ଥିତି ପୂର୍ବଭଳି ରହିବ। ଦ୍ୱିଜା...

ରାଶିଫଳ: ସୋମବାର, ଜାନୁଆରି ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନିଜ ଗୃହରେ ଅବସ୍ଥାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ପ୍ରତିକୂଳତା କେତେକାଂଶରେ ଦୂରେଇଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। କାର୍ଯ୍ୟ ହାସଲକଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳି ନ ପାରେ। ଅବଶ୍ୟ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ ଗତକାଲି ପରି ଆଜିର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେବାର ସୂଚନା ପାଇ ପାରିବେ ନାହିଁ। ତଥାପି ଆପଣଙ୍କ ଉପସ୍ଥିତ ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ : ମଙ୍ଗଳବାର, ମେ ୨୮ ତାରିଖ – Daily Horoscope

ମେଷ ସମସ୍ୟା ବିଜଡ଼ିତ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ। ଯଦିଓ ବିଶେଷ...

Leave a comment

Your email address will not be published. Required fields are marked *