ବିଦ୍ୟୁତ୍‌ ତାର ଚୋରି ମାମଲାରେ ୪ ଗିରଫ, ବିଦ୍ୟୁତ୍‌ ତାର, ସ୍କର୍ପିଓ ଜବତ

ବସ୍ତା, ୨୪।୮ (ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା, ବାଲିଆପାଳ ତଥା ବାଲେଶ୍ୱର ସଦର ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ବିଦ୍ୟୁତ୍‌ ତାର ଚୋରି ର଼୍ୟାକେଟର ଶନିବାର ପର୍ଦ୍ଦାଫାଶ ହୋଇଛି । ବାଲେଶ୍ୱର ଜିଲା ଲଙ୍ଗଳେଶ୍ୱରର କବାଡ଼ିଆ ଗୋଦାମରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଚୋରି ସାମଗ୍ରୀ ଘଟଣାରେ ବସ୍ତା ଓ ଶିଂଲା ପୋଲିସ ଶନିବାର ମିଳିତଭାବେ ଚଢ଼ାଉକରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ମଣ୍ଡାବାଟି ଗ୍ରାମର ନିଗମାନନ୍ଦ ବେହେରା, ଖୁଣ୍ଟା ଗ୍ରାମର ବାପୁନ ବିନ୍ଧାଣି, ଗୋଡିଖଣିଆ ଗ୍ରାମର ସୁନୀଲ ହେମ୍ବ୍ରମ ଓ ଲଙ୍ଗଳେଶ୍ୱର ଗ୍ରାମର ସେକ୍‌ ଉସ୍‌ମାନ। ସେମାନଙ୍କ ନିକଟରୁ ଚୋରା ବିଦ୍ୟୁତ୍‌ ତାର ସମେତ ସ୍କର୍ପିଓ ଗାଡ଼ି ଜବତ ହୋଇଛି। ଏ ନେଇ ବସ୍ତା ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରଣଜିତ ପୃଷ୍ଟି ଏହି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ କିଛି ମାସ ହେବ ବିଭିନ୍ନ ସ୍ଥାନରୁ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ବସ୍ତା, ଶିଂଲା ଏବଂ ବାଲେଶ୍ୱର ସଦର ଥାନାରେ ମାମଲା ରୁଜୁ ହୋଇଥିଲା।


All Right Reserved By

ପଲିଥିନ୍‌ ଜବତ, ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ, ୨୩।୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ରାତିରେ ଚଢ଼ାଉ କରାଯାଇଛି । ନିଗମ ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଓ...

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର...

କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର...

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ କଲେ ବିଧାୟକ

ବଇଣ୍ଡା,୧୪।୮(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମଙ୍ଗଳବାର କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି...

ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ।...

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସହ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇର ପ୍ରାଥମିକ ଚାର୍ଜଶିଟ୍‌ ସିବିଆଇ କୋର୍ଟରେ ଗୁରୁବାର ଦାଖଲ କରିଛି। ସିବିଆଇ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ...

ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: କ୍ରୋମ ଭ୍ୟାଲିରେ ଅଚଳାବସ୍ଥା ଦୂର ଦିଗରେ ପଦକ୍ଷେପ ଦାବି

ଡୁବୁରୀ,୨୭।୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରୁ ଖଣିଜ ଦ୍ରବ୍ୟ ବୋଝେଇ କ୍ଷେତ୍ରରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯାଜପୁର ଜିଲାପାଳଙ୍କ ପଦକ୍ଷେପ ଉପରେ ସୁକିନ୍ଦା ମିନେରାଲ...

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍‌ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *