Posted inଜାତୀୟ

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା ସବୁ ସତ୍‌ଲେଜ ନଦୀରେ ମିଶି ଜଳ ପ୍ରଦୂଷିତ କରୁଛି। ଫଳରେ ପଞ୍ଜାବ ସୀମାନ୍ତରେ ଥିବା ଗାଁଗୁଡିକ ଏହି ନଦୀ ପାଣି ବ୍ୟବହାର କରି ରୋଗରେ ଆକ୍ରାନ୍ତ ହେବା ସହ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ଏଥିସହ ଉକ୍ତ ପାଣିକୁ ଚାଷ ଜମିରେ ଫସଲ ପାଇଁ ବ୍ୟବହାର କରାଯିବାରୁ ସବୁ ଫସଲ ନଷ୍ଟ ହୋଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତରୁ ପାକିସ୍ତାନର କିଛି ଦୂର ପର୍ଯ୍ୟନ୍ତ ଏହି ନଦୀର ପାଣି ପ୍ରବାହିତ ହେଉଛି। ଫଳରେ ଏହି ନଦୀର ପାଣି ଭାରତର ପଞ୍ଜାବ ରାଜ୍ୟର କିଛି ସ୍ଥାନରୁ ପ୍ରବାହିତ ହୋଇ ପାକିସ୍ତାନକୁ ଯାଇଥାଏ। ପୁଣି ସେହି ପାଣି ପାକିସ୍ତାନରୁ ଫେରି ପଞ୍ଜାବକୁ ଆସିଥାଏ। ଯେଉଁଥିରେ ପାକିସ୍ତାନର ଚମଡା କାରଖାନାର ପାଣି ସତ୍‌ଲେଜ ନଦୀରେ ଆସି ମିଶିଥାଏ। ଏହାପରେ ପଞ୍ଜାବର ସୀମାବର୍ତ୍ତୀ ଗ୍ରାମବାସୀ ଏହି ପାଣିକୁ ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା କୁହାଯାଉଛି।


All Right Reserved By Dharitri.Com

ପିଆଜ ପରେ ଏବେ ଟମାଟୋ ପାଳି: କିଲୋ ୬୦ ଟପିଲା

ନୂଆଦିଲ୍ଲୀ,୨୯।୯: ପାର୍ବଣ ଋତୁ ଆସିବା ପୂର୍ବରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ପିଆଜ କିଲୋ ପିଛା ୮୦...

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି।...

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର

ଭୋପାଳ,୧୬।୮: ମଧ୍ୟପ୍ରଦେଶ ଦେପାଲପୁରର ପିର ପିପଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା...

ସରୋଗେଟ୍‌ ମାଆ ପାଇଁ ନ ରହୁ କଟକଣା

ନୂଆଦିଲ୍ଲୀ,୬ା୨(ଆଇଏଏନ୍‌ଏସ୍‌): ସରୋଗେଟ୍‌ ମାଆ ହେବା ପାଇଁ କଟକଣା ରହିବା ଉଚିତ ନୁହେଁ। ଯେକୌଣସି ମହିଳା ଚାହିଁଲେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିବା ଉଚିତ ବୋଲି ରାଜ୍ୟ...

ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ବାଲାକୋଟରେ ପୁଣି ଜୈଶ୍‌ ଆତଙ୍କବାଦୀ ସକ୍ରିୟ: ୪୦ରୁ ଅଧିକ ଜେହାଦିଙ୍କୁ ଦିଆଯାଉଛି ତାଲିମ୍‌

ନୂଆଦିଲ୍ଲୀ,୨୨।୯: ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ଏବେ ପୁଣି ଥରେ ଏଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି।...

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

ଚାଇନା ସୀମାରେ ପରାକ୍ରମ ଦେଖାଇଲା ଭାରତୀୟ ସେନା

ଲଦାଖ,୧୮।୯: ଭାରତୀୟ ସେନା ମଙ୍ଗଳବାର ଚାଇନା ସୀମା ଅର୍ଥାତ୍‌ ପୂର୍ବ ଲଦାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସରେ ବଖତରବନ୍ଦ ସେନାର ସଦସ୍ୟ, ବାୟୁସେନା ଓ...

ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ

ଶ୍ରୀହରିକୋଟା,୨୬।୧୧: ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ କରାଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା...

Leave a comment

Your email address will not be published. Required fields are marked *