Posted inଜାତୀୟ

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି ଅନେକଙ୍କ ମନରେ ଅଭୁଲା ହୋଇ ରହିଯାଇଛି। ୬୬ ବର୍ଷ ବୟସରେ ଶନିବାର ଜେଟଲୀଙ୍କର ପରଲୋକ ହୋଇଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅତିତରେ ଜେଟଲୀଙ୍କ ନାଁରେ ଆଣିଥିବା ଭ୍ରଷ୍ଟାଚାର ମାମଲାକୁ ନେଇ ଶେଷରେ କେଜରିଓ୍ବାଲ ତାଙ୍କୁ କ୍ଷମା ମାଗିବା ସହ ସମସ୍ତ ଅଭିଯୋଗକୁ ଫେରାଇ ନେଇଥିବା ଘଟଣା ଆଜିବି ଅଭୁଲା ହୋଇ ରହିଛି। ଜେଟଲୀ ଯେତେବେଳେ ଡିଡିସିଏର ଅଧ୍ୟକ୍ଷ ଥିଲେ ସେତେବେଳେ ସେ ୧୩ ବର୍ଷ ମଧ୍ୟରେ ଭଷ୍ଟ୍ରାଚାର କରିଥିଲେ ବୋଲି କେଜରିଓ୍ବାଲଙ୍କ ସମେତ ତାଙ୍କ ଦଳର ନେତାମାନେ ଅଭିଯୋଗ କରିଥିଲେ। ଏହାପରେ ଜେଟଲୀ କେଜରିଓ୍ବାଲଙ୍କ ସମେତ କୁମାର ବିଶ୍ୱାସ, ଆଶୁତୋଷ, ସଞ୍ଜୟ ସିଂ, ରାଘବ ଚଡ୍ଡା ଓ ଦୀପକ ବାଜପେୟୀଙ୍କ ନାଁରେ ମାନହାନୀ ମାମଲା କରିବା ସହ ୧୦ କୋଟି ଟଙ୍କା କ୍ଷତି ପୂରଣ ରାଶି ଦାବି କରିଥିଲେ। ଏହାପରେ ଦିଲ୍ଲୀ ହାଇକୋର୍ଟ ଦୌଡି ଦୌଡି ଶେଷରେ କେଜରିଓ୍ବାଲ ଜେଟଲୀ ଓ ତାଙ୍କ ପରିବାରକୁ କ୍ଷମା ମାଗିବା ସହ ସମସ୍ତ ଅଭିଯୋଗକୁ ଫେରାଇ ନେଇଥିଲେ ବୋଲି ଘୋଷଣା କରିଥିଲେ।


All Right Reserved By Dharitri.Com

ଐତିହାସିକ ରାୟ ପ୍ରକାଶ: ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସ୍‌ଜିଦ୍‌ ମାମଲାର ଐତିହାସିକ ରାୟ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ...

ଅନୁଚ୍ଛେଦ ୩୭୦ ଜମ୍ମୁ-କଶ୍ମୀରରେ ସୃଷ୍ଟି କରିଛି ଆତଙ୍କବାଦ ପରିବେଶ: ମୋଦି

ଅହମ୍ମଦାବାଦ୍‌,୩୧।୧୦: ଅନୁଚ୍ଛେଦ ୩୭୦ କେବଳ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପରିବେଶ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ...

କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌ ସିଜ୍‌: ୧୫୦ କୋଟି ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌କୁ ଆୟକର ବିଭାଗ ପକ୍ଷରୁ ସିଜ୍‌ କରାଯାଇଛି। ଏହା ସହିତ କୁଳଦୀପ୍‌ଙ୍କ ୧୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ...

ସିଜେଆଇ, ୩ ବରିଷ୍ଠତମ ବିଚାରପତିଙ୍କୁ ପିଆଇଏଲ୍‌ ଦାୟିତ୍ୱ : ନୂଆ ରୋଷ୍ଟର୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ସୁପ୍ରିମକୋର୍ଟ ଏକ ନୂଆ ରୋଷ୍ଟର୍‌ ଜାରି କରିଛନ୍ତି। ଏଣିକି ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ଗୁଡ଼ିକର ଶୁଣାଣି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ସହ ଅନ୍ୟ...

୧୧ ଦିନ ଲକ୍‌ଡାଉନ୍‌ରେ ଘଟିଛି ୯୨,୧୦୫ ଶିଶୁ ନିର୍ଯାତନା ମାମଲା !

ନୂଆଦିଲ୍ଲୀ,୯।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ...

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୨୩।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନ୍‌ସିଆର୍‌ ଭୟରେ ୬ ଜଣଙ୍କ ମୃତ୍ୟୁ...

ମୋଦିଙ୍କ ଗସ୍ତ ପୂର୍ବରୁ କୋକ୍ରାଝରରେ ଲୋକେ ଜାଳୁଛନ୍ତି ଦୀପ

କୋକ୍ରାଝର,୬।୨: ବୋଡୋ ସମସ୍ୟାର ବୁଝାମଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରୁଛନ୍ତି। ଏନେଇ କୋକ୍ରାଝରରେ ଲୋକେ ବୁଝାମଣା ସଫଳ ହୋଇଥିବାରୁ ଖୁସିରେ ଦୀପ...

Leave a comment

Your email address will not be published. Required fields are marked *