Posted inUncategorized

ଅଭିଭାବକ ହେଲ୍‌ମେଟ୍‌ ନ ପିନ୍ଧିଲେ ସେମାନଙ୍କ ଝିଅପୁଅଙ୍କ ମାର୍କ କଟିବ: ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର ଅଫିସ୍‌,୨୪ା୮: ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ଦୈନିକ ବହୁ ଜୀବନ ହାନି ହେଉଛି। ଅନେକ ପରିବାର ସେମାନଙ୍କ ମୁରବିକୁ ହରାଉଛନ୍ତି। ଗୋଟିଏ ଦୁର୍ଘଟଣା ସାରା ପରିବାରକୁ ପ୍ରଭାବିତ କରୁଛି । ଏଣୁ ପିଲାମାନେ ଶପଥ ନିଅ, ଯଦି ଘରୁ ବାହାରିବା ବେଳେ ବାପା ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି, ତେବେ ଗାଡ଼ିରେ ବସିବାକୁ ମନା କର ବୋଲି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଶନିବାର ସକାଳେ ବ୍ରହ୍ମପୁରସ୍ଥିତ ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲରେ ଆୟୋଜିତ ଟ୍ରାଫିକ୍‌ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏସ୍‌ପି ମିଶ୍ର ଏହି ପରାମର୍ଶ ଦେଇଛନ୍ତି। ଏଥିସହ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି କୌଣସି ଅଭିଭାବକ ହେଲ୍‌ମେଟ୍‌ ପିନ୍ଧି ନ ଥିବା ନଜରକୁ ଆସୁଛି, ତେବେ ସେମାନଙ୍କ ଝିଅପୁଅଙ୍କ ମୋଟ ମାର୍କରୁ ୫ ମାର୍କ କାଟି ଦିଆଯାଉ । ପିଲାମାନଙ୍କୁ ସ୍କୁଲରେ ଛାଡ଼ିବା ଏବଂ ସ୍କୁଲରୁ ନେବା ସମୟରେ ଯଦି ଅଭିଭାବକମାନେ ହେଲ୍‌ପେଟ୍‌ ପିନ୍ଧି ନାହାନ୍ତି, ତେବେ ଏ ନେଇ ସେମାନଙ୍କୁ ସଚେତନ କରାଯାଉ ବୋଲି ଏସ୍‌ପି ମିଶ୍ର ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ସହପାଠୀଙ୍କୁ ସମ୍ମାନ କରନ୍ତୁ, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ବ୍ୟବହାରଠାରୁ ଦୂରେଇ ରହିବାକୁ ଏସ୍‌ପି ମିଶ୍ର ଗୁରୁତ୍ୱାରୋପ କରିଛନ୍ତି। ପରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ବେଳେ ଛାତ୍ରୀଛାତ୍ର ବୃକ୍ଷରୋପଣ, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି, ବନ୍ୟଜନ୍ତୁ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟମ ମାନିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସପାଲ୍‌ ସିଷ୍ଟର୍‌ ଜିନଥ୍‌, ଭାଇସ୍‌ ପ୍ରିନ୍ସପାଲ୍‌ ସିଷ୍ଟର୍‌ ବିନା, କ୍ଲବର ସଭାପତି ଭି. ଅଜୟ କୁମାର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀଙ୍କ ସମେତ କ୍ଲବର ବହୁ ସଦସ୍ୟ ଏବଂ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦେଇ ପରିଚାଳନା କରିଥିଲେ ।


All Right Reserved By Dharitri.Com

Posted inUncategorized View All

ଆର୍‌.କେ ପାଚୌରିଙ୍କ ପରଲୋକ

ନୂଆଦିଲ୍ଲୀ,୧୪।୨: ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ(ଟିଇଆରଆଇ)ର ମୁଖ୍ୟ ଆର.କେ ପାଚୌରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ...

ବିନା ମଷ୍ଟର ରୋଲ୍‌ରେ ଡ୍ରେନ୍‌ କାମ

ପରଜଙ୍ଗ, ୨୪।୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ପରେ ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ଗନ୍ଧ ବାରିହୋଇପଡ଼ିଛି। ଫାଇଲ ଖୋଲିନି,...

ଶ୍ରୀମନ୍ଦିର ଓ୍ବାଚ୍‌ ଟାଓ୍ବାରରେ ଚଢି ଫଟୋ ଉଠାଇଲେ ବିଦେଶିନୀ, ଭିଡିଓ ଭାଇରାଲ

ପୁରୀ ଅଫିସ,୨୯।୧୨: ନୂଆବର୍ଷ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା କୁହାଯାଉଛି। ହେଲେ ଶ୍ରୀମନ୍ଦିର ସୁରକ୍ଷା...

ଅନେକ ରୋଗରୁ ମୁକ୍ତି ଦିଏ କେଶର

ଫୁଲର କେଶର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ତେବେ ସ୍ବାଦ ଏବଂ ସୌନ୍ଦର୍ଯ୍ୟ କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ଏହି କେଶର ଅନେକ...

ଚହଲଙ୍କ ଅଲୋଡ଼ା ରେକର୍ଡ

ବର୍ମିଂହାମ, ୧।୭(ପି.ଟି.)- ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ରବିବାର ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଏକ...

ସାନିଟାଇଜ ମେଶିନ ଧରି ବୁଲୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୩୧।୩-କରୋନା ଭୂତାଣୁ ସଂକ୍ରମଣ ନ କରିବା ପାଇଁ ସବୁ ବେଳେ ସମାଜିକ ଦୂରତା ରକ୍ଷା କରିବା ସହ ସଫା ସୁତୁରା ରହିବାକୁ ପରାମର୍ଶ ଦିଆଯାଉଛି।...

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା...

Leave a comment

Your email address will not be published. Required fields are marked *