Posted inଜାତୀୟ

ସାଧାରଣ ନ ଥିଲା ମୋଦି ଧ୍ୟାନ କରୁଥିବା ଗୁମ୍ଫା: ଏହାସହ ସଂଲଗ୍ନ ଥିଲା ଶୌଚାଗାର, ସିସିଟିଭି

ଡେରାଡୁନ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ କରି ଶନିବାର ବାହାରିଥିଲେ କେଦାରନାଥ ଦର୍ଶନରେ। ସେଠାରେ ସେ ଏକ ଗୁମ୍ଫାରେ ଧ୍ୟାନ କରିବାର ଖବର ସବୁଠି ପ୍ରକାଶ ପାଇଥିଲା। ହେଲେ ମୋଦି ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାହା ସାଧାରଣ ନ ଥିଲା ବୋଲି ଏବେ ସୂଚନା ମିଳିଛି। କାରଣ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨ହଜାର ଫୁଟ ଉପରେ ଥିବା ଏହି ଗୁମ୍ଫାରେ ମୋଦି ଶନିବାର ରାତି ବିତାଇଥିଲେ। ସୂଚନା ମୁତାବକ, ଏହି ଗୁମ୍ଫାଟି ପୂଣ୍ୟପୀଠଠାରୁ ପ୍ରାୟ ୧କିଲୋମିଟର ଉପରେ ଥିବା ପାହାଡ଼କୁ କାଟି ତିଆରି କରାଯାଇଥିଲା। ଏଥିରେ ଏକ ଶୌଚାଗାର ସଂଲଗ୍ନ ଥିବା ସହ ସିସିଟିଭିର ବ୍ୟବସ୍ଥା ରହିଥିଲା ଏହାସହ ଏହାର ଛାତର ଉଚ୍ଚତା ରହିଛି ପାଖାପାଖି ୧୦ ଫୁଟ। ଏହା ଏକ ଐତିହାସିକ ମନ୍ଦିର ସଦୃଶ୍ୟ ଦୃଶ୍ୟମାନ ହେଉଥିଲା। ନେହେରୁ ଇନଷ୍ଟିଚ୍ୟୁଟ ଅଫ୍‌ ମାଉଣ୍ଟନିୟରିଂ(ଏନ୍‌ଆଇଏମମ)ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଉକ୍ତ ଗୁମ୍ଫାକୁ ଗସ୍ତ କରିବାର ବହୁ ପୂର୍ବରୁ ଏହାକୁ ପ୍ରସ୍ତୁତ କରାଯାଇଥିଲା। ବିଜୁଳୀ ଓ ପାଣିର ସଂଯୋଗ ମଧ୍ୟ କରାଯାଇ ସାରିଥିଲା। ତେବେ ମାସ ମାସ ଧରି ପଥର କାଟି ଏହି ଗୁମ୍ଫାକୁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ସେ କହିଛନ୍ତି। ଗତବର୍ଷ ଏହାର କାମ ସମ୍ପୂର୍ଣ୍ଣ ହେବା ପରେ ଏହାକୁ ତାଲା ପକାଇ ବନ୍ଦ କରି ରଖାଯାଇଥିଲା। ମୋଦିଙ୍କ ଗସ୍ତକୁ ଲକ୍ଷ୍ୟ ରଖି ଏଠାରେ ସିସିଟିଭି ଲଗାଯିବା ସହ ଗୁମ୍ଫା ବାହାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ମଧ୍ୟ କରାଯାଇଥିଲା। ଏହାସହ ଏଥିରେ ଏକ ବେଡ୍‌ ରୁମ୍‌ ସହ ଏକ ଖୋଲା ସ୍ଥାନର ମଧ୍ୟ ବ୍ୟସ୍ଥା କରାଯାଇଥିବା ଅନ୍ୟଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଖୋଲା ସ୍ଥାନରେ ଧ୍ୟାନ କରିହେବା ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି।


All Right Reserved By

କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନୀ ଜାଲିଆତିରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୃକ୍ତ

ନୂଆଦିଲ୍ଲୀ, ୨୨।୫: ଇଭିଏମ ଏବଂ ଭିଭିପାଟକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ କଂଗ୍ରେସ ନେତା ଉଦିତ ରାଜ ସୁପ୍ରିମକୋର୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ...

ନୂଆ ଭାରତ ଗଠନର ସଙ୍କେତ ଦେଲେ ମୋଦି: ନିର୍ମାଣ ହେବ ୨ କୋଟି ଘର, ୧୫ କୋଟି ଘରେ ପହଞ୍ଚିବ ପିଇବା ପାଣି, ପ୍ରତି ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା

ନୂଆଦିଲ୍ଲୀ,୧୫।୮: ନୂଆ ଭାରତ ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଙ୍କେତ ଦେଇଛନ୍ତି। ନୂଆ ଭାରତରେ ଲୋକଙ୍କ ପାଇଁ ୨ କୋଟି ଘର ନିର୍ମାଣ...

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ...

ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା

ନୂଆଦିଲ୍ଲୀ,୨୧।୬(ଆଇଏଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ବୃହତ୍‌ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ...

ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଆରମ୍ଭ ହେଲା ରାଜନୀତି

ରାଏ ବରେଲି,୨୯।୭: ଉନ୍ନାଓ ବଳାତ୍କାର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ...

ବାଜପେୟୀଙ୍କ ନାମରେ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୭ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ନାମରେ ଏକ ମେଡିକାଲ କଲେଜକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଅଟଳ...

ଯୋଗ ଦିବସ ପୂର୍ବରୁ ଆନିମେଟେଡ୍‌ ଭୁଜଙ୍ଗାସନରେ ଦେଖାଦେଲେ ମୋଦି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ଫିଟ୍‌ ତାହା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ତେବେ ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *