ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ ସହାୟତାକୁ ଅପେକ୍ଷା ନ କରି ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ମାଟିଆଳପଦା ଗ୍ରାମବାସୀ ନିଜସ୍ବ ଅର୍ଥରେ ରାସ୍ତା ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଏହି ଗ୍ରାମରେ ୨୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଗଣ୍ଡିବେଡ-କୁରୁଣ୍ଟା ମୁଖ୍ୟ ରାସ୍ତାରୁ ଏହି ଗ୍ରାମର ୧୫ନଂ. ୱାର୍ଡକୁ ସଂଯୋଗ କରିଥିବା ରାସ୍ତା ମାଟିରାସ୍ତା ହୋଇଥିବାରୁ ବର୍ଷାଦିନରେ ପାଣି ଜମି କାଦୁଅ ହୋଇଯାଏ। ଫଳରେ ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ଗ୍ରାମବାସୀ ନେତା ମନ୍ତ୍ରୀ ପ୍ରସାଶନକୁ ବାରମ୍ବାର ଜଣାଇଥିଲେ। ହେଲେ ତାହାର କିଛି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ପାହାଡରୁ ପଥରମିଶା ମାଟି ଆଣି ରାସ୍ତା ନିର୍ମାଣ କରିଛନ୍ତି। ଗ୍ରାମର ମନୋରଞ୍ଜନ ଜେନା, ମନୋଜ ଜେନା, ଶରତ ଜେନା, ଲକ୍ଷ୍ମୀଧର ଜେନା, କମ୍ବୁନାଥ ମହାନ୍ତି, ମହେଶ୍ୱର ମହାନ୍ତି, ଗୟାଧର ମହାନ୍ତି, ଜୟାଧର ମହାନ୍ତି, ମୁନ୍ନା ଜେନା, ଗୀତା ଜେନା, ସରସ୍ବତୀ ମହାନ୍ତି, ଭାଷ୍କର ଜେନା, ସୀତା ମହାନ୍ତି, ଶାନ୍ତି ମହାନ୍ତି, ସୁଦର୍ଶନ ମହାନ୍ତି, ରଘୁନାଥ ମହାକୁଡ, ରଶ୍ମିରଞ୍ଜନ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ରାସ୍ତା ନିର୍ମାଣରେ ସାମିଲ ହୋଇଛନ୍ତି।


All Right Reserved By

୧୧ କେଭି ବିଦ୍ୟୁତ୍‌ତାର ଲାଗି ୧୦ ଗାଈ ମୃତ

ସଜନାଗଡ଼, ୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଓଲଡ଼ଙ୍ଗ ଗ୍ରାମରେ ରବିବାର...

ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଷଡଯନ୍ତ୍ରକାରୀ ମହିଳାଙ୍କ ସମେତ ୫ ଗିରଫ

ବହଳଦା,୨୯ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବହଳଦା ଥାନା ପୋଲିସ ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରି ଶୁକ୍ରବାର...

୫ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୫ ତାରିଖରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ।...

ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ

ଚକା ଅପସର ମଧ୍ୟାହ୍ନ ୧୨ଟା ୧୫ ମଙ୍ଗଳ ଆଳତି ୧୨ଟା ୩୦ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦ ତାଟି ଫିଟିବା ଅପରାହ୍ନ...

ମଦ ଦୋକାନ ଆଗରେ ପିସିଆର ଭ୍ୟାନ୍‌ ଫଟୋ ଭାଇରାଲ ଘଟଣା: ପୋଲିସ କର୍ମଚାରୀଙ୍କୁ ବ୍ରେଥ ଆନାଲାଇଜରରେ ଯାଞ୍ଚ

ବାରିପଦା ଅଫିସ,୪ା୧୦-ବାରିପଦା ସହର ପାଳବଣି ବାଏପାସସ୍ଥିତ ଏକ ବିଦେଶୀ ମଦଦୋକାନ ସମ୍ମୁଖରେ ପୋଲିସର ପିସିଆର ଭ୍ୟାନ ଗୁରୁବାର ଅପରାହ୍ନ ପ୍ରାୟ ୨ ଟା ୪୫ ସମୟରେ...

ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା,...

‘ମୋ ବସ’ରୁ ପାଇଥିବା ଟଙ୍କା ଫେରାଇଲେ ଡ୍ରାଇଭର: ସମ୍ବର୍ଦ୍ଧିତ କଲା କ୍ରୁଟ

ଭୁବନେଶ୍ୱର, ୨୭ା୬(ବ୍ୟୁରୋ)- ରାଜଧାନୀ ରାସ୍ତାରେ ଟଙ୍କା ଲୁଟିବାକୁ ଲୁଟେରା ଚାହିଁ ରହିଛନ୍ତି। କିଛି ଲୋଭି ମଣିଷ ଅଛନ୍ତି ରାତାରାତି ଧନୀ ହେବାକୁ ଭଗବାନଙ୍କୁ ଡାକିଥାନ୍ତି। ରାସ୍ତାରେ...

ସରକାରୀ ହସ୍ପିଟାଲରୁ ଦଲାଲ ହଟାଇବାକୁ ସ୍ପେଶାଲ ଡ୍ରାଇଭ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗିରଫ ହେଲେ ୩୫

ଭୁବନେଶ୍ୱର,୨୭ା୯(ବ୍ୟୁରୋ) :ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ନାନା ଭାବେ ପ୍ରଭାବିତ ଓ ପ୍ରଲୋଭିତ କରି ଘରୋଇ ହସ୍ପିଟାଲକୁ ପଠାଯାଉଛି। ସେଠାରେ ନାନା ଭାବେ ରୋଗୀଙ୍କୁ ଶୋଷଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *