ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଚାଲିଛି ଗଛକଟା

ଦାରିଙ୍ଗବାଡ଼ି,୨୪।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗରମ ବୃଦ୍ଧି ପାଇବା ସହ ଅସ୍ବାଭାବକି ଭାବେ ପାଣିପାଗର ପରିବର୍ତ୍ତନ ହେଉଛି। ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଂକ୍ରିଟ ରାସ୍ତା, ଘର ବୃଦ୍ଧି ପାଉଛି। ସେହିପରି ଜନବସତି ବୃଦ୍ଧି ଯୋଗୁ ଜଙ୍ଗଲ ମଧ୍ୟ କ୍ଷୟ ହେବାରେ ଲାଗିଛି। ଅନ୍ୟପଟେ ଜନସଂଖ୍ୟା ଅନୁଯାୟୀ ଯାନବାହନ ବୃଦ୍ଧି ପାଇଛି। ଏବେ ପୁଣି ଜଙ୍ଗଲ ସଫା ଆଉଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳ ଏବେ ଜଙ୍ଗଲ ସଫା ଯୋଗୁ ନିଜ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଗୋଟିଏ ପଟେ କାଠ ମାଫିଆ ଜଙ୍ଗଲ ସଫା କରିଆସୁଥିବାବେଳେ ଜିଲା ପ୍ରଶାସନ ଜଙ୍ଗଲଜମି ଲୋକଙ୍କୁ ପ୍ରଦାନ ପରେ ଜଙ୍ଗଲ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ସେପଟେ ରାଇପୁର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୫୯ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ହୋଇଥିବାବେଳେ ଏବେ ବାଲିଗୁଡ଼ା ଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଚାଲିଛି। ଏଥିପାଇଁ ରାଜପଥ କଡ଼ରେ ରହିଥିବା ପ୍ରାୟ ୨୫ଶହ ଗଛ କଟାଯିବ। ତେବେ ବନ ବିଭାଗର ଉଦ୍ୟମରେ ପ୍ରାୟ ୧ହଜାର ଗଛକୁ ନୂତନ ଜ୍ଞାନକୌଶଳରେ ରାଜପଥ କଡ଼ରୁ ନେଇ ଜଙ୍ଗଲ ଭିତରେ ପୁନଃରୋପଣ କରାଯାଇଛି। ତେବେ ବଳକା ଗଛ ଏବେ ବନ ବିଭାଗର କର୍ପୋରେସନ ପକ୍ଷରୁ କଟା ଚାଲିଛି। ଫଳରେ ଅଞ୍ଚଳରେ ପୁଣି ଗରମ ଦ୍ୱିଗୁଣିତ ହେବା ଆଶଙ୍କା କରାଯାଉଛି। ଦାରିଙ୍ଗବାଡିର ଜଙ୍ଗଲ, ପାହାଡ଼, ଝରଣା ଏହି ପର୍ଯ୍ୟଟନ କେନ୍ଦ୍ରକୁ ଆସିବା ପାଇଁ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଗଛ କଟାଯିବା ପରେ ରାଜପଥରେ ଯାଉଥିବା ପଥିକ ମାନେ ଆଉ ଗଛ ଛାଇ ପାଇପାରିବେ ନାହିଁ। ବନ ବିଭାଗ ଗଛ ସ୍ଥାନାନ୍ତର ପ୍ରକ୍ରିୟା ବିଫଳ ହୋଇଛି। ଅଧାରୁ ଉର୍ଦ୍ଧ୍ୱ ଗଛ କଟାଯାଉଥିବାବେଳେ ତା ପରିବର୍ତ୍ତେ ପୁଣି ୧୦ଗୁଣ ଗଛ ଲାଗାଯିବ ବୋଲି କର୍ପୋରେସନର ଫିଲ୍ଡ ଆଶିଷ୍ଟାଣ୍ଟ ଦେବାନନ୍ଦ ପାଣି କହିଛନ୍ତି। ପୁଣି ଚାରାରୋପଣ କରାଗଲେ ମଧ୍ୟ ତାହା ବଢ଼ିବା ପାଇଁ ବହୁ ସମୟ ଦରକାର। ବନବିଭାଗ ଉଦ୍ୟମ କରି କିଛି ଗଛ ବଞ୍ଚାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।


All Right Reserved By Dharitri.Com

ଫିକା ପଡ଼ୁଛି ପୂଜାର ମଜା: ପୋଲିସର ଗାଡ଼ି ଯାଞ୍ଚକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୬ା୧୦- ପାର୍ବଣକୁ ନେଇ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଗାଡ଼ି ଯାଞ୍ଚ ନାମରେ ପୋଲିସର ଜୁଲମ୍‌ ଏବେ ଅସନ୍ତୋଷର କାରଣ ହୋଇଥିବା...

ଦ୍ୱିତୀୟ ଥର ପାଇଁ ରିପୋର୍ଟ ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଜ୍ୟରେ ସରକାର କରିବା ପରେ ମନ୍ତ୍ରୀମାନଙ୍କୁ ପ୍ରତି ମାସ ୭ ତାରିଖ ପୂର୍ବରୁ ନିଜ...

ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଜଣେ ନାବାଳକ ଛାତ୍ରଙ୍କ ବେକରେ ଛୁରି ଲଗାଇ ଆଉ ଜଣେ ନାବାଳକ ତାଙ୍କୁ ଅପହରଣ କରିବା ଘଟଣା...

ଜରାଜୀର୍ଣ୍ଣ ଅବସ୍ଥାରେ ସଙ୍ଗମ କୃଷି ଫାର୍ମ

ହାଟଡିହୀ, ୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଢେଙ୍କା ପଞ୍ଚାୟତର ସଙ୍ଗମ କୃଷି ଫାର୍ମଟି ଏବେ ଅବ୍ୟବସ୍ଥାରେ ପଡ଼ିଥିବା ଯୋଗୁ ସରକାରଙ୍କର ଉଦ୍ଦେଶ୍ୟ ସଫଳ ହୋଇପାରିନି। ଜରାଜୀର୍ଣ୍ଣ...

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ, ୧୩ା୧:ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ...

ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ

କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ,...

ନିର୍ବାଚନରେ ଲଢ଼ିବାକୁ ପାଣ୍ଠି ନ ଥିବା ପ୍ରସଙ୍ଗ; କଂଗ୍ରେସକୁ ମିଳଛି ୧୦ହଜାର ସହାୟତା: ନିରଞ୍ଜନ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବା ପରେ କଂଗ୍ରେସ ହାତରେ ବିଜେପୁର ଉପନିର୍ବାଚନରେ ଲଢ଼ିବା ପାଇଁ ପାଣ୍ଠି ନାହିଁ। ଏଣୁ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ...

ରାସ୍ତାକଡରୁ ମିଳିଲା ଟିଫିନ୍‌ ବୋମା

ନବରଙ୍ଗପୁର,୬।୧(ବି.ପ୍ର): ନବରଙ୍ଗପୁର ଜିଲା ରାଇଘର ଥାନା ସରଗୁଲି ଗ୍ରାମର ରାସ୍ତାକଡରୁ ଦୁଇଟି ଜୀବନ୍ତ ଟିଫିନ ବୋମା ଉଦ୍ଧାର କରାଯାଇଛି। ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ସହ...

Leave a comment

Your email address will not be published. Required fields are marked *