ଏଫ୍‌ଡି ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଏଫ୍‌ଡି ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ଏଣିକି ସମସ୍ତ ପ୍ରକାର ଏଫ୍‌ଡି ଉପରେ ସୁଧ ହାର କମିବ। ଏହା ଉଭୟ ବଲ୍କ ଓ ରିଟେଲ ଜମା ଉପରେ ଆସନ୍ତା ୨୬ରୁ ଲାଗୁ ହେବ। ବଲ୍କ ଜମା ଉପରେ ସୁଧ ହାର ୦.୩ରୁ ୦.୭% ଏବଂ ରିଟେଲ ଜମା ଉପରେ ୦.୧ରୁ ୦.୫% ହ୍ରାସ ପାଇବ ବୋଲି କୁହାଯାଇଛି। ତେବେ ସଞ୍ଚୟ ଜମା ଉପରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ସୁଧ ହାର ୩% ଏବଂ ତହିଁରୁ ଊର୍ଦ୍ଧ୍ୱ ହେଲେ ୩.୫% ସୁଧ ମିଳିବା ଜାରି ରହିବ। ମେ’ ପହିଲାରୁ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ ଜମା ଉପରେ ସୁଧହାରକୁ ରେପୋ ରେଟ ସହ ଯୋଡି ଦିଆଯିବ ବୋଲି ବ୍ୟାଙ୍କ ପୂର୍ବରୁ ଘୋଷଣା କରିସାରିଥିଲା। ଆର୍‌ବିଆଇ ପକ୍ଷରୁ ରେପୋ ରେଟ ହ୍ରାସ କରାଯିବା ପରେ ଏସ୍‌ବିଆଇ ସଞ୍ଚୟ ଖାତାରେ ୨.୬୫% ସୁଧ ମିଳିଥା’ନ୍ତା, କିନ୍ତୁ ବ୍ୟାଙ୍କ ଏବେ ମଧ୍ୟ ଅଧିକ ସୁଧ ଦେଉଛି।


All Right Reserved By

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା...

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

ତିଆରି ହେଲା ୧୮୦କିମି/ଘଣ୍ଟା ସ୍ପିଡ୍‌ର ରେଳ ଇଞ୍ଜିନ

ନୂଆଦିଲ୍ଲୀ,୧୪-୮: ଭାରତୀୟ ରେଲଓ୍ବେ ହାଇସ୍ପିଡ ଟ୍ରେନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ବହୁ ଉନ୍ନତି କରିଛି। ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବର୍କ୍ସରେ ଏକ ହାଇସ୍ପିଡ ଇଞ୍ଜିନ ନିର୍ମାଣ...

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

ଜଲାନ କମିଟି ସୁପାରିସ୍‌ ବୋର୍ଡରେ ଗୃହୀତ;ସରକାରଙ୍କୁ ୧.୭୬ ଲକ୍ଷ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ,୨୭-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ବଳକା ପାଣ୍ଠିରୁ ଲାଭାଂଶ ବାବଦରେ ୧.୭୬ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୋମବାର ଆର୍‌ବିଆଇର କେନ୍ଦ୍ରୀୟ...

ଭାରତ-ଚାଇନା ବିରୋଧରେ ପୁଣି ବର୍ଷିଲେ ଟ୍ରମ୍ପ: ଡବ୍ଲ୍ୟୁଟିଓରେ ଫାଇଦା ନେବାକୁ ଦେବୁନି

ଓ୍ବାଶିଂଟନ,୧୬-୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଚାଇନାକୁ ନେଇ ମୁହଁ ଖୋଲିଛନ୍ତି। ଏସିଆର ଏହି ଦୁଇ ବୃହତ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ...

ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡ଼ିଶାର ଅବଦାନ ବଢୁଛି

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡିଶାର ଅବଦାନ ଦ୍ରୁତ ଗତିରେ ବଢୁଛି। ଗୋଟିଏ ବର୍ଷରେ ଏହା ୦.୫୭%ରୁ ବୃଦ୍ଧି ଘଟି ଚଳିତ ବର୍ଷ...

ଗ୍ରୁପ୍‌ କମ୍ପାନୀରେ ନିବେଶ: ଇପିଏଫଓ ଫଣ୍ଡ ମ୍ୟାନେଜରଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୨୦।୬:  ଗ୍ରୁପ୍‌ କମ୍ପାନୀରେ ନିବେଶ ନେଇ ଏମ୍ପ୍ଲୟି ପ୍ରୋଭିଡେଣ୍ଟ ଫଣ୍ଡ ଅଗାନାଇଜେଶନ(ଇପିଏଫ୍‌ଓ) ନିଜର ଆସେଟ ମ୍ୟାନେଜରଙ୍କ ଉପରେ କଟକଣା ଜାରି କରିଛି। ନିକଟ ଅତୀତରେ କେତେକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *