Posted inଖେଳ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୧୪୪/୬

କଲମ୍ବୋ, ୨୪।୮(ଏଏଫ୍‌ପି)- ସ୍ଥାନୀୟ ପି. ସାର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ପ୍ରଥମ ଦିବସ ଭଳି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬୬ ଓଭରରେ ୬ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ ଡିସିଲଭା ୩୨ ଓ ଦିଲରୁଓ୍ବାନ ପେରେରା ୫ ରନ କରି ଅପରାଜିତ ରହିଛନ୍ତି। ବର୍ଷା କାରଣରୁ ପ୍ରଥମ ଦିନରେ ୩୬.୩ ଓଭର ଖେଳ ସମ୍ଭବପର ହୋଇଥିଲା। ସେହିପରି ଶୁକ୍ରବାର ଦ୍ୱିତୀୟ ଦିନରେ ୩୫.୩ ଓଭର ଖେଳ ସମ୍ଭବ ହୋଇଥିଲା।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୮୫/୨ରୁ ଶ୍ରୀଲଙ୍କା ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଓପନର ଦିମୁଥ କରୁଣାରତ୍ନେ ୪୯ରୁ ଖେଳ ଆରମ୍ଭ କରି ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ବିନା ସ୍କୋରରୁ ଖେଳ ଆରମ୍ଭ କରି ମାତ୍ର ୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଏହାପରେ ନିରୋଶାନ ଡିକ୍‌ଓ୍ବାଲେ ମଧ୍ୟ କୌଣସି ରନ ନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍‌ ସୌଦି ୨ଟି ଲେଖାଏ ଏବଂ କଲିନ ଡି ଗ୍ରାଣ୍ଡହୋମ ଓ ଓ୍ବିଲିୟମ ସମରଭିଲେ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଗୁରୁବାର ପ୍ରଥମ ଦିନରେ ଓପନର ଲାହିରୁ ଥିରିମାନେ ୨ ଓ କୁଶଲ ମେଣ୍ଡିସ୍‌ ୩୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଦୁଇ ମ୍ୟାଚ୍‌ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ ହୋଇଥିଲା ଓ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୬୬ ଓଭରରେ ୧୪୪/୬
(କରୁଣାରତ୍ନେ- ୬୫, ମେଣ୍ଡିସ- ୩୨, ଡିସିଲଭା- ୩୨*, ପେରେରା- ୫*, ବୋଲ୍ଟ- ୨/୩୩, ସୌଦି- ୨/୪୦, ଗ୍ରାଣ୍ଡହୋମ- ୧/୩୫, ସମରଭିଲେ- ୧/୨୦)।


All Right Reserved By Dharitri.Com

Posted inଖେଳ View All

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ, ନ୍ୟୁଜିଲାଣ୍ଡର ସଂଘର୍ଷ ଜାରି

ମେଲବୋର୍ନ,୨୮।୧୨(ଏଏଫ୍‌ପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ ହାସଲ କରିବା ସହ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍‌ ନେମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଭଳି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍‌ ନେମ୍‌) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ...

ଆଜି କ୍ରିକେଟକୁ ଅଲ୍‌ବିଦା କରିଥିଲେ ସଚିନ

ନୂଆଦିଲ୍ଲୀ,୧୬।୧୧- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟରର ଅନ୍ତିମ ଦିନର ବ୍ୟାଟିଂ ଦେଖିବା ପାଇଁ ୨୦୧୩, ନଭେମ୍ବର ୧୬ ତାରିଖ ତଥା ଆଜିର...

ପ୍ରଥମ ପରୀକ୍ଷାରେ ଭାରତ ବିଫଳ

ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ...

ପିଲାଦିନର ବାନ୍ଧବୀଙ୍କୁ ବିବାହ କରିଥିଲେ ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। କେତେବେଳେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାଁ ଯୋଡା ହେଲାଣି...

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର ଚତୁର୍ଥ ବିଜୟ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ଚତୁର୍ଥ...

ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଲାଗି ହୋଇଛି ୨ ହଜାର ଆବେଦନ

ମୁମ୍ବାଇ,୨।୮- ଭାରତୀୟ କ୍ରିକେଟ ଦଳର ବିଭିନ୍ନ କୋଚିଂ ଷ୍ଟାଫ ପଦ ଲାଗି ୨ ହଜାର ଆବେଦନ ଦାଖଲ ହୋଇଛି। ଏ ନେଇ ଇଂଲିଶ ଖବରକାଗଜ ମୁମ୍ବାଇ...

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

Leave a comment

Your email address will not be published. Required fields are marked *