ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ଫୁଲ ଓ ତୁଳସୀ ପତ୍ର ପରେ ଏବେ ପଇଡ଼ ଅଭାବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ୩୬ଟିରୁ ଊର୍ଦ୍ଧ୍ୱ ପଇଡ଼ ଆବଶ୍ୟକ ହୋଇଥାଏ। ସେହିପରି ସ୍ବତନ୍ତ୍ର ପୂଜା ତଥା ପର୍ବପର୍ବାଣିରେ ମଧ୍ୟ ବହୁସଂଖ୍ୟକ ପଇଡ଼ ଲୋଡ଼ା ପଡ଼ିଥାଏ। ଏବେ ଚନ୍ଦନ ଯାତ୍ରା ଚାଲିଛି। ଅକ୍ଷୟ ତୃତୀୟାଠାରୁ ଏହା ଆରମ୍ଭ ହୋଇଥିବାବେଳେ ୪୨ଦିନ ଧରି ଚାଲିବ। ଏଥିରେ ନୀତି ଲାଗି ପଇଡ଼ର ଆବଶ୍ୟକତା ପଡୁଛି। ବଜାରରେ ପଇଡ଼ ମିଳୁଥିଲେ ବି ଚଢା ଦାମ୍‌ ରହିଛି। ଅନ୍ୟପକ୍ଷେ ନଡ଼ିଆ ଓ ପଇଡ଼ ବିକି ଗୁଜୁରାଣ ମେଣ୍ଟାଉଥିବା ଲୋକେ ଜୀବିକା ହରାଇବାକୁ ବସିଛନ୍ତି।

ନରେନ୍ଦ୍ରକୋଣସ୍ଥିତ ଉପବନ, ମାଟିତୋଟା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶତାଧିକ ନଡ଼ିଆ ଗଛ ରହିଥିଲା। ଏହି ୩ଟି ସ୍ଥାନରୁ ଶ୍ରୀମନ୍ଦିର ନୀତି ଲାଗି ପଇଡ଼ ତୋଳାହୋଇ ଯାଉଥିଲା। ମାତ୍ର ଏବେ ଚିତ୍ର ଭିନ୍ନ। ବାତ୍ୟାରେ ସମସ୍ତ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ସେହିପରି ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ପ୍ରଭୃତି ଅଞ୍ଚଳରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଥିବାବେଳେ ଅନେକଙ୍କ ନଡ଼ିଆ ବଗିଚା ଉଜୁଡ଼ିଯାଇଛି। ଫଳରେ ନଡ଼ିଆ ଓ ପଇଡ଼ ବିକି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ସମେତ ରାସ୍ତାକଡ଼ର ବହୁ ବେପାରୀ ପ୍ରଭାବିତ ହୋଇଛନ୍ତି। ଏମାନେ ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଚନ୍ଦନପୁର ବାଇପାସ୍‌ଠାରୁ ପିପିଲି ପର୍ଯ୍ୟନ୍ତ ୩୬କି.ମି. ବ୍ୟାପୀ ବିଭିନ୍ନ ସ୍ଥାନରେ ବେପାରୀମାନେ ପଇଡ଼ ବିକ୍ରି କରନ୍ତି। ଖରାଦିନେ ପଇଡର ଚାହିଦା ଅଧିକ। ତେଣୁ ଏମାନଙ୍କର ଭଲ ରୋଜଗାର ହୋଇଥାଏ। ମାତ୍ର ଏବେ ବେପାର ଧିମେଇ ଯାଇଛି ବୋଲି କହିଛନ୍ତି ବ୍ୟବସାୟୀ ଅନିଲ ଦାସ। ପୂର୍ବରୁ ଖରାଦିନେ ଦୈନିକ ୪ଶହରୁ ୬ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା। ଏବେ କିନ୍ତୁ ବେପାର ମାନ୍ଦା। ଚାହିଦାନୁସାରେ ପଇଡ଼ ଆସିପାରୁନି ବୋଲି କହିଛନ୍ତି ସତ୍ୟବାଦୀର ଦୀପକ ସାହୁ। ଚାରିଆଡ଼େ ନଡ଼ିଆ ଗଛ ନଷ୍ଟ ହୋଇଛି। ତେଣୁ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ମିଳିବା କଷ୍ଟକର ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସାକ୍ଷୀଗୋପାଳର ଦେବାଶିଷ ମିଶ୍ର ଓ ବୀରହରେକୃଷ୍ଣପୁରର ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି, ବାତ୍ୟାରେ ଆମ ଅଞ୍ଚଳରେ ଶହ ଶହ ନଡ଼ିଆଗଛ ଭାଙ୍ଗିପଡ଼ିଛି। ତେଣୁ ପୂଜାପାର୍ବଣ ଓ କାମକାର୍ଯ୍ୟ ଲାଗି ଆମକୁ ବଜାରରୁ ନଡ଼ିଆ, ପଇଡ଼ କିଣିବାକୁ ପଡ଼ିବ। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ସନାତନ ପୂଜାନୀତିରେ ନଡ଼ିଆ (ଶ୍ରୀଫଳ) ଓ ପଇଡ଼ର ବିଶେଷ ଆବଶ୍ୟକତା ରହିଛି। ଏହା ଶ୍ରୀମନ୍ଦିର ଦୈନିକ ପୂଜାବିଧିରେ ବିଶେଷ ଆବଶ୍ୟକ ପଡ଼ିଥାଏ। ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।


All Right Reserved By

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋଟ: ବୃକ୍ଷରୋପଣ ପାଇଁ ଆଉ ୩୨୯.୧୭ କୋଟି ଆବଶ୍ୟକ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତିର ମୁକାବିଲା ତଥା ସବୁଜୀକରଣ ପାଇଁ ବହୁ ମାତ୍ରାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର...

ଆରମ୍ଭ ହେଲା ରାଷ୍ଟ୍ରୀୟ ଡାକ ସପ୍ତାହ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବୁଧବାରଠାରୁ ‘ରାଷ୍ଟ୍ରୀୟ ଡାକ ସପ୍ତାହ’ ପାଳନ ଆରମ୍ଭ ହୋଇଛି। ୯ ଅକ୍ଟୋବର ‘ବିଶ୍ୱ ଡାକ ଦିବସ ପାଳନ’ ଅବସରରେ ପ୍ରଧାନ ଡାକପାଳଙ୍କ କାର୍ଯ୍ୟାଳୟରେ...

‘ବିଦ୍ୟୁତ୍‌ ଖର୍ଚ୍ଚରୁ ମୁକ୍ତି ଦେବ ସୋଲାର ପ୍ରକଳ୍ପ’

ପୁରୀ ଅଫିସ,୧୧।୮: ପୁରୀ କଚେରିରୋଡସ୍ଥିତ ସେସୁ କାର୍ଯ୍ୟାଳୟଠାରେ ଟାଟା ପାୱାର ସୋଲାର ସିଷ୍ଟମ ସଚେତନତା କାର୍ଯ୍ୟକ୍ରମକୁ ଶନିବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି।...

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର...

ସାରଥିଙ୍କ ନିର୍ଦ୍ଦେଶରେ ରଥ ଚଳାନ୍ତି ଅଶ୍ୱ

ପୁରୀ ଅଫିସ,୨୬ା୬: ଅଖିଳ ବ୍ରହ୍ମାଣ୍ଡନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନିରଥ ନିର୍ମାଣ କରାଯାଏ। ପବିତ୍ର ଘୋଷଯାତ୍ରାରେ ଏହି ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ...

ମଦ ଚାଲାଣବେଳେ ଗୋଡ଼ାଇଲେ ଅବକାରୀ କର୍ମଚାରୀ: ବ୍ରାହ୍ମଣୀକୁ ଡେଇଁ ଯୁବକ ମୃତ

ପରଜଙ୍ଗ, ୩।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ମଦଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ବର୍ତ୍ତିବା...

ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ନଭେମ୍ବର ସୁଦ୍ଧା ପ୍ରକୃତି ନିବାସକୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର, ୧ା୯(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈଠାରେ ଅବସ୍ଥିତ ପ୍ରକୃତି ନିବାସ ବାତ୍ୟା ‘ଫନୀ’ ରେ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ ଏହାର ମରାମତି, ପୁନରୁଦ୍ଧାର ଓ...

ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକା:କୋଣାର୍କ, ପୁରୀକୁ ସ୍ଥାନିତ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ଧାମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *