ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌ ତାର ଚୋରି ହୋଇଥିବା ବସ୍ତା ଥାନାରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଗତ ମେ ୩୦ ତାରିଖରେ ଥାନାରେ ଏକ ମାମଲା (ନଂ. ୧୩୮/୧୯) ରୁଜୁ ହୋଇଥିଲା। ବସ୍ତା ଥାନା ଆଇଆଇସି ଧନେଶ୍ୱର ସାହୁ, ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି, ସିଂଲା ଆଇଆଇସି ସୁବ୍ରତ ବେହେରା ପ୍ରମୁଖ ସଦଳବଳେ ଶୁକ୍ରବାର ଭୋର୍‌ ସମୟରେ ଲଙ୍ଗଳେଶ୍ୱରର ଏକ କବାଡ଼ିଆ ଗୋଦାମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚୋରି ବିଦ୍ୟୁତ୍‌ ତାର ସହ ଏକ ସ୍କର୍ପିଓ ଜବତ କରିଛନ୍ତି। ଏଥିସହ ବିଦ୍ୟୁତ୍‌ ତାର ଚୋରି ଘଟଣାରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ କହିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୋଲିସ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହଁ।
ପ୍ରକାଶ ଯେ, ଏହି ମାମଲାରେ ଜୁନ୍‌ ୭ ତାରିଖ ରାତିରେ ବସ୍ତା ଥାନା ପୋଲିସ ଚଢ଼ାଉ କରି ବସ୍ତା ଅଞ୍ଚଳର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ବ୍ୟବହାର କରୁଥିବା ଏକ ପିକଅପ୍‌ ଭ୍ୟାନ୍‌ ସହ ୯ ସ୍ପାନ ଚୋରା ବିଦ୍ୟୁତ୍‌ ତାର ଜବତ କରିଥିଲା।


All Right Reserved By Dharitri.Com

ଦୋଛକିରେ ଭାରତମାଳା ପ୍ରକଳ୍ପ

ଭଦ୍ରକ ଅଫିସ,୧୮ା୧୧- କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଏବେ ଦିଗହରା ହୋଇ ପଡିଛି। ଏହି ପ୍ରକଳ୍ପ ସକାଶେ ବିଜ୍ଞପ୍ତି ଜାରି ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନେଇ...

ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ

ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍‌ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍‌ ଡକରା ପଞ୍ଚାୟତର...

ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍‌ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ  ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ...

ଖରାଛୁଟି ପରେ ଖୋଲିଲା ସ୍କୁଲ, ପ୍ରଥମ ଦିନରେ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନରେ କରାଗଲା ସ୍ବାଗତ

ବ୍ରହ୍ମପୁର ଅଫିସ,୨୧ା୬: ଖରାଛୁଟି ପରେ ଶୁକ୍ରବାର ଖୋଲିଛି ସ୍କୁଲ। ପ୍ରଥମ ଦିନରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଆୟୋଜନ କରାଯାଇଥିଲା । ଛାତ୍ରୀଛାତ୍ରମାନେ ନିର୍ଦ୍ଦାରିତ ସମୟରେ ସ୍କୁଲରେ...

ଅହମ୍ମଦାବାଦ୍‌ରେ ଫସି ରହିଛନ୍ତି ୬୧ ଓଡିଆ ତୀର୍ଥଯାତ୍ରୀ: ଫେରାଇ ଆଣିବାକୁ ନିବେଦନ

ଖଇରା, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ତଥା ପଡୋଶୀ ଆଗରପଡା, ସୋର, ବାହାନଗା ଏବଂ ଔପଦା ଅଞ୍ଚଳରୁ ତୀର୍ଥଯାତ୍ରାରେ ଯାଇଥିବା ୬୧ଯାତ୍ରୀ ଗୁଜୁରାଟର ଅହମ୍ମଦାବାଦରେ ଫସି ରହିଛନ୍ତି...

ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଧାଡ଼ି

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): ଡିସେମ୍ବର ପହିଲାରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ଥିବାବେଳେ କନ୍ଧମାଳ ଜିଲାପାଳ ବୃନ୍ଦା ଡି. ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ିଚାଳନା...

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

ଅଂଶୁଘାତରେ ଜଣେ ମୃତ

ଢେଙ୍କିକୋଟ, ୬।୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଡା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଅଂଶୁଘାତରେ ସୁପେଇ ମୁଣ୍ଡା (୪୭)ନାମକ ଜଣେ ବ୍ୟକ୍ତି ପ୍ରାଣ...

Leave a comment

Your email address will not be published. Required fields are marked *