ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ

ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଶ୍ରୀକୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ଥିଲେ। ଅତିଥିମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ ଉପରେ ପର୍ଯ୍ୟବେସିତ ତଥ୍ୟ ଓ ପୁରାଣରୁ ଛାତ୍ରୀଛାତ୍ର ପ୍ରେରଣା ଗ୍ରହଣ କରିବାକୁ ଉଦ୍‌ବୋଧନ ଦେଇଥିଲେ। ଆୟୋଜିତ ସଭାରେ ସହକାରୀ ପ୍ରଧାନଆଚାର୍ଯ୍ୟ ଗଣେଶ୍ୱର କରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ଖବରଦାତା ବୀରକିଶୋର ଦାଶ ଯୋଗଦେଇ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା କୃଷ୍ଣବେଶ ଓ ଭକ୍ତି ସମ୍ବଳିତ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଗୁରୁମା ଶୋଭାଶ୍ରୀ ଷଡ଼ଙ୍ଗୀ, ଭାରତୀ ମହାନ୍ତ, ସସ୍ମିତା ଦାଶ ପ୍ରମୁଖ ସଂଯୋଜନା କରିଥିଲେ। ସେହିପରି ତୁରୁମୁଙ୍ଗାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି।


All Right Reserved By Dharitri.Com

ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ୍‌,୭ା୬- ମଡର୍ଣ୍ଣ ୟୁଥ୍‌ କ୍ଲବ ତରଫରୁ ତଥା ବିଏମ୍‌ସି ସହଯୋଗରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ...

୬ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ନାବାଳିକା

ଭଦ୍ରକ ଅଫିସ,୬ା୧୧- ଦୀର୍ଘ ୬ ବର୍ଷ ପରେ ନୟାଗଡ଼ରୁ ଉଦ୍ଧାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଅସହାୟ ନାବାଳିକା ନିଜ ଜନ୍ମମାଟିକୁ ଫେରିଛନ୍ତି। ତାଙ୍କ ପରିବାର...

ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଏନ୍‌ଏସିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁ ନ ଥିବାରୁ ସହର ମୁଖ୍ୟରାସ୍ତା କଡ଼ ଡମ୍ପିଂୟାର୍ଡ’ପାଲଟିଛି। ଗଞ୍ଜାମ ଏନ୍‌ଏସି ଓ...

ଧସୁଛି ନଦୀବନ୍ଧ ପଥର ପ୍ୟାକିଂ

ଧାମନଗର, ୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ପଙ୍ଗଟା ସେଠୀସାହି ନିକଟ ଦାଣ୍ଡିମାହାରାଠାରେ ବୈତରଣୀର ଶାଖା କୋଚିଳା ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ପଥର...

ପିକ୍‌ଅପ୍‌ ଭ୍ୟାନ ସହିତ ଚୋରାକାଠ ଜବତ: ୩ଗିରଫ

କପ୍ତିପଦା,୧।୮(ଡି.ଏନ୍‌.ଏ):କପ୍ତିପଦା ରେଞ୍ଜ ଅଧିନ ନିକଟରେ ଚୋରାକାଠ ଚାଲାଣ ହେଉଥିବା ଖବର ପାଇବା ପରେ କପ୍ତିପଦା ବନବିଭାଗ ପକ୍ଷରୁ ବୁଧବାର ରାତିରେ ଏକ ପିକ୍‌ଅପ୍‌ ଭ୍ୟାନ ଉପରେ...

ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ

ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ,...

ବେଆଇନ ବାଲି ଉତ୍ତୋଳନ ନେଇ ଗ୍ରାମବାସୀଙ୍କ ରାସ୍ତାରୋକୋ, ଉତ୍ତେଜନା

ଜଳେଶ୍ୱର, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ସରଡ଼ିହା ରାଜସ୍ବ ସର୍କଲ ଅଧୀନ ସୁବର୍ଣ୍ଣରେଖା ନଦୀର ଶିଖରପୁର ବାଲି ସୈରାତରୁ ପରିବେଶ ତଥା ରାଜସ୍ବ ଆଇନକୁ ଉଲ୍ଲଘଂନ...

ଘର ସହ ଜଳିଗଲେ ତହସିଲ କର୍ମଚାରୀ

ହାଟଡିହୀ,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ଛକରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଜଳିଯିବା ସହିତ...

Leave a comment

Your email address will not be published. Required fields are marked *