ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ। ଇରା ନିର୍ଦ୍ଦେଶନା ମାଧ୍ୟମରେ ଡେବ୍ୟୁ କରିଥିବାବେଳେ ଅଞ୍ଜିନୀ ଅଭିନୟ ଜରିଆରେ ଡେବ୍ୟୁ କରିବେ। ଇରା ‘Euripides Medea’ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର କାହାଣୀ ଗ୍ରୀସ୍‌ ସଂସ୍କୃତିଭତ୍ତିକ। ଯେଉଁଥିରେ ଅଧିକ ଟ୍ରାଜେଡି ରହିଛି। ଏହାର ପ୍ରିମିୟର ଡିସେମ୍ବରରେ ହେବାକୁ ଯାଉଛି। ଇରା କିଛିମାସ ଧରି ଏଥିପାଇଁ ରିସର୍ଚ୍ଚ କରୁଛନ୍ତି। ଶୋ’ର ପ୍ରିମିୟର ଭାରତର କେତେକ ସହରରେ ହେବାକୁ ଥିବାବେଳେ ଖୁବ୍‌ଶୀଘ୍ର ମୁମ୍ବାଇରେ ରିହରସାଲ ଆରମ୍ଭ ହେବ। ସେହିପରି ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ ‘କୁଲି ନଂ ୧’ର ଶୁଟି ସେଟ୍‌ରେ ଡେଭିଡ୍‌ ଧାଓ୍ବନଙ୍କୁ ସହଯୋଗ କରୁଥିବାର ଦେଖିବାକୁ ମିଳିଛି। ଅଞ୍ଜିନୀ ବର୍ତ୍ତମାନ ପାଠ ପଢୁଛନ୍ତି। ସେ ଆକ୍ଟିଂ ଏବଂ ଡ୍ୟାନ୍ସ ତାଲିମ ନେଉଛନ୍ତି। ଖୁବ୍‌ଶୀଘ୍ର ଅଭିନୟରେ ପାଦ ଥାପିବେ ବୋଲି ଜଣାପଡ଼ିଛି।


All Right Reserved By

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଏ ବର୍ଷ କୌଣସି ଓଡ଼ିଆ ଚଳଚ୍ଚିତ୍ର ଏହି ପୁରସ୍କାର ପାଇବାକୁ ସକ୍ଷମ ହୋଇନାହିଁ। ଆର୍ଥତ୍କ ସମସ୍ୟା...

କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ...

ଆଥିଆଙ୍କ ସହ ଡିନର୍‌ ଡେଟ୍‌ରେ କେ ଏଲ୍‌ ରାହୁଲ, ଫଟୋ ଭାଇରାଲ

ମୁମ୍ବାଇ: କ୍ରିକେଟର କେ ଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ଆଥିଆ ସେଟ୍ଟୀ। ଉଭୟ ଏ ନେଇ ସର୍ବସମ୍ମୁଖରେ ସ୍ବିକାର କରୁ ନ ଥିଲେ ହେଁ...

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ...

ବିବାହ ବିଚ୍ଛେଦର ୧୨ ବର୍ଷ ପରେ ଅଭିନେତ୍ରୀ କଲେ ଦ୍ୱିତୀୟ ବିବାହ

‘କ୍ୟୁଁ କି ଶାଶ୍‌ କଭି ବୋହୂ ଥୀ’ ସିରିୟଲକୁ ୧୯ ବର୍ଷ ପୂରିଛି। ପୂରା ଟିମ୍‌ ଖୁବ୍‌ ମଜା କରିଥିବା ଫଟୋ ଏବେ ଭାଇରାଲ ହୋଇଛି।...

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା...

ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *