ପୂର୍ବରୁ ହୋଟେଲରେ କରୁଥିଲେ ଚାକିରି, ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍‌ରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବଲିଉଡ୍‌ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ବାଣୀ କପୁରଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ୩୧ତମ ଜନ୍ମଦିନ। ବାଣୀ ବେଶି ଫିଲ୍ମ କରିନାହାନ୍ତି ସତ କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ଏବଂ ବୋଲ୍ଡନେସ୍‌ ପାଇଁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ  ବାଣୀଙ୍କ ଫିଲ୍ମ ଆଉ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି…
ବାଣୀଙ୍କ ବାପା ଶିବ କପୁର ଚାହୁଁ ନ ଥିଲେ କି ସେ ଗ୍ଲାମର ଦୁନିଆରେ ପାଦ ଦିଅନ୍ତୁ ବୋଲି। ଶିବ କପୁର ଦିଲୀରେ ଏକ ଫର୍ଣ୍ଣିଚର ଏକ୍ସପୋର୍ଟର କାମ କରୁଛନ୍ତି। ଏହା ସହ ଏକ ଏନ୍‌ଜିଓ ମଧ୍ୟ ରହିଛି। ତାଙ୍କ ମାଆ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ବର୍ତ୍ତମାନ ସେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଛନ୍ତି। ବାଣୀଙ୍କ ବଡ଼ ଭଉଣୀ ନୁପୂର ବିବାହ ପରେ ହଲାଣ୍ଡରେ ରହୁଛନ୍ତି।
ଏକ ସାକ୍ଷାତକାରରେ ବାଣୀ କହିଛନ୍ତି, ତାଙ୍କ ବାପା ଚାହୁଁଥିଲେ ଝିଅମାନେ ଶୀଘ୍ର ବାହା ହୋଇଯାଆନ୍ତୁ। ତାଙ୍କ ଭଉଣୀ ୧୮ ବର୍ଷରେ ବାହା ହୋଇଯାଇଥିଲେ। କିନ୍ତୁ ବାଣୀ ଶୀଘ୍ର ବାହା ହେବାକୁ ଚାହୁଁ ନ ଥିଲେ। ସେ ମଡେଲ ହେବାକୁ ଚାହଁୁଥିଲେ ଯେଉଁଥିରେ ତାଙ୍କ ମାଆ ବହୁତ ସାହାଯ୍ୟ କରିଛନ୍ତି। ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ବାଣୀ ଏକ ହୋଟେଲରେ ଚାକିରି କରିଥିଲେ। ସେ ଟୁରିଜିମ୍‌ରେ ଡିଗ୍ରୀ କରିବା ପରେ ଓବରାୟ ହୋଟେଲରେ ଚାକିରି କରୁଥିଲେ। ପରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆଜିପର୍ଯ୍ୟନ୍ତ ସେ ୩ଟି ଫିଲ୍ମରେ କାମ କରିିଛନ୍ତି ମାତ୍ର କୌଣସି ସୁପରହିଟ୍‌ ଅଭିନେତ୍ରୀଙ୍କଠାରୁ କମ୍‌ ବି ନୁହନ୍ତି।


All Right Reserved By Dharitri.Com

କନ୍ୟା ସନ୍ତାନର ବାପା ହେଲେ ଜୟ ଭାନୁଶାଳୀ

ଛୋଟ ପରଦାର ଚର୍ଚ୍ଚିତ କଳାକାର ଜୟ ଭାନୁଶାଳୀ ବାପା ହୋଇଛନ୍ତି। ସ୍ତ୍ରୀ ମାହି ବିଜ ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାହି ଏବଂ...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ...

ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ

ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍‌ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ...

ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ...

‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି...

ମାଲାୟାଲମ ଅଭିନେତା ଶକ୍ତିମାନ ହେବାରୁ ରାଗିଲେ ମୁକେଶ: କହିଲେ ନେଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ଓମାର ଲୁଲୁଙ୍କୁ ବରିଷ୍ଠ ଅଭିନେତା ମୁକେଶ ଖାନ୍ନାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍‌...

Leave a comment

Your email address will not be published. Required fields are marked *