ସରସ୍ବତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳନ: ଶ୍ରୀକୃଷ୍ଣଙ୍କ ବେଶରେ ସହର ପରିକ୍ରମା

ଛେଣ୍ଡିପଦା,୨୩।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳନ ହୋଇଯାଇଛି । ଏହି ଅବସରରେ ଶିଶୁମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାଳଗୋପାଳ କୃଷ୍ଣଙ୍କୁ ଝୁଲଣ କରାଯାଇଥିଲା। ଛାତ୍ରୀଛାତ୍ରମାନେ ଶ୍ରୀକୃଷ୍ଣ, ରାଧା, ଯଶୋଦା, ସୁଦାମ, ଗୋପୀ, ଗୋପାଳଙ୍କ ବେଶରେ ସଜ୍ଜିତହୋଇ ସହର ପରିକ୍ରମା କରିବା ସହିତ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ବାର୍ତ୍ତା ଦେଇଥିଲେ।
ଜନ୍ମାଷ୍ଟମୀ ପାଳନ ଦ୍ବାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହୋଇପାରିବ ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଥିଲେ। କୋଶଳା, ଛେଣ୍ଡିପଦା, ବାଗଡ଼ିଆ, ଜରପଡ଼ା ଆଦି ସରସ୍ବତୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ,ଗୁରୁମା’ଙ୍କ ପ୍ରତ୍ୟକ୍ଷ ସହଯୋଗରେ ମହାଆଡମ୍ବରରେ ଏହି ପର୍ବ ପାଳିତ ହୋଇଯାଇଛି ।


All Right Reserved By

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି...

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁଙ୍କ ସହଯୋଗୀ କୁଶଲ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁ ଓରଫ୍‌ ସୁନୀଲ ପାତ୍ରଙ୍କ ସହଯୋଗୀ କୁଶଲ ଓରଫ ବାବୁ କେନ୍ଥ୍‌୍‌କୁ...

ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ମାମଲା: ଅଭିଯୁକ୍ତ ରୋଷେୟାଙ୍କୁ ଆଜୀବନ କାରାଦଣ୍ଡ

ମାଲକାନଗିରି, ୨୨।୮ (ଡି.ଏନ୍‌.ଏ.): କୋରୁକୋଣ୍ଡା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କୁ ଗର୍ଭବତୀ କରିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। ମାଲକାନଗିରି...

‘ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦିଅ’: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଙ୍ଗିରିପୋଷି,୧୫।୯(ଡି.ଏନ.ଏ.)- ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଶୋଷଣ କରାଯାଉଥିବା ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଏସୋସିଏଶନ ‘ ମାରିସା ସେନା’ ଆନ୍ଦୋଳନ ଚେତାବନୀ...

ସର୍ଭେରେ ଭୁଲଭଟକା: ଆବାସ ଯୋଜନାରୁ ବଁଚିତ୍‌ ୪୦ ପରିବାର

ଲାଠୋର,୧୨।୮((ଡି.ଏନ୍‌.ଏ.):  ୨୦୧୧ରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଆର ଜାତିଗତ ଜନଗଣନା କରିଥିଲେ। ସେ ଜନଗଣନା ଅନ୍‌ସାରେ ବାସହୀନ ଗରିବ ପରିବାରମାନକୁ ସରକାରୀ ଯୋଜନାରେ ଘର...

ଶନି ମନ୍ଦିରରୁ ଚୋରି ଘଟଣା: ହୁଣ୍ଡି ସହ ୧ ହଜାର ଟଙ୍କା ଜବତ୨ ନାବାଳକ ଗଲେ ସୁଧାର ଗୃହ

ବଡବିଲ, ୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ନିକଟ ଶନି ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡି ଚୋରି ଘଟଣାରେ ଶୁକ୍ରବାର ପୋଲିସ ଦୁଇ...

ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ କୃଷି ବିଭାଗର ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଧାଡ଼ିରୁଆ ପାଇଁ ପଦକ୍ଷେପ

ଲାଞ୍ଜିଗଡ଼,୨୧।୮(ଡି.ଏନ.ଏ.)-ଚଳିତବର୍ଷ ଖରିଫ ଋତୁରେ ବିଳମ୍ବିତ ବର୍ଷା ଯୋଗୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ବୁଣାବୁଣି, ରୁଆରୁଇ ମଧ୍ୟ ପଛେଇଯାଇଛି । ବିଳମ୍ବରେ ବର୍ଷା ଯୋଗୁ...

ସୁବର୍ଣ୍ଣପୁରରେ ବିଶ୍ୱ ଯୋଗ ଦିବସ: ସ୍ବାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ରହିଛି

ସୋନପୁର,୨୧।୬(ନି.ପ୍ର.)- ସୁବର୍ଣ୍ଣପୁର ରୟାଲ ପଡ଼ିଆ ଓ ଟାଉନହଲ୍‌ଠାରେ ବିଶ୍ୱ ଯୋଗ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ଯୋଗ ମହୋତ୍ସବ ସମିତି ଆନୁକୂଲ୍ୟରେ ଟାଉନହଲ୍‌ଠାରେ ଆୟୋଜିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *