Posted inଜାତୀୟ

ପାଣି ଛାଡ଼ିଦେଲା ପାକିସ୍ତାନ:ଭାସିଗଲା ପଞ୍ଜାବର ୧୭ ଗାଁ

ଚଣ୍ଡିଗଡ, ୨୩ା୮(ପି.ଟି.): ପାକିସ୍ତାନ ସତ୍‌ଲେଜ ନଦୀର ଜଳ ଭାରତ ଭିତରକୁ ଛାଡ଼ିଛି। କସୁର ଜିଲାରେ ଜଳ ନିୟନ୍ତ୍ରଣ ଲାଗିି ଥିବା ଗେଟ୍‌କୁ ପାକିସ୍ତାନ ଖୋଲିଦେବାରୁ ଭାରତ ସୀମାବର୍ତ୍ତୀ ଅଞ୍ଚଳର ୧୭ ଗାଁ ଜଳାର୍ଣ୍ଣବ ହୋଇପଡ଼ିଛି। ଫିରୋଜପୁର ଅଞ୍ଚଳରେ ଲଗାଣ ବର୍ଷାଜନିତ ସମସ୍ୟା ଲାଗି ରହିଥିବାବେଳେ ସତ୍‌ଲେଜ ନଦୀ ଜଳ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଦୂଷିତ ଜଳ ପ୍ରବାହିତ ହେଉଥିବାରୁ ରୋଗ ବ୍ୟାପିବା ଆଶଙ୍କା କରାଯାଉଛି। ତଳ ମୁଣ୍ଡରେ ଲୋକଙ୍କୁ ରିଲିଫ ଓ ଉଦ୍ଧାର ଲାଗି ପ୍ରଶାସନ ପଦକ୍ଷେପ ନେଇଛି। ବହୁ ଅଞ୍ଚଳକୁ ମୋଟର ବୋଟ୍‌ ପଠାଯିବା ସହ ସେନା ଏବଂ ଏନ୍‌ଡିଆର୍‌ଏଫ୍‌କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି।


All Right Reserved By Dharitri.Com

ଆଇଟିବିପିର ୫୦୦ଘଣ୍ଟାର ମିଶନ: ୮ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର

ପିଥୋରାଗଡ/ ନୂଆଦିଲ୍ଲୀ,୪ା୭(ପି.ଟି.): ନନ୍ଦାଦେବୀ ପୂର୍ବ ଶିଖର ଆରୋହଣ କରୁଥିବା ୮ ପର୍ବତାରୋହୀଙ୍କ ମୃତଦେହ ଦୀର୍ଘ ୫୦୦ ଘଣ୍ଟାର ଅପରେଶନ୍‌ ପରେ ଉଦ୍ଧାର କରାଯାଇ ବୁଧବାର ତଳକୁ...

ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ...

‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ...

ପ୍ରେମ ବିବାହକୁ ନା କରିବାରୁ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା,ପ୍ରେମିକ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୮ା୨: ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଏସ୍‌ଆଇ ପ୍ରୀତି ଅହଲାଓ୍ବତ୍‌(୨୬) ମେଟ୍ରୋ ଷ୍ଟେଶନର ପୋଲିସ ଏକାଡେମୀରୁ...

୧.୭କୋଟି ଟଙ୍କାର ତିମି ବାନ୍ତି ନେଇଯାଉଥିବା ବ୍ୟକ୍ତି ଗିରଫ

ମୁମ୍ବାଇ, ୧୯।୬: ତିମି ମାଛ ବାନ୍ତି(ଏମ୍ବରଗ୍ରିସ୍‌) ନେଇଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଏହି ବ୍ୟକ୍ତିଙ୍କ ଠାରୁ ସ୍ପର୍ମ ତିମିର ୧.୩ କିଲୋଗ୍ରାମ...

ଗଣମାଧ୍ୟମ ଉପରେ ରାଗିଲେ ରଜନୀକାନ୍ତ

ଚେନ୍ନାଇ,୮।୧୧: ଅଭିନେତାରୁ ରାଜନେତା ସାଜିଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବେ ଗଣମାଧ୍ୟମ ଉପରେ ରାଗି ଯାଇଛନ୍ତି। ସେ କହିଛନ୍ତି କେତେଜଣ ବ୍ୟକ୍ତି ଓ ଗଣମାଧ୍ୟମ ମୋତେ...

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୬।୧୨: ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା କ୍ରିଷ୍ଣା ଘାଟି ସେକ୍ଟରର ସୀମା ନିକଟରେ ପାକିସ୍ତାନ ସକାଳ ପ୍ରାୟ...

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ...

Leave a comment

Your email address will not be published. Required fields are marked *