ଫ୍ରାନ୍ସରେ ପହଞ୍ଚିଲେ ମୋଦି

ପ୍ୟାରିସ୍‌, ୨୩ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମରେ ଗୁରୁବାର ଫ୍ରାନ୍ସରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଫ୍ରାନ୍ସର ବହିର୍ବ୍ୟାପାର ତଥା ୟୁରୋପ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ ଜିନ୍‌-ୟେଭ୍ସ୍‌ ଲେ ଡ୍ରାଏନ ସ୍ବାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ଏଡ୍‌ଓ୍ବାର୍ଡ ଫିଲିପେଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ। ପ୍ରତିରକ୍ଷା, ଆତଙ୍କବାଦ, ପାଣିପାଗ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଏହାସହ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ ମୋଦି ବାର୍ତ୍ତାଳାପ କରିବା କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସରୁ ମୋଦି ଶୁକ୍ରବାର ୟୁଏଇ ଯିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଆବୁଧାବୀର କ୍ରାଉନ୍‌ପ୍ରିନ୍ସ ଶେଖ୍‌ ମୋହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାୟାମ୍‌ଙ୍କ ସହ ଆଲୋଚନା କରିବେ। ଏହା ପରେ ମୋଦି ବାହାରିନ୍‌ ଗସ୍ତକରି ରାଜା ଶେଖ୍‌ ହମାଦ୍‌ ବିନ୍‌ ଇସା ଅଲ୍‌ ଖଲିଫାଙ୍କ ସହ ବାର୍ତ୍ତାଳାପ କରିବା କାର୍ଯ୍ୟକ୍ରମ ରହିଛି। ରବିବାର ସେ ଫ୍ରାନ୍ସ ଫେରିବା ସହ ଜି-୭ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି।


All Right Reserved By

ଇଟାର ଜବାବ ପଥରରେ ଦିଆଯିବ

ଇସ୍‌ଲାମାବାଦ,୧୫ା୮(ପି.ଟି./ଆଇଏଏନ୍‌ଏସ୍‌):ଭାରତର ପ୍ରତ୍ୟେକ ଇଟା ମାଡ଼ର ଜବାବ ପଥରରେ ଦିଆଯିବ ବୋଲି ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୁଧବାର ପୁଣି...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ...

ମଦ ବୋତଲରେ ଗାନ୍ଧିଜୀଙ୍କ ଛବି

ଜେରୁଜେଲମ୍‌,୪ା୭(ପି.ଟି.): ଇସ୍ରାଏଲ୍‌ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ...

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ...

ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ...

ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି...

ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍‌ କମାଣ୍ଡ

ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ଙ୍କ ଉପସ୍ଥିତିରେ ସ୍ପେସ୍‌...

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନ: ପୁଣି ବାଜି ମାରିଲେ ଜୋକୋ ଓ୍ବିଡୋଡୋ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଜୋକୋ ଓ୍ବିଡୋଡୋ। ସେ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଭାଓ୍ବ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟଥର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *