ବିନା ଟିକେଟ୍‌ରେ ମୋ ବସ୍‌ ଯାତ୍ରା: ସେପ୍ଟେମ୍ବର ୧ରୁ ଜରିମାନା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ବିନା ଟିକେଟ୍‌ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବରରୁ ଜରିମାନା ଜାରି କରିବ। ଯାତ୍ରୀମାନେ ଟିକେଟ୍‌ ନିରୀକ୍ଷକ ଦଳ ସହ ସହଯୋଗ କରନ୍ତୁ ଏବଂ ଉପଯୁକ୍ତ ଟିକେଟ୍‌ ଓ ମାସିକ ପାସ୍‌ ଯାତ୍ରା ସମୟରେ ବ୍ୟବହାର କରନ୍ତୁ ବୋଲି କ୍ରୁଟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। କ୍ରୁଟର ପ୍ରଶାସନିକ ଅଧିକାରୀ ଦୀପ୍ତି ମହାପାତ୍ର କହିଛନ୍ତି, କେତେଜଣ ଯାତ୍ରୀ ‘ମୋ ବସ୍‌’ରେ ଯାତ୍ରା ସମୟରେ ଉପଯୁକ୍ତ ମୂଲ୍ୟର ଟିକେଟ୍‌ କରୁନାହାନ୍ତି, ଫଳରେ ରାଜକୋଷର ରାଜସ୍ବ କ୍ଷତି ହେଉଛି। ଯାତ୍ରୀଙ୍କ ଅନୁଶାସନ ପାଇଁ ଆଗାମୀଦିନରେ ଟିକେଟ୍‌ ନିରୀକ୍ଷଣର ମାତ୍ରା ବଢିବ ଏବଂ ବିନା ଟିକେଟ୍‌ ଯାତ୍ରୀଙ୍କୁ ଦଣ୍ଡିତ କରାଯିବ। ଯଦି କେହି ଏପରି କାର୍ଯ୍ୟ କରୁଥିବାର ଦେଖିବାର ମିଳେ ତାହା ହେଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଏ ସମ୍ବନ୍ଧିତ ନିୟମର ପ୍ରଚାର ଓ ପ୍ରସାର ପାଇଁ ବସ୍‌ ଭିତରେ ଏବଂ ବାହାରେ ଉପଯୁକ୍ତ ସୂଚନାର ବ୍ୟବସ୍ଥା କରାଯିବ। ଏଥିରେ ଟିଭି, ଖବରକାଗଜ ଓ ସୋସିଆଲ୍‌ ମିଡିଆର ବ୍ୟବହାର କରାଯିବ। ଧାରା ୧୨୪ ଓ ୧୭୮, ୧୭୯(୧), ୧୭୯(୨) ମୋଟର ଆକ୍ଟ ୧୯୮୮ ଅନୁସାରେ ଯେକୌଣସି ଯାତ୍ରୀ ବିନା ଟିକେଟ୍‌ କିମ୍ବା ପାସ୍‌ରେ ଯାତ୍ରା କଲେ ନ୍ୟାୟଗତ ଭଡାର ୧୦ ଗୁଣା ଅଥବା ୫ଶହ ଟଙ୍କା ଜରିମାନା ଦେବେ। ଅସହଯୋଗ କଲେ କିମ୍ବା କାର୍ଯ୍ୟରତ ନିରୀକ୍ଷକ ଦଳର ପ୍ରତିରୋଧ କଲେ ମଧ୍ୟ ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।


All Right Reserved By Dharitri.Com

ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଗୁଣ୍ଡାରାଜ: ମହିଳା ଖବରଦାତା, କ୍ୟାମେରାମ୍ୟାନଙ୍କୁ ଆକ୍ରମଣ; ପାର୍କିଂ ଫି ଉପରେ ଖବର ପ୍ରସାରଣ କରୁଥିଲେ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ସୀମା ଟପିଲା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଦାଦାଗିରି। ଜଣେ ମହିଳା ଖବରଦାତା ଓ କ୍ୟାମେରାମ୍ୟାନଙ୍କୁ ମଲ୍‌ ଭିତରେ ଆକ୍ରମଣ କରାଯିବା ସହ ଏକ...

ଏକାମ୍ର କ୍ଷେତ୍ରର ବିକାଶ ମାପଚୁପରେ ଲଟକିଛି

ପୁରୁଣା ଭୁବନେଶ୍ୱର,୩ା୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ର ତଥା ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିରାଟ ପରିକଳ୍ପନାର ରୂପାୟନ ନେଇ ସନ୍ଦେହ ଦେଖାଦେଲାଣି। ଦୀର୍ଘ ୨୦...

ସମ୍ବିଧାନ ପ୍ରଣୟନ ବିଶ୍ୱର ଏକ ପ୍ରମୁଖ ଘଟଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ-୨୦୧୯ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଏକ ଐତିହାସିକ ଦିବସ।...

ଓଡ଼ିଶାରେ ପୁଣିଥରେ ପୁଞ୍ଜି ନିବେଶ କରିପାରେ କୋରିଆ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ଥରେ ଓଡ଼ିଶାରେ ପୁଞ୍ଜି ନିବେଶ କରିପାରେ କୋରିଆ। କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗ୍‌କିଲଙ୍କ ସହ ୪୬...

ପିଲାଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

ଆଜିଠୁ ସ୍କୁଲ ବନ୍ଦ: ଖୋଲା ରହିବ କାର୍ଯ୍ୟାଳୟ, ଉପସ୍ଥିତ ରହିବେ ଶିକ୍ଷକ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗୁରୁବାରଠାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିଛନ୍ତି। ଏପ୍ରିଲ...

ଭାସୁଛି ୫କେଜିର ପଥର

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ...

ସାଉଥକୋ, ଓ୍ବେସ୍‌କୋ, ନେସ୍‌କୋ ପାଇଁ ନିଯୁକ୍ତ ହେଲେ ସ୍ଥାୟୀ ଅଧିକାରୀ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପରିଚାଳନା ଦାୟିତ୍ୱ ରିଲାଏନ୍ସ ଏନର୍ଜି ହାତରୁ ଯିବା ପରେ ସାଉଥକୋ, ଓ୍ବେସ୍‌କୋ ଓ ନେସ୍‌କୋ ଗ୍ରୀଡ୍‌କୋ ଅଧୀନରେ ରହି...

Leave a comment

Your email address will not be published. Required fields are marked *