ଆଜି ପବିତ୍ର ଜନ୍ମାଷ୍ଟମୀ, ଗାଁଠୁ ସହର ଉତ୍ସବ ମୁଖର

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହିଦିନରେ ଧରାପୃଷ୍ଠରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ରାଜଧାନୀର ଇସ୍କନ ମନ୍ଦିର ହେଉ କି, ପୁରୀ ଶ୍ରୀମନ୍ଦିର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ କୃଷ୍ଣବଳରାମଙ୍କୁ ଦର୍ଶନ କରୁଛନ୍ତି। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ଉପବାସ ଭାଙ୍ଗିବେ। ରାଜଧାନୀର ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ସେହିପରି ପୁରୀ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। କୃଷ୍ଣଜନ୍ମ ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଆସି ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମାପନ କରିବେ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।


All Right Reserved By Dharitri.Com

କଟକର ପ୍ରଥମ କରୋନା ସଂକ୍ରମିତଙ୍କ ଅଞ୍ଚଳରେ ବିଶୋଧନ

କଟକ ଅଫିସ,୪। ୪- କଟକ ସହରରେ ପ୍ରଥମ କରୋନା ସଂକ୍ରମିତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ସେ ରହୁଥିବା ସଂପୂର୍ଣ୍ଣ ଅଞ୍ଚଳକୁ କଟକ ମହାନଗର ନିଗମ ପକ୍ଷରୁ...

ସରୋଦରେ ଶରତ…

ଭୁବନେଶ୍ୱର ୧୦।୯(ବ୍ୟୁରୋ): ସରୋଦରେ ଲୁଚିଥିଲା ଶରତର କଥା। ସରୋଦ ବାଦନରେ ଶରତର ସୌନ୍ଦର୍ଯ୍ୟକୁ ଉପସ୍ଥାପନା କରିଥିଲେ ଶିଳ୍ପୀ। ମା’ ଦୁର୍ଗତିନାଶିନୀଙ୍କ ଆଗମନ ଏହି ଋତୁକୁ ସ୍ବତନ୍ତ୍ର...

ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି: ଗୁରୁତର ରୋଗୀଙ୍କୁ ନ ଫେରାଇବାକୁ ନିର୍ଦ୍ଦେଶ, ଖିଲାପକଲେ ରେଜିଷ୍ଟ୍ରେଶନ ରଦ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଶନିବାର ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସେବା ଯୋଗାଇଦେବାରେ କିଛି ହସ୍ପିଟାଲ...

ପୁରସ୍କୃତ ହୋଇପାରନ୍ତି ପରାଜିତ

ଭୁବନେଶ୍ୱର,୭ା୬(ବ୍ୟୁରୋ):ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭା ଭୋଟ ଶେଷ ହେବା ପରେ ରାଜ୍ୟରେ ବିଜେଡି ଲଗାତର ପଞ୍ଚମଥର ପାଇଁ କ୍ଷମତାସୀନ ହୋଇଛି। ବିଧାନସଭା ନିର୍ବାଚନରେ ପୂର୍ଣ୍ଣ...

ଶନିବାର ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲ୍‌ବୁଲ: ପ୍ରସ୍ତୁତି ନେଇ କ୍ୟାବିନେଟ୍‌ ସଚିବଙ୍କ ସହ ଏସ୍‌ଆର୍‌ସିଙ୍କ ଆଲୋଚନା

ଭୁବନେଶ୍ୱର,୮।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣକରି ଉତ୍ତର ଦିଗକୁ ଗତିକରୁଛି। ଘଣ୍ଟାପ୍ରତି ଏହାର ବେଗ ୧୩ କିମି ରହିଛି। ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପଠାରୁ ୩୧୦...

ପ୍ରଦତ୍ତ ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରୁନାହିଁ ରେଳ ମନ୍ତ୍ରଣାଳୟ: ପ୍ରସନ୍ନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କେନ୍ଦ୍ର ସରକାର ବଜେଟରେ ରେଳପଥ ପାଇଁ ଅନୁଦାନ ଦେଉଛନ୍ତି। ସେହିକ୍ରମରେ ଓଡ଼ିଶା ମଧ୍ୟ ଅନୁଦାନ ପାଉଛି। ହେଲେ ରେଳପଥ ଦ୍ୱାରା ଅନୁମୋଦନ କରାଯାଉଥିବା ଅର୍ଥକୁ...

ଚଳିତ ବର୍ଷରୁ ମିଳିବ ଗରିମା ପୁରସ୍କାର: ‘ମୋ ସ୍କୁଲ’ ଅଭିଯାନରେ ୮୯୫୧ ସ୍କୁଲ ପାଇଛନ୍ତି ୮୯କୋଟି ଟଙ୍କା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ,...

ରାଜ୍ୟରେ ଗବେଷଣା ସଂସ୍କୃତି ପ୍ରତିଷ୍ଠା କରିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବିଲି ସମାରୋହର ମଙ୍ଗଳବାର ଥିଲା ଚତୁର୍ଥ ଦିବସ। ଏହି ଅବସରରେ ଆଞ୍ଚଳିକ ଗବେଷଣା ହବ୍‌ ଆନୁକୂଲ୍ୟରେ ପରିଜା ପାଠାଗାରଠାରେ ଗବେଷଣାରତ...

Leave a comment

Your email address will not be published. Required fields are marked *