ଆଗକୁ ଆସୁଛି ପର୍ବପର୍ବାଣି, ଡିସିପିଙ୍କ ବୈଠକ : ଅପରାଧୀଙ୍କୁ ଧରିବାକୁ କମିଶନ୍‌ରେଟ ପୋଲିସର ବ୍ଲ୍ୟୁ ପ୍ରିଣ୍ଟ

ଭୁବନେଶ୍ୱର,୨୩ା୮(ବ୍ୟୁରୋ) : ଆଗକୁ ଆସୁଛି ଗଣେଶ ପୂଜାଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ପର୍ବପର୍ବାଣି। ତେଣୁ ରାଜଧାନୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ତେଣୁ କିଭଳି ଶାନ୍ତିଶୃଙ୍ଖଳାରେ ପର୍ବ ଶେଷ ହେବ ସେଥିଲାଗି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ପୌରୋହିତ୍ୟରେ ଏକ ବୈଠକ ଗୁରୁବାର ଅପରାହ୍ନରେ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୋନ୍‌ ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବିଶେଷକରି ପୂଜା ପାର୍ବଣରେ ରାଜ୍ୟ ବାହାରର ଅପରାଧୀ ସହ ଅନ୍ୟ ଜିଲାର ଅପରାଧୀମାନେ ଭୁବନେଶ୍ୱର ଆସିବେ। ତେଣୁ କିଭଳି ଏହିସବୁ ଅପରାଧୀଙ୍କୁ ପୂଜା ପୂର୍ବରୁ ଗିରଫ କରାଯିବ ସେନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପ୍ରତି ଥାନା ଅଞ୍ଚଳରେ ରହୁଥିବା ପେସାଦାର ଆପରାଧିକଙ୍କ ତାଲିକା ବାହାରି କରି ସେମାନଙ୍କୁ ଗିରଫ କରିବାକୁ ଥାନା ଅଧିକାରୀମାନଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଥାନାଗୁଡିକରେ ପଡି ରହିଥିବା ମାମଲାକୁ କ୍ଲୋଜ୍‌ କରିବା ସହ ଏହିସବୁ ମାମଲାରେ ଫେରାର ଥିବା ଅପରାଧୀଙ୍କୁ ଗିରଫ କରିବାକୁ କୁହାଯାଇଛି। ସ୍ପେଶାଲ ସ୍କ୍ବାଡ ଏବଂ କ୍ୟୁଏଟିକୁ ଅଧିକ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ପୋଲିସ ରବି ରାଓ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରି ଜେଲ ପଠାଇଛନ୍ତି। ହେଲେ ଏହି ଗ୍ୟାଙ୍ଗରେ ଆଉ କେତେଜଣ ରହି ଯାଇଛନ୍ତି। ସେମାନଙ୍କ ଉପରେ ନଜର ରଖିବା ସହ ସେମାନେ କୌଣସି ଅପରାଧ ଘଟାଇବା ପୂର୍ବରୁ ଗିରଫ କରିବାକୁ ବୈଠକରେ ଡିସିପି କହିଛନ୍ତି। ପୂଜାରେ ଅନେକ ଗୋଷ୍ଠୀ କନ୍ଦଳ ଓ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି। ତେଣୁ ପୋଲିସ କିଭଳି ନିଜର କାର୍ଯ୍ୟ କରିବା ସହ ଗଣ୍ଡଗୋଳ ହେବା ପୂର୍ବରୁ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବ ସେ ନେଇ ମଧ୍ୟ କୁହାଯାଇଛି। ପୂଜା ପାଇଁ ଯଦି କୌଣସି ମଣ୍ଡପ ଓ କ୍ଲବ ଜୋରଜବରଦସ୍ତ ଚାନ୍ଦା ମାଗନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ପୂଜାରେ କିଭଳି ଲାଇସେନ୍ସ ଦିଆଯିବ, ବିଳମ୍ବିତ ରାତିରେ ଯଦି କୌଣସି ଅନୁଷ୍ଠାନ ମ୍ୟୁଜିକ୍‌ ବଜାଇବେ ସେମାନଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ। ଏହାସହ ରାଜଧାନୀରେ ଥିବା ପୂଜା ମଣ୍ଡପଗୁଡିକର ମୁରବୀମାନଙ୍କୁ ନେଇ ଆଲୋଚନା କରିବା ସହ ସେମାନଙ୍କ ସହ ନିୟମିତ ସମ୍ପର୍କ ରଖି ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହ ଗୁଇନ୍ଦା ପୋଲିସକୁ ରାଜ୍ୟ ବାହାର ଅପରାଧୀଙ୍କ ଉପରେ ନଜର ରଖିବ। ଅନ୍ୟ ଜିଲାର ଏସ୍‌ପିଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ରାଜ୍ୟ ବାହାର କେଉଁ ପେସାଦାର ଅପରାଧୀ ଜେଲରୁ ବାହାରିଛନ୍ତି ସେମାନେ ଜେଲରୁ ବାହାରିବା ପରେ କୁଆଡେ ଯାଉଛନ୍ତି ସେନେଇ ମଧ୍ୟ ନଜର ରଖାଯିବ। ଫଳରେ ଅନ୍ୟ ଜିଲାରୁ ରାଜଧାନୀକୁ ଆସୁଥିବା ଅପରାଧୀଙ୍କୁ କିଛି ଘଟଣା ଘଟାଇବା ପୂର୍ବରୁ ଗିରଫ କରାଯିବ। ସହରରେ ଏବେ କିଛି ଛୋଟ ଅପରାଧୀ ଗ୍ୟାଙ୍ଗ୍‌ ରହିଛନ୍ତି। ସେମାନଙ୍କୁ ମଧ୍ୟ ଗିରଫ କରାଯିବାକୁ କୁହାଯାଇଛି। ବିଶେଷକରି କେଉଁ ଥାନା ଅଞ୍ଚଳରେ କିଭଳି ଅପରାଧ ଘଟୁଛି ସେନେଇ ଡିସିପି ଥାନା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏପରିକି ଏହିସବୁ ଅପରାଧକୁ କିଭଳି ନିୟନ୍ତ୍ରଣ କରିହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପାର୍ବଣ ଋତୁକୁ ନଜରରେ ଥିବା ଅପରାଧୀ ନିୟନ୍ତ୍ରଣ ପାଇଁ ବୈଠକରେ ଆଲୋଚନା ହୋଇଛି।
ଏହାସହ ନିକଟରେ ନୂଆ ପୋଲିସ କମିଶନର ନିୟୁକ୍ତ ହୋଇଛନ୍ତି। ତାଙ୍କ ଆଭିମୁଖ୍ୟ କ’ଣ ରହିବ ସେନେଇ ମଧ୍ୟ ଏଥିରେ ପ୍ରମୁଖ ବିଷୟ ହୋଇଥିଲା। ସେ କେଉଁ ପ୍ରକାର ଷ୍ଟାଷ୍ଟେଜି ଆପଣାଇଛନ୍ତି ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ଏସିପି ଏବଂ ଥାନା ଅଧିକାରୀମାନଙ୍କୁ କୁହାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକାଧିକ ଥାନା ପରିଦର୍ଶନରେ ଯାଉଛନ୍ତି। ଦାୟିତ୍ୱ ନେବା ପରେ ବୁଧବାର ରାତିରେ ସେ ନୟାପଲ୍ଲୀ ଥାନା ଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସିପି ଷଡଙ୍ଗୀ ଖଣ୍ଡଗିରି ଥାନା ପରିଦର୍ଶନ କରିଥିଲେ। ତେଣୁ ସିପିଙ୍କ ଏଭଳି ଥାନା ପରିଦର୍ଶନ ପାଇଁ ଥାନା ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ବୈଠକ ଅଫିସିଆଲି ହୋଇଥିଲା। ଏଥିରେ ଅପରାଧ ନିୟନ୍ତ୍ରଣ ଓ ଅନ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି।


All Right Reserved By Dharitri.Com

ସୁଶୀଲ ଲୋହାନି ପରବର୍ତ୍ତୀ ସିଇଓ

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଶୀଲ କୁମାର ଲୋହାନି ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ଦାୟିତ୍ୱ ତୁଲାଇବେ। ସାଧାରଣ ନିର୍ବାଚନ ପରେ...

ବିଜେଡି ସଭାପତି ପଦ ପାଇଁ ନବୀନଙ୍କ ନାମାଙ୍କନ ଆଜି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଶାସକ ଦଳର ସଭାପତି ପଦ ପାଇଁ ରବିବାର ନାମାଙ୍କନପତ୍ର ଦାଖଲ କରିବେ। ରାଜଧାନୀସ୍ଥିତ ଦଳୀୟ...

ସମସ୍ତ ଭାରତୀୟ ଭାଷାରେ ଲକ୍ଷ୍ମଣ ନାୟକଙ୍କ ଜୀବନୀ ପ୍ରକାଶ କରାଯାଉ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକ ଥିଲେ ସରଳତା, ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ। ଜନଜାତି ଅସ୍ମିତା ଓ ସ୍ବାଭିମାନର ସେ ଥିଲେ ପରିଚୟ। ମହାତ୍ମା ଗାନ୍ଧୀଙ୍କ...

ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ରାଧାମୋହନ କଲୋନୀର ଅଭିମନ୍ୟୁ ନାୟକଙ୍କୁ ପଥରରେ ଛେଚି ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦ୍ୱିତୀୟ ଅତିରିକ୍ତ ଜିଲା...

ଆକ୍ସିସ ବ୍ୟାଙ୍କ- ବିଏମ୍‌ସି ମଧ୍ୟରେ ବୁଝାମଣା: ହିତାଧିକାରୀଙ୍କୁ ଆକାଉଣ୍ଟରେ ମିଳିବ ଭତ୍ତା

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଭତ୍ତା ପାଉଥିବା ହିତାଧିକାରୀମାନେ ଫେବୃୟାରୀ ମାସଠାରୁ ଆକାଉଣ୍ଟ ଯୋଗେ ଅର୍ଥ ପାଇବେ।...

କିଡ୍‌ନୀ ଚୋରି ମାମଲା: ଆପୋଲୋ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): କିଡ୍‌ନୀ ଚୋରି ସଂକ୍ରାନ୍ତ ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଯୁକ୍ତିକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଖାରଜ କରିଛନ୍ତି। ଏଥିସହ...

୧୦ରୁ ରଙ୍ଗସାଇଡ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜଧାନୀରେ ରଙ୍ଗ୍‌ସାଇଡ୍‌ରେ ଡ୍ରାଇଭିଂ କରୁଥିବା ଗାଡ଼ି ଚାଳକଙ୍କ ସଂଖ୍ୟା ବଢୁଛି। ତେଣୁ କମିଶନରେଟ ପୋଲିସ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପଦେକ୍ଷପ...

ରଙ୍ଗମାଟିଆ ଦୀପକ ହତ୍ୟାକାଣ୍ଡ: ୩୬ ଘଣ୍ଟା ପରେ ପୋଲିସ ହାତ ଖାଲି

ଭୁବନେଶ୍ୱର,୧୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ଦୀପକ ବେହେରା ଓରଫ ଲଣ୍ଡାଙ୍କୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ।...

Leave a comment

Your email address will not be published. Required fields are marked *