ପଙ୍କଜିନୀ, ବିପିନଙ୍କୁ ଶ୍ରଦ୍ଧାଞ୍ଜଳି: ‘ଶୂନ୍ୟତା ଅନୁଭବ କରିବେ ଜିଲାବାସୀ’

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ପ୍ରଶାସନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ବିଶିଷ୍ଟ କବୟିତ୍ରୀ ‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶ ଏବଂ ନାଟ୍ୟକାର ବିପିନ ବିହାରୀ ପଟ୍ଟନାୟକଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ସ୍ମୃତିସଭାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କହିଲେ, ପଙ୍କଜିନୀ ଏବଂ ବିପିନଙ୍କ ଶୂନ୍ୟତା ସବୁବେଳେ ଜିଲାବାସୀ ଅନୁଭବ କରିବେ। ଉଭୟେ ଉତ୍ତରପିଢ଼ିଙ୍କ ପାଇଁ ସର୍ବଦା ଆଦର୍ଶ ହୋଇରହିବ। ସେମାନଙ୍କ କୃତୀଗୁଡ଼ିକୁ ସାଉଁଟି ରଖିପାରିଲେ ଏହା ହିଁ ହେବ ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି।
ପ୍ରାରମ୍ଭରେ ଉଭୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା।
ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ମନୋରଞ୍ଜନ ନନ୍ଦ, ସୁଦର୍ଶନ ମାଟି, ପ୍ରଦ୍ୟୁମ୍ନ ରଥ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ବସନ୍ତ ପଟ୍ଟନାୟକ, ରମା ସିଂ, ବିଶ୍ୱନାଥ ବେହେରା, ଶରତ ମିଶ୍ର ଭରଦ୍ୱାଜ, ପରେଶ ପଟ୍ଟନାୟକ, ଦୀଲିଶ୍ୱର ମହାରଣା, ଶତ୍ରୁଘ୍ନ ମାଟି, ବନମାଳୀ ମଲ୍ଲିକ, ଅଥୟ ସାହୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଜିଲା ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର, ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।


All Right Reserved By Dharitri.Com

ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ଦୁର୍ଘଟଣା: ବାରୁଦରେ ନିଆଁ ଲାଗି ୨ ଶିଶୁ ଗୁରୁତର

ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ...

ଛାତିରୁ ଅଲଗା ହେଲା ମୁହଁ

କଟକ ଅଫିସ,୧୮ା୪: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ...

ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି।...

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୫ ଜଣଙ୍କ ନଁ। ରେ ମାମଲା, ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଗୁରୁବାର ରାତିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ଲୁହାରଡ୍‌ରେ ପିଟିପିଟି...

ସିଆଇଆଇ ଶାଖା ଗଠନ ପ୍ରକ୍ରିୟା ଆରମ୍ଭ: ଯୋଗଦେଲେ ୧୮ ଶିଳ୍ପସଂସ୍ଥାର ଅଧିକାରୀ

ଢେଙ୍କାନାଳ ଅଫିସ, ୧୧।୮ – ଢେଙ୍କାନାଳ-ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳର ବିକାଶ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆଞ୍ଚଳିକ ଶାଖା ଗଠନ ଲାଗି ଟାଟାଷ୍ଟିଲ ବିଏସ୍‌ଏଲ୍‌ ନେତୃତ୍ୱରେ...

ବୈତରଣୀକୁ ଧସିଲା ୧୦୦ ଫୁଟ ମାଟି ଅତଡ଼ା

ଆରଡ଼ି, ୧୯।୬ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ଖେଳପଡ଼ିଆ ନିକଟରେ ବୁଧବାର ସକାଳେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ବୈତରଣୀ...

କରୋନା ଲଢ଼େଇରେ ଟାଟାଷ୍ଟିଲ ବିଏସ୍‌ଏଲ୍‌

ଓଡ଼ାପଡ଼ା, ୧୦।୪(ଡି.ଏନ.ଏ.): ସମଗ୍ର ବିଶ୍ୱ କୋଭିଡ୍‌-୧୯ ଭୂତାଣୁ ସହ ଲଢୁଥିବାବେଳେ ଟାଟାଷ୍ଟିଲ ବିଏସ୍‌ଏଲ୍‌ ସହାୟତାରେ ଆଖପାଖ ଗଁାର ମହିଳା ସଦସ୍ୟମାନେ କରୋନା ମୁକାବିଲା ପାଇଁ ଅଣ୍ଟା...

ଶୂନ୍‌ଶାନ ହୋଇପଡ଼ିଛି ଯାଜପୁରରୋଡ୍‌

ଯାଜପୁର ଅଫିସ,୨୨।୩: ଜନତା କର୍ଫ୍ୟୁ ଯୋଗୁ ଯାଜପୁରରୋଡ୍‌ ଶୂନଶାନ ହୋଇପଡ଼ିଛି। କରୋନା ଭୂତାଣୁର ମୁକାବିଲା ପାଇଁ ଜିଲାବାସୀ ସ୍ବତଃପ୍ରବୃତ୍ତ ଭାବେ ସମସ୍ତ ଦେକାନ ବଜାର ବନ୍ଦ...

Leave a comment

Your email address will not be published. Required fields are marked *