ଗଞ୍ଜାମରେ ବୋମାମାଡ଼ ପୂର୍ବତନ ଏମ୍‌ପି ପ୍ରତିନିଧି, କାର୍‌ ଚାଳକ ଗୁରୁତର

ଗଞ୍ଜାମ,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଥାନା ସାନବଜାରଠାରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗଣେଶଙ୍କ ଘର କରଣ ସାହି ଏବଂ ସୁଧୀରଙ୍କ ସାନବଜାର। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଖବର ପାଇ ଥାନା ଅଧିକାରୀ ସୁଦାମ ମଲିକ ଓ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଗଞ୍ଜାମ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ କାର ଚଳାଉଥିବାବେଳେ ସୁଧୀର ବସିଥିଲେ। ଦୁର୍ବୃତ୍ତମାନେ ବାଇକରେ ଆସି ହଠାତ୍‌ ବୋମାମାଡ଼ କରି ଖସି ପଳାଇଥିଲେ। ପ୍ରକାଶ ଯେ, ପୂର୍ବରୁ ମଧ୍ୟ ସୁଧୀରଙ୍କ ଉପରକୁ ଦୁଇଥର ଗୁଳିମାଡ ହୋଇଥିଲା। ମାତ୍ର ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ଘଟିଥିବା ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଏସ୍‌ପି ଯାଞ୍ଚ କରୁଥିବାବେଳେ ମାମଲାର ତଦନ୍ତ ଭାର ନେଇଛନ୍ତି ଏସଡିପିଓ। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି। ଅଞ୍ଚଳରେ ଏନେଇ ଉତ୍ତେଜନା ଦେଖାଦେଇଛି।


All Right Reserved By Dharitri.Com

ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ...

ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା

ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ...

କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩...

ପରୀକ୍ଷା ସରିବାର ୧୦ଦିନ ପରେ ମିଳିଲା ଆଡମିଟ କାର୍ଡ

ଲୋଇସିଂହା,୨୨।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରଧିଆପାଲି ପୋଷ୍ଟମାଷ୍ଟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ ଅଧୀନ ପଣ୍ଡକିଟାଲ ଗାଁର...

ଏମ୍‌କେସିଜିରେ ଅଚାନକ ପହଞ୍ଚିଲେ ଜିଲାପାଳ : ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ଅଚାନକ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପହଞ୍ଚିଥିଲେ।...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ...

୨୭ ହଜାର କଫ୍‌ ସିରପ୍‌ ଜବତ ହେବାପରେ ଆରମ୍ଭ ହେଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ୍‌, ୩।୧୨: ବଲାଙ୍ଗୀର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ର଼୍ୟାଲି ଆରମ୍ଭ କରାଯାଇଛି। ବଲାଙ୍ଗୀର ଏସ୍‌ପି ସନ୍ଦିପ ମାଡକରଙ୍କ ନେତୃତ୍ୱରେ ଏହି...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି...

Leave a comment

Your email address will not be published. Required fields are marked *