ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ତହସିଲଦାରଙ୍କ ଏତଲା

ଚନ୍ଦ୍ରଗିରି,୨୩ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଜଣେ ଦୈନିକ ଓଡିଆ ଖବରକାଗଜ (ଧରିତ୍ରୀ ନୁହେଁ) ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଏତଲା ଦେଇଛନ୍ତି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ। ପୋଲିସ ନଂ.୧୪୨/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗିରଫ ଭୟରେ ସମ୍ପୃକ୍ତ ଖବରଦାତା ଫେରାର ହୋଇଯାଇଛନ୍ତି। ସୂଚନା ପ୍ରକାରେ, ଅଗଷ୍ଟ ୧୭ତାରିଖ ସନ୍ଧ୍ୟାରେ କର୍ଚ୍ଚବାଡି ବାଲିଘାଟରୁ ଗୋଟିଏ ଟ୍ରାକ୍ଟର ବେଆଇନ ବାଲି ଉଠାଉ ଥିବାବେଳେ ଏକ ନମ୍ବର ବିହୀନ ବୋଲେରୋରେ କେତେଜଣ ସହଯୋଗୀଙ୍କ ସହ ସମ୍ପୃକ୍ତ ଖବରକାଗଜ ମୋହନା ଏଜେଣ୍ଟ ତଥା ଖବରଦାତା ଟ୍ରାକ୍ଟର ଚାଳକଙ୍କୁ କାଗଜପତ୍ର ମାଗିଥିଲେ। ମାତ୍ର ସେ ଦେଖାଇପାରି ନ ଥିଲେ। ପରେ ଖବରଦାତା ନିଜକୁ ମୋହନା ଅତିରିକ୍ତ ତହସିଲଦାର ବୋଲି ପରିଚୟ ଦେଇ ଚାଳକ ପିତର ମଲ୍ଲିକ ଏବଂ ଅନ୍ୟଜଣେ ଚିଣ୍ଟୁ ଦଳାଇଙ୍କୁ ବୋଲେରୋରେ ବସିବା ପାଇଁ କହିବା ସହ ଟ୍ରାକ୍ଟର ଚାବି କାଢି ନେଇ ଯାଇଥିଲେ। ପରେ ମାମଲା ରଫାଦଫା ପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ। ସେମାନେ ଟଙ୍କା ନ ଦେବାରୁ ତାଙ୍କୁ ମୋହନା ତହସିଲଦାରଙ୍କ ନିକଟରେ ହାଜର କରିଥିଲେ। ସେଠାରେ ପିତର ଓ ଚିଣ୍ଟୁ ଉକ୍ତ ବ୍ୟକ୍ତି ଅତିରିକ୍ତ ତହସିଲଦାର ପରିଚୟ ଦେଇ ୧୫ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ। ତହସିଲଦାର ସମସ୍ତ ଘଟଣାର ଅନୁଧ୍ୟାନ କରିବା ସହ ବେଆଇନ ବାଲିଚାଲାଣ ଅଭିଯୋଗରେ ଗାଡ଼ି ମାଲିକଙ୍କଠାରୁ ୭୧୦୫ ଟଙ୍କା ଜରିମାନା ଆଦାୟ କରିଥିଲେ। ପରେ ମୋହନା ଥାନାରେ ବୁଧବାର ନକଲି ଅତିରିକ୍ତ ତହସିଲଦାର ପରିଚୟ ଦେଇଥିବା ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ପରେ ସମ୍ପୃକ୍ତ ଖବରଦାତା ଫେରାର ହୋଇଯାଇଛନ୍ତି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ପୁନରୁଦ୍ଧାର ହେଉନି, କୂଅରେ ଆବର୍ଜନା ଭର୍ତ୍ତି

ଜଟଣୀ,୧୧ା୧(ଡି.ଏନ.ଏ): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୪ନଂ. ଓ୍ବାର୍ଡ ବିବେକାନନ୍ଦ ସାହିରେ ଥିବା କୂଅ ଏବେ ଆବର୍ଜନାରେ ଭର୍ତ୍ତି ରହିଛି। କୂଅକୁ ପୁନରୁଦ୍ଧାର କରାଯାଉନାହିଁ। ଫଳରେ ପ୍ରାୟ...

‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି...

ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ: ନ୍ୟାୟ ନ ମିଳିଲେ ଶ୍ରମ ଅଫିସ୍‌ରେ ପଡ଼ିବ ତାଲା

ବାଲେଶ୍ୱର ଅଫିସ, ୨୯।୧୧-ବିଭିନ୍ନ ଶ୍ରମିକ ସଙ୍ଗଠନର ଆହ୍ବାନକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଶତାଧିକ ନିର୍ମାଣ ଶ୍ରମିକ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକମାନେ...

କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ...

ଚାକିରି ପ୍ରଲୋଭନ ଦେଖାଇ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ଚାକିରି ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବାଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏନେଇ...

ଆଜି କାତିଖର୍ପର ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର,୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଗୁରୁବାର ଶୁକ୍ଳ ଷଷ୍ଠୀ ତିଥି...

ଜି.ଉଦୟଗିରିରେ ମୋଟରଯାନ ଯାଞ୍ଚ କଡ଼ାକଡ଼ି: ୨୨,୫୦୦ ଟଙ୍କା ଜରିମାନା ଆଦାୟ

ଜି.ଉଦୟଗିରି,୩ା୧୨(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ପକ୍ଷରୁ ଆଇଆଇସି ଧୀରେନ ଲେଙ୍କାଙ୍କ ତତ୍ତ୍ବାବଧାନରେ ରବିବାରରୁ ମଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ସହରର ବନ୍ଧଛକ, ଶ୍ରୀରାମପଦା, ଗାନ୍ଧିଛକ, ବରାଳିନି ମାର୍କେଟ...

ରୋଟାରୀ କ୍ଲବ ଅନୁଗୋଳ ରୟାଲର ଅଧିଷ୍ଠାନ ଉତ୍ସବ:ସମାଜ ସେବା ବିସ୍ତାରିତ କରିବାକୁ ଆହ୍ବାନ

ଅନୁଗୋଳ ଅଫିସ, ୩୦।୭ଅନୁଗୋଳ ରୋଟାରୀ କ୍ଲବ ରୟାଲର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ କମଲେଶ କଣ୍ଟିନେଣ୍ଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ପ୍ରଭାତ କୁମାର...

Leave a comment

Your email address will not be published. Required fields are marked *