Posted inଜାତୀୟ

ମନ୍ଦିର ଭଙ୍ଗାକୁ ବିରୋଧକରି ଦଳିତଙ୍କ ବିକ୍ଷୋଭ:ଭୀମ ଆର୍ମି ମୁଖ୍ୟଙ୍କ ସମେତ ୯୬ ଗିରଫ

ନୂଆଦିଲ୍ଲୀ, ୨୩ା୮(ପି.ଟି.):ଦିଲ୍ଲୀ ପୋଲିସ ତୋଗଲକବାଦ୍‌ଠାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ସମେତ ୯୬ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଏମାନେ ବେଆଇନ ଭାବେ ଏକାଠି ହୋଇ ଦଙ୍ଗାସମ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ରବି ଦାସ ମନ୍ଦିର ଭଙ୍ଗାଯିବାକୁ ଦଳିତମାନେ ବିରୋଧ କରିବା ସହ ହିଂସାକାଣ୍ଡ ରଚିିଥିଲେ। ପରିସ୍ଥିତି ଉପରେ କାବୁ ପାଇବା ଲାଗି ପୋଲିସକୁ ମୃଦୁ ଲାଠିଚାଳନା ସହ ଲୁହବୁହା ଗ୍ୟାସ ଛାଡ଼ିିବାକୁ ପଡ଼ିଥିଲା। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଦକ୍ଷିଣାଞ୍ଚଳ ରେଞ୍ଜର ଯୁଗ୍ମ ପୋଲିସ କମିଶନର ଦେବେଶ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି। ଦିଲ୍ଲୀ ଡେଭେଲପ୍‌ମେଣ୍ଟ ଅଥରିଟି(ଡିଡିଏ) ପକ୍ଷରୁ ଗତ ୧୦ରେ ଏଠାରେ ଥିବା ରବି ଦାସ ମନ୍ଦିର ଭଙ୍ଗାଯାଇଥିବାବେଳେ ଦଳିତମାନେ ଏହାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ କରିଥିଲେ। ବିକ୍ଷୋଭକାରୀମାନେ ୨ ମୋଟରସାଇକେଲ ପୋଡ଼ିଦେବା ସହ କାର୍‌ ଓ ପୋଲିସ ଗାଡ଼ିକୁ ଆକ୍ରମଣ କରି ଭାଙ୍ଗି ପକାଇଥିଲେ। ଏହି ଘଟଣାରେ ଜଣେ ପୋଲିସ ମଧ୍ୟ ଆହତ ହୋଇଥିଲେ। ମନ୍ଦିର ଭଙ୍ଗା ପରେ ବି ଏବେ ସେଠାରେ ବିକ୍ଷୋଭ ଜାରି ରହିଛି। ବିକ୍ଷୋଭକାରୀମାନେ ତୋଗଲକବାଦରେ ମନ୍ଦିର ନିର୍ମାଣ ଲାଗି ଜମି ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି। ଏହାକୁ ନେଇ ହିଂସା ବଢିବାରୁ ବହୁ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି।


All Right Reserved By Dharitri.Com

ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଦିଲ୍ଲୀରେ ଶୀତ ଦୀର୍ଘ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାରକୁ ଡିସେମ୍ବରର ସର୍ବାଧିକ ଥଣ୍ଡାଦିନ ବିବେଚିତ କରାଯାଇଛି। ସୋମବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା...

କାହିଁକି ଗନ୍‌ କ୍ୟାରେଜରେ ନିଆଗଲା ଜେଟଲୀଙ୍କ ପାର୍ଥିବ ଶରୀରକୁ

ନୂଆଦିଲ୍ଲୀ,୨୫।୮: ନିକଟରେ ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ତାଙ୍କୁ ଯେଉଁଭଳି ଭାବେ ବିଦାୟ ଦିଆଯାଇଥିଲା ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ...

ମାନବିକ ସଙ୍କଟ ଆଶଙ୍କା

ନୂଆଦିଲ୍ଲୀ,୨ା୯: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ପ୍ରକାଶିତ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଯୋଗ୍ୟ ଦର୍ଶାଯାଇ ବାଦ୍‌ ଦିଆଯାଇଛି। ବେଆଇନ...

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଯବାନ ଆହତ

ବିଜାପୁର,୩୦।୮: ଛତିଶଗଡ଼ର ବିଜାପୁରରେ ଶୁକ୍ରବାର ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି)ର ଜଣେ...

ଉପତ୍ୟକାରେ ଅନିଶ୍ଚିତତା

ନୂଆଦିଲ୍ଲୀ, ୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ଅତିରିକ୍ତ ୩୮ ହଜାର ସେନା ପ୍ରେରଣ କରିବା ପରେ ଏହାକୁ ନେଇ ଉପତ୍ୟକାରେ ଅନିଶ୍ଚିତତା ଜାରି ରହିଛି। ଆତଙ୍କବାଦୀ...

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ...

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା।...

Leave a comment

Your email address will not be published. Required fields are marked *