Posted inଜାତୀୟ

ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର:ପାକ୍‌ ଆଣୁଛି ୧୦୦ ଆଫ୍‌ଗାନ ଆତଙ୍କବାଦୀ

ନୂଆଦିଲ୍ଲୀ,୨୩ା୮(ପି.ଟି.):ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଆଫଗାନିସ୍ତାନରୁ ୧୦୦ ଆତଙ୍କବାଦୀଙ୍କୁ କଶ୍ମୀରକୁ ଆଣୁଛି। ସେମାନେ ଉପତ୍ୟକା ସମେତ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଅସ୍ଥିରତା ସୃଷ୍ଟି କରିପାରନ୍ତି ବୋଲି ଗୁରୁବାର ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ସୂଚନାନୁସାରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଜମ୍ମୁ-କଶ୍ମୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିପାରନ୍ତି। ସେମାନଙ୍କ ଟାର୍ଗେଟରେ କଶ୍ମୀରର ସେନା ଶିବିର ଓ ଭାରତର ଅନେକ ସହର ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଆକ୍ରମଣ କରିବା ପାଇଁ ୧୫ ଜେଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ଲିପା ଉପତ୍ୟକାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିଛି। ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ୍‌ ଆଝାରଙ୍କ ଭାଇ ମୁଫ୍‌ତି ରୌଫ୍‌ ଅସ୍‌ଘର ବାହଓ୍ବଲପୁରସ୍ଥିତ ସଙ୍ଗଠନର ମୁଖ୍ୟାଳୟରେ ଶୀର୍ଷ କମାଣ୍ଡରମାନଙ୍କୁ ନେଇ ଗତ ୧୯ ଓ ୨୦ ତାରିଖରେ ବୈଠକ କରିଛନ୍ତି। କଶ୍ମୀରରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉକ୍ତ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା। ଭାରତୀୟ ସୁରକ୍ଷା ବଳ ପକ୍ଷରୁ ଚାଲିଥିବା ଅପରେଶନ୍‌ର ସାମ୍ନା କରିବା ପାଇଁ ସେଠାର ଆତଙ୍କବାଦୀମାନେ ସକ୍ଷମ ନୁହନ୍ତି। କଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ମଧ୍ୟରେ ନେତୃତ୍ୱ ସଙ୍କଟ ଲାଗିରହିଛି। ତେଣୁ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରୁ ଶତାଧିକ ଆତଙ୍କବାଦୀଙ୍କୁ ଆଣି କଶ୍ମୀରରେ ଆକ୍ରମଣ କରାଇବାକୁ ପାକିସ୍ତାନ ଯୋଜନା କରୁଥିବା ସେନା ସୂତ୍ରରୁ ପ୍ରକାଶ। କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତି ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଭାରତକୁ ଯୁଦ୍ଧଭୟ ଦେଖାଇ ପୁଣିଥରେ ପୁଲଓ୍ବାମା ଭଳି ଆକ୍ରମଣ ହୋଇପାରେ ବୋଲି ଧମକ ଦେଇଥିଲେ।
ପ୍ରକାଶ ଯେ, କେନ୍ଦ୍ର ସରକାର ଗତ ୫ ତାରିଖରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହ ଜାତିସଂଘ ଯାଏ ଟାଣିଥିଲା। ହେଲେ ପାକିସ୍ତାନକୁ ସବୁଠି ନିରାଶ ହେବାକୁ ପଡ଼ିଛି।


All Right Reserved By Dharitri.Com

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ପିଡିପି ଏମ୍‌ପିଙ୍କ ଚିଠି: ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯାଉ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହବନ୍ଦୀ ଥିବା ରାଜ୍ୟର ସମସ୍ତ ରାଜନେତାମାନଙ୍କୁ ତୁରନ୍ତ ମୁକ୍ତକରିବା ଲାଗି ପିଡିପିର ରାଜ୍ୟ ସଭା...

ଜେଇଏମ୍‌ ଆତଙ୍କୀ ମୃତ

ଶ୍ରୀନଗର ୨୩।୪: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗତ ଫେବୃଆରୀ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ଶହୀଦ ହୋଇଥିଲୋ। ଏଥିରେ ସମ୍ପୃକ୍ତ...

ଜମ୍ମୁ-କଶ୍ମୀରରେ ଶାହଙ୍କ ଶାନ୍ତି ପ୍ରୟାସ: ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ...

ଭିଡ଼ ହିଂସା: ରକ୍ତରେ ମୋଦିଙ୍କ ପାଖକୁ ଚିଠି ଲେଖିଲେ ୧୦୧ ହିନ୍ଦୁ ମହାସଭା କର୍ମୀ

ଲକ୍ଷ୍ନୌ,୨୯।୭: ଭିଡ଼ ହିଂସା ନେଇ ଫିଲ୍ମ ଦୁନିଆର ୪୯ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଥିଲେ। ଏହାର...

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପଶୁ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ। ରାଜ୍ୟ ଆଇନ ବିଭାଗ ଏହାକୁ...

ମାନ୍ଦାବସ୍ଥାର ପ୍ରଭାବ: ସାବୁନ ଦର ହ୍ରାସ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୯ା୮: ଦେଶରେ ମାନ୍ଦାବସ୍ଥା ଏଭଳି ମାଡି ଆସିଛି ଯେ, ଅଟୋମୋବାଇଲ, ରିଏଲ୍‌ ଇଷ୍ଟେଟ୍‌ ପରେ ଏବେ ସାବୁନ ତିଆରି କରୁଥିବା କମ୍ପାନୀ ନିଜର ଉତ୍ପାଦର ଦର...

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା...

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଆହତ

ଶ୍ରୀନଗର,୨୫।୧୦:ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ଭୋରରୁ ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷନ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ଯବାନ...

Leave a comment

Your email address will not be published. Required fields are marked *